IMD Weather Update: ମୋବାଇଲ ଦେବ ପାଣିପାଗ ଖବର, ପିନ କୋର୍ଡ ଦ୍ୱାରା ମିଳିବ ପାଣିପାଗ ରିପୋର୍ଟ
Advertisement

IMD Weather Update: ମୋବାଇଲ ଦେବ ପାଣିପାଗ ଖବର, ପିନ କୋର୍ଡ ଦ୍ୱାରା ମିଳିବ ପାଣିପାଗ ରିପୋର୍ଟ

Har Har Mausam Ghar Ghar Mausam: ଏଣିକି ପିନ କୋର୍ଡ ବ୍ୟବହାର କରି ମୋବାଇଲ ସହାୟତାରେ  ପାଣିପାଗ ଖବର ପାଇପାରିବେ ଲୋକେ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଛି ଏକ ନୂଆ ବ୍ୟବସ୍ଥା।

IMD Weather Update: ମୋବାଇଲ ଦେବ ପାଣିପାଗ ଖବର, ପିନ କୋର୍ଡ ଦ୍ୱାରା ମିଳିବ ପାଣିପାଗ ରିପୋର୍ଟ

Weather Update By PIN Code: ପାଣିପାଗ ସମ୍ପର୍କରେ ସଦ୍ୟତମ ଖବର ପାଇବାର ଅସୁବିଧା ଖୁବଶୀଘ୍ର ଶେଷ ହେବାକୁ ଯାଉଛି। ବର୍ତ୍ତମାନ କେବଳ ଗୋଟିଏ କ୍ଲିକ୍ ମାଧ୍ୟମରେ ଆପଣ ଆପଣଙ୍କ ଅଞ୍ଚଳର ପାଣିପାଗ ଖବର ପାଇପାରିବେ। ଏନେଇ ଭାରତୀୟ ପାଣିପାଗ ବିଭାଗ ଖୁବ୍ ଶୀଘ୍ର ଏକ ନୂତନ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି। ଯାହା ଦ୍ୱାରା କୌଣସି ବ୍ୟକ୍ତି ନିଜ ଅଞ୍ଚଳର ପିନ୍ କୋର୍ଡ ବ୍ୟବହାର କରି ସ୍ଥାନୀୟ ଅଞ୍ଚଳର ସଦ୍ୟତମ ପାଣିପାଗ ଖବର ପାଇପାରିବେ।

ଏ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ (India Meteorological Department) ଆଇଏମଡି ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର (IMD Director General Dr Mrutyunjay Mohapatra) ପ୍ରତିକ୍ରିୟା ରଖିଛନ୍ତି। ଏନେଇ ପ୍ରତିକ୍ରିୟା ରଖି ଆଇଏମଡି ମହାନିର୍ଦ୍ଦେଶକ କହିଛନ୍ତି ଯେ ଯେତେବେଳେ ଜଣେ ବ୍ୟକ୍ତି ପାଣିପାଗ ଖବର (Weather Update) ଜାଣିବାକୁ ଚାହିଁଥାନ୍ତି, ତାହା ତାଙ୍କ ପାଇଁ ଉପଲବ୍ଧ ରହିବା ଆବଶ୍ୟକ। ଭାରତ ହେଉଛି ବିଶାଳ ଦେଶ। ଦେଶ ପ୍ରତ୍ୟେକ ଗ୍ରାମରେ ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର (Weather Observatory Centre in India) ଖୋଲିବା ସମ୍ଭବ ନୁହେଁ। ହେଲେ ଆମେ ବିଶ୍ଳେଷଣ ଦ୍ୱାରା ଆମେ ଯେକୌଣସି ସ୍ଥାନରେ ପାଣିପାଗ ବିଷୟର (Weather Forecast) ପୂର୍ବାନୁମାନ କରିପାରିବା।

ପାଣିପାଗ ୱେବସାଇଟ ପ୍ରଦାନ କରିବ ସଦ୍ୟତମ ଖବର 
ଆଇଏମଡି ମହାନିର୍ଦ୍ଦେଶକ ଆହୁରି କହିଛନ୍ତି ଯେ ପର୍ଯ୍ୟବେକ୍ଷଣ ସହିତ ଆମର ପାଣିପାଗ ସମ୍ପର୍କିତ ପୂର୍ବାନୁମାନ କରିବାର କ୍ଷମତା ମଧ୍ୟ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଆମେ ପିନ୍ କୋଡ୍ ଆଧାରରେ ଦେଶର ଯେକୌଣସି ସ୍ଥାନର ପାଣିପାଗ ବିଷୟରେ ପୂର୍ବାନୁମାନ କରିବାକୁ ଯୋଜନା କରୁଛୁ। ଲୋକେ ଆଇଏମଡି ୱେବସାଇଟ (IMD Website) ପରିଦର୍ଶନ କରି ପାଣିପାଗ ସମ୍ପର୍କିତ ଖବର ସହଜରେ ପାଇପାରିବେ। ଏନେଇ ପାଣିପାଗ ବିଭାଗ ମଧ୍ୟ "ହର ହର ମୌସମ, ଘର ଘର ମୌସମ" (Har Har Mausam, Ghar Ghar Mausam) ସ୍ଲୋଗାନ ପ୍ରସ୍ତୁତ କରିଛି।

କେବେ ଶେଷ ହେବ ଡୋପଲର ରାଡାର କାର୍ଯ୍ୟ?
ପାଣିପାଗ ସୂଚନା ପାଇଁ ସମଗ୍ର ଦେଶରେ ଡୋପଲର ରାଡାର ନେଟୱାର୍କ (Doppler Weather Radar Network India) ଖୋଲାଯାଉଛି। ଡୋପଲର ରାଡାର ସ୍ଥାପନ ସହିତ ପାଣିପାଗ ବିଭାଗ ରାଡାର ଠାରୁ ୪୦୦ କିଲୋମିଟର ଦୂରରେ ପାଣିପାଗ ବିଷୟରେ ସଠିକ୍ ସୂଚନା ପାଇପାରିବ। ଏହି ରାଡାର ବିଷୟରେ ପ୍ରତିକ୍ରିୟା ରଖି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ପ୍ରାୟ ୮୦ ପ୍ରତିଶତ ଅଞ୍ଚଳ ଡୋପଲର ରାଡାର ଦ୍ୱାରା ଆବୃତ ହୋଇଛି। ଆମ ପାଖରେ ବର୍ତ୍ତମାନ ୩୭ ଡୋପଲର ରାଡାର ମହଜୁଦ ରହିଛି। ଆସନ୍ତା ୨୦୨୫ ପର୍ଯ୍ୟନ୍ତ ଆହୁରି ୨୪ ଡୋପଲର ରାଡାର ଯୋଡି ହେବାର ସମ୍ଭାବନା ରହିଛି। ହେଲେ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି ଆଇଏମଡି ଆଇଏମଡି ମହାନିର୍ଦ୍ଦେଶକ କହିଛନ୍ତି। ଆମେ ଅଧିକ ରାଡାର ଆଡକୁ ଯିବା ଆବଶ୍ୟକ। ବର୍ତ୍ତମାନ ଆମେ ୮୬ ରାଡାର ଲକ୍ଷ୍ୟ ସ୍ଥିର କରିଛୁ।

ପାଣିପାଗ ବିଭାଗ ଦ୍ୱାରା ଏସଏମଏସ ଆଲର୍ଟ (Weather Department SMS Alert) ମଧ୍ୟ ପଠାଯାଏ। ହେଲେ ଏହି ମେସେଜ ବିଳମ୍ବରେ ପହଞ୍ଚୁଥିବା ନେଇ ଅନେକ ସମୟରେ ଅଭିଯୋଗ ହେଉଛି। ହେଲେ ଏହା ଉପରେ ପ୍ରତିକ୍ରିୟା ରଖି  ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଏହି ସମସ୍ୟା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ପାଣିପାଗ ବିଭାଗ ପକ୍ଷରୁ କୌଣସି ବିଳମ୍ବ ହେବ ନାହିଁ। ଯେଉଁମାନେ ସେବା ପ୍ରଦାନ କରନ୍ତି ସେମାନେ ଏହାର ଉନ୍ନତି କରିବା ଆବଶ୍ୟକ। ଏହା ସହିତ ସେ ବିଳମ୍ବିତ ବାର୍ତ୍ତାକୁ ନେଇ ଚିନ୍ତା ପ୍ରକଟ କରି କହିଛନ୍ତି, ଯଦି ବଜ୍ରପାତର ଚେତାବନୀ ତିନି ଘଣ୍ଟା ବିଳମ୍ବରେ ପହଞ୍ଚୁଛି, ତାହେଲେ ଏହା ବ୍ୟର୍ଥ। ଆମେ ଏହା ଉପରେ କାର୍ଯ୍ୟ କରୁଛୁ।