Cyclone Biparjoy: ଏହି ରାଜ୍ୟଗୁଡ଼ିକରେ ପାଞ୍ଚଦିନ ଧରି ଲାଗି ରହିବ ପ୍ରବଳ ବର୍ଷା
Advertisement
Article Detail0/zeeodisha/odisha1737675

Cyclone Biparjoy: ଏହି ରାଜ୍ୟଗୁଡ଼ିକରେ ପାଞ୍ଚଦିନ ଧରି ଲାଗି ରହିବ ପ୍ରବଳ ବର୍ଷା

IMD Rainfall Alert: ପାଣିପାଗ ବିଭାଗ ଅନୁଯାୟୀ ଉତ୍ତର-ପୂର୍ବ ଭାରତ ଆସନ୍ତା ପାଞ୍ଚ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହା ସମେତ ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ପାଞ୍ଚଦିନ ଧରି ପ୍ରବଳ ବର୍ଷା ଲାଗି ରହିବ ।

ସୌ: ସୋସିଆଲ ମିଡିଆ

IMD Rainfall Alert: ଉତ୍ତର ଭାରତ ରାଜ୍ୟ ଗୁଡିକରେ ପ୍ରବଳ ଗ୍ରୀଷ୍ମ ଲହରୀ ଯୋଗୁଁ ଲୋକଙ୍କର ଘରୁ ବାହାରିବା କଷ୍ଟକର ହୋଇପଡିଛି । ଏହା ବ୍ୟତୀତ ପୂର୍ବ ଭାରତରେ ମଧ୍ୟ ଗରମକୁ ନେଇ ପାଣିପାଗ ବିଭାଗ (IMD) ସତର୍କ ସୂଚନା ଜାରି କରିଛି । ଏହା ବ୍ୟତୀତ ପୂର୍ବ ଭାରତ ରାଜ୍ୟଗୁଡିକରେ ଗରମକୁ ନେଇ ଆଲର୍ଟ ଜାରି କରଯାଇଛି । ପାଣିପାଗ ବିଭାଗ ପୂର୍ବ ଭାରତର ରାଜ୍ୟ ଗୁଡିକ ପାଇଁ ପାଞ୍ଚ ଦିନ ପର୍ଯ୍ୟନ୍ତ ହିଟ୍ ୱେଭ୍ ଜାରି କରିଛି । ଯଦିଓ 'ବାତ୍ୟା ବିପର୍ଯୟ' (Cyclone Biparjoy) କାରଣରୁ ଗୁଜୁରାଟ ଓ ଏହାର ଆଖପାଖ ରାଜ୍ୟରେ ବର୍ଷାକି ନେଇ ଆର୍ଲଟ ଜାରି କରାଯାଇଛି । ଏହା ବ୍ୟତୀତ ଉତ୍ତର-ପୂର୍ବ ଭାରତ ରାଜ୍ୟରେ ଆସନ୍ତା ପାଞ୍ଚ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଚେତାବନୀ ଦିଆଯାଇଛି ।

ବାତ୍ୟା ବିପର୍ଯୟକୁ ନେଇ ଭାରତୀୟ ପାଣିପାଗ ବିଭାଗ କହିଛି ଯେ କୁଚ୍ଚ, ପୋରବନ୍ଦର, ଜାମନଗର, ରାଜକୋଟ, ଜୁନାଗଡ ଓ ମୋର୍ବି, ସୌରାଷ୍ଟ୍ର ଓ କୁଛରେ ମଧ୍ୟମରୁ ପ୍ରବଳ ବର୍ଷା ହେବ । ଏହା ବ୍ୟତୀତ ନିଜେ ଏହି ବାତ୍ୟା ଯୋଗୁଁ ଉତ୍ତର ଗୁଜୁରାଟ ଓଦକ୍ଷିଣ ରାଜସ୍ଥାନ ଅଞ୍ଚଳରେ ୧୬ ଜୁନରୁ ୧୭ ଜୁନ୍ ପର୍ଯ୍ୟନ୍ତ ବର୍ଷା ହେବ ।

ଆଗାମୀ ପାଞ୍ଚଦିନ ପାଇଁ ପାଣିପାଗ ବିଭାଗର ପୂର୍ବାନୁମାନ
ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ପାଞ୍ଚ ଦିନ ଉତ୍ତର-ପୂର୍ବ ଭାରତରେ ପ୍ରବଳରୁ ପ୍ରବଳ ବର୍ଷା ହେବାକୁ ଯାଉଛି । ମେଘାଳୟରେ ମଧ୍ୟ ୧୪ ରୁ ୧୬ ଜୁନ୍ ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ହେବ ।

ପୂର୍ବ ଭାରତ ବିଷୟରେ କହିବାକୁ ଗଲେ ଆଗାମୀ ପାଞ୍ଚ ଦିନ ଧରି ହିମାଚଳ ପ୍ରଦେଶ, ସିକ୍କିମ୍ ଓ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଉପରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ସିକ୍କିମରେ ଆସନ୍ତା ପାଞ୍ଚ ଦିନ ପାଇଁ ଅତି ପ୍ରବଳ ବର୍ଷା ମଧ୍ୟ ହେବ ।

ଉତ୍ତର ପଶ୍ଚିମ ଭାରତ ବିଷୟରେ କହିବାକୁ ଗଲେ ଆଜି ଓ ଆସନ୍ତାକାଲି ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ହାଲୁକା ରୁ ମଧ୍ୟମ ବର୍ଷା ହେବାର ସତର୍କ ସୂଚନା ରହିଛି । ଏଥିସହ କୁଆପଥର ବର୍ଷା ହେବ । ବଜ୍ରପାତ ହେବାକୁ ନେଇ ମଧ୍ୟ ଚେତାବନୀ ଦିଆଯାଇଛି । ୧୬-୧୭ ଜୁନରେ ଦକ୍ଷିଣ-ପଶ୍ଚିମ ରାଜସ୍ଥାନ ଓ ଦକ୍ଷିଣ ପୂର୍ବ ରାଜସ୍ଥାନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ରହିଛି ।

ଦିନର ତାପମାତ୍ରା ବିଷୟରେ ଆଲୋଚନା କଲେ ପୂର୍ବ ଉତ୍ତରପ୍ରଦେଶ, ବିଦର୍ଭ, ଛତିଶଗଡ଼ ଓ ଓଡି଼ଶାରେ ସର୍ବାଧିକ ତାପମାତ୍ରା ୪୨-୪୪ ଡିଗ୍ରୀ ସେଲସିୟସ ରେକର୍ଡ କରିଛି । ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଉପରେ ପ୍ରବଳ ଗ୍ରୀଷ୍ମ ପରିସ୍ଥିତି ଦେଖାଯାଇଛି । ଝାଡଖଣ୍ଡ, ଓଡି଼ଶା, ବିଦର୍ଭ, ବିହାର ଓ ପଶ୍ଚିମବଙ୍ଗ, ପୂର୍ବ ମଧ୍ୟପ୍ରଦେଶ ଓ ପୂର୍ବ ଉତ୍ତରପ୍ରଦେଶରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ଲହରୀ ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ: Bihar: ୪ ହାତ, ୪ ଗୋଡ ଓ ୪ କାନ ମଧ୍ୟ ରହିଛି, ବିହାରର ଘରୋଇ ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ, ଦେଖିବା ପାଇଁ ପ୍ରବଳ ଭିଡ଼

ଏହା ବି ପଢ଼ନ୍ତୁ: Government Scholarships: ଅର୍ଥ ଅଭାବରୁ ଅଧିକ ପାଠ ପଢି ପାରୁ ନାହାଁନ୍ତି କି? ସରକାରଙ୍କ ଏହି ୫ ଛାତ୍ରବୃତ୍ତି ପୂରା କରିବ ଆପଣଙ୍କ ସ୍ବପ୍ନ