Interesting News: ପୁଅ ପାଇଁ ବାପା କରିଥିଲା ଚତୁର୍ଥ ବିବାହ, ମିଳିମିଶି ପିଟିଲେ ତିନି ପତ୍ନୀ
Advertisement
Article Detail0/zeeodisha/odisha1587509

Interesting News: ପୁଅ ପାଇଁ ବାପା କରିଥିଲା ଚତୁର୍ଥ ବିବାହ, ମିଳିମିଶି ପିଟିଲେ ତିନି ପତ୍ନୀ

ବିବାହ ଏକ ପବିତ୍ର ବନ୍ଧନ । ବିବାହକୁ ନେଇ ପ୍ରତ୍ୟକଙ୍କ ଚିନ୍ତାଧାରା ଭିନ୍ନ ଥାଏ । ଆମ ଦେଶରେ ବିବାହକୁ ଏକ ପବିତ୍ର ବନ୍ଧନ ବୋଲି ବିବେଚନା କରାଯାଏ। ଏହାକୁ ସାତ ଜନ୍ମର ସମ୍ପର୍କ ବି କୁହାଯାଏ। ଅଧିକାଂଶ ଲୋକ ଏକାଧିକ ବିବାହ କରିଥାନ୍ତି। ଯଦିଓ ବର୍ତ୍ତମାନ ଭାରତରେ ଛାଡ଼ପତ୍ର ମାମଲା ବଢୁଛି ତଥାପି ଆମେ ଏଭଳି ଜଣେ ବ୍ୟକ୍ତିଙ୍କ ବି

ସୌଜନ୍ୟ- ସୋସିଆଲ ମିଡିଆ

Wives Beat Husband in Court: ବିବାହ ଏକ ପବିତ୍ର ବନ୍ଧନ । ବିବାହକୁ ନେଇ ପ୍ରତ୍ୟକଙ୍କ ଚିନ୍ତାଧାରା ଭିନ୍ନ ଥାଏ । ଆମ ଦେଶରେ ବିବାହକୁ ଏକ ପବିତ୍ର ବନ୍ଧନ ବୋଲି ବିବେଚନା କରାଯାଏ। ଏହାକୁ ସାତ ଜନ୍ମର ସମ୍ପର୍କ ବି କୁହାଯାଏ। ଅଧିକାଂଶ ଲୋକ ଏକାଧିକ ବିବାହ କରିଥାନ୍ତି। ଯଦିଓ ବର୍ତ୍ତମାନ ଭାରତରେ ଛାଡ଼ପତ୍ର ମାମଲା ବଢୁଛି ତଥାପି ଆମେ ଏଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ । ଯାହାଙ୍କ ବିଷୟରେ  ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ଉତ୍ତର ପ୍ରଦେଶର ବାରଣାସୀର ପଠାଣିତୋଲା ଅଞ୍ଚଳର  (PathaniTola in Varanasi) ଫଜୁଲ୍ ରେହେମାନ । ଫଜୁଲ ଚାରି ମହିଳାଙ୍କୁ ବିବାହ କରିଛନ୍ତି । କିନ୍ତୁ ତାଙ୍କ ପାଖରେ ପ୍ରଥମ ତିନି ପତ୍ନୀ ରହୁ ନଥିବା ବେଳେ ସେ ଚତୁର୍ଥ ଥର ବିବାହ କରିଛନ୍ତି। ପ୍ରଥମ ତିନି ପତ୍ନୀଙ୍କୁ ସ୍ବାମୀଙ୍କ ଚତୁର୍ଥ ବିବାହ ସମ୍ପର୍କରେ ଜଣା ପଡିବା ପରେ ତିନି ଜଣ ପତ୍ନୀ ମିଶି ସ୍ବାମୀଙ୍କୁ ଛେଚିଥିଲେ(husband beaten)।  

କ'ଣ ଥିଲା ପୁରା ଘଟଣାକ୍ରମ?

ଉତ୍ତରପ୍ରଦେଶର ବାରଣାସୀର ପଠାଣୀତୋଲା ଅଞ୍ଚଳର ବାସିନ୍ଦା ହେଉଛନ୍ତି ଫଜୁଲ୍ ରେହେମାନ । ଫିଜୁଲ ଚାରୋଟି ବିବାହ କରିଛନ୍ତି । କିନ୍ତୁ କୌଣସି ପତ୍ନୀଙ୍କୁ ଫଜୁଲ ତାଙ୍କ ପାଖରେ ରଖନ୍ତି ନାହିଁ।  ଏହାର ସୁଯୋଗ ନେଇ ଫଜୁଲ୍  ତିନି ପତ୍ନୀଙ୍କ ଅନୁମତି ବିନା ଲୁଚିଛପି ଚତୁର୍ଥ ଥର ବିବାହ କରିଥିଲେ। ବର୍ତ୍ତମାନ ସେ ମଧ୍ୟ ଚତୁର୍ଥ ପତ୍ନୀଙ୍କ ପାଖରେ ରହୁଛନ୍ତି । କିନ୍ତୁ ପ୍ରଥମ ପତ୍ନୀଙ୍କ ୧୩ ବର୍ଷର ପୁଅ ଫଜୁଲ୍ ଙ୍କ ନିକଟରେ ରୁହେ । କିନ୍ତୁ ଫଜୁଲ ନିଜ ପୁଅକୁ ପ୍ରଥମ ପତ୍ନୀ ସହ ଦେଖା କରାଇବାକୁ ଦିଅନ୍ତି ନାହିଁ । ଏନେଇ ପ୍ରଥମ ପତ୍ନୀ କୋର୍ଟରେ ଏକ କେସ କରିଥିଲେ। ସେଠାରେ ଧରାପଡିଥିଲା ଫଜୁଲଙ୍କ ମିଛ । କୋର୍ଟରେ ମାମଲାର ଶୁଣାଣୀ ଚାଲିଥିବା ବେଳେ ଚତୁର୍ଥ ବିବାହକୁ ନେଇ ମୁହଁ ଖୋଲିଥିଲେ ଫଜୁଲ । କୋର୍ଟର ଶୁଣାଣୀ ଶେଷ ହେବା ପରେ ତିନି ପତ୍ନୀ ମିଶି ସ୍ବାମୀଙ୍କୁ ଉତ୍ତମ ମଧ୍ୟମ ଦେଉଥିଲେ। 

 

Also Read : Shocking News: ଝିଅକୁ ବର୍ଷ ତମାମ ଦୁଷ୍କର୍ମ କରୁଥିଲା ବାପା, ମାଆ ଦେଉଥିଲା ସାଥ୍

Also Read : Interesting Story: ଯାଜପୁରରେ ଗଢା ହେଲା ପ୍ରେମର ଆଉ ଏକ ତାଜମହଲ! ସ୍ତ୍ରୀଙ୍କୁ ୭ କୋଟିର ମନ୍ଦିର ଉପହାର ଦେଲେ ସ୍ବାମୀ

ପରିସ୍ଥିତି ଏଭଳି ହୋଇଥିଲା ଯେ,ତିନି ପତ୍ନୀଙ୍କ ଠାରୁ ମାଡ ଖାଉଥିବା ବେଳେ ଘଟଣାସ୍ଥଳରେ କିଛି ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ଆଉ ପୋଲିସର ଜିମା ଦେଇଥିଲେ। ଏବଂ ପୋଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ଫଜୁଲଙ୍କ ପ୍ରଥମ ପତ୍ନୀ ଶାହଗଞ୍ଜର ବାସିନ୍ଦା ହୋଇଥିବା ବେଳେ ଦ୍ୱିତୀୟ ପତ୍ନୀ କାନପୁରର ଏବଂ ତୃତୀୟ ପତ୍ନୀ ଆଜମଗଡର ବୋଲି ଜଣାପଡିଛି। ତେବେ,ଏହି ତିନି ଜଣ ପତ୍ନୀ ଅଭିଯୋଗ ଆଣିଛନ୍ତି ଯେ, ଫଜୁଲ୍  ସନ୍ତାନ ଜନ୍ମ ପରେ ସେମାନଙ୍କୁ ଛାଡି ଦେଉଥିଲା । ଏବଂ ପୁଣି ଥରେ ବିବାହ କରୁଥିଲା। ବର୍ତ୍ତମାନ ତାଙ୍କର ଚତୁର୍ଥ ପତ୍ନୀଙ୍କ ସହ ରହୁଛନ୍ତି ଫଜୁଲ୍ ।

Also Read : Road Accident: ପିକନିକ୍ ଯିବା ବେଳେ ଦୁର୍ଘଟଣା, ଡକାଡକି ହୋଇ ଆରପାରିକୁ ଚାଲିଗଲେ ତିନି ସାଙ୍ଗ