ରିଟାୟରମେଣ୍ଟ ବେଳକୁ ୧୦ କୋଟି ଚାହୁଁଛନ୍ତି କି ? ଏମିତି କରି ଯୋଗାଡ଼ କରନ୍ତୁ ୧୦ କୋଟି
Advertisement
Article Detail0/zeeodisha/odisha1902922

ରିଟାୟରମେଣ୍ଟ ବେଳକୁ ୧୦ କୋଟି ଚାହୁଁଛନ୍ତି କି ? ଏମିତି କରି ଯୋଗାଡ଼ କରନ୍ତୁ ୧୦ କୋଟି

ସାଧାରଣତଃ ୩୦ରୁ ୪୦ ବର୍ଷ ବୟସ ହୋଇଥାଏ ଭବିଷ୍ୟତ ପ୍ଲାନିଂର ବୟସ । ଏହି ବୟସରେ ଜଣେ ନିଜ ରିଟାୟରମେଣ୍ଟ୍ ପ୍ଲାନିଂ କରିବା କଥା । ଯଦି ଆପଣ ଏହି ବୟସ ବ୍ରାକେଟରେ ଯାଉଛନ୍ତି ତେବେ ଏହି ତଥ୍ୟ ଆପଣ ଜାଣିବା ନିହାତି ଜରୁରୀ । ଆଉ ଯଦି ଆପଣ ୪୦ ପାର କରିଯାଇଛନ୍ତି କିନ୍ତୁ ରିଟାୟରମେଣ୍ଟ୍ ଫଣ୍ଡକୁ ନେଇ କିଛି ପ୍ଲାନିଂ କରି ନାହାନ୍ତି ତେବେ ଏହା ଆପଣଙ୍କ ପାଇଁ ଅଧିକ ଜରୁରୀ

SOCIAL MEDIA

ସାଧାରଣତଃ ୩୦ରୁ ୪୦ ବର୍ଷ ବୟସ ହୋଇଥାଏ ଭବିଷ୍ୟତ ପ୍ଲାନିଂର ବୟସ । ଏହି ବୟସରେ ଜଣେ ନିଜ ରିଟାୟରମେଣ୍ଟ୍ ପ୍ଲାନିଂ କରିବା କଥା । ଯଦି ଆପଣ ଏହି ବୟସ ବ୍ରାକେଟରେ ଯାଉଛନ୍ତି ତେବେ ଏହି ତଥ୍ୟ ଆପଣ ଜାଣିବା ନିହାତି ଜରୁରୀ । ଆଉ ଯଦି ଆପଣ ୪୦ ପାର କରିଯାଇଛନ୍ତି କିନ୍ତୁ ରିଟାୟରମେଣ୍ଟ୍ ଫଣ୍ଡକୁ ନେଇ କିଛି ପ୍ଲାନିଂ କରି ନାହାନ୍ତି ତେବେ ଏହା ଆପଣଙ୍କ ପାଇଁ ଅଧିକ ଜରୁରୀ । କାରଣ ୧୦ କୋଟି ନହେଲେ ବି ଏହି ରୁଲ୍ ଅନୂସରଣ କଲେ ଆପଣ କିଛି କୋଟି ନିହାତି ସଂଚୟ କରିପାରିବେ ।

ଆପଣଙ୍କ ବୟସ ଯଦି ବର୍ତ୍ତମାନ ୩୦ ବର୍ଷ ତେବେ ୧୦ କୋଟି ଅର୍ଜନ କରିବାକୁ ଆପଣଙ୍କ ପାଖରେ ୩୦ ବର୍ଷ ରହିଛି । ଯଦି ଆପଣ ୩୦ ପାର କରି ୪୦ରେ ପାଦ ଦେଇଛନ୍ତି ତେବେ ସମାନ ଟଙ୍କା ଆପଣଙ୍କୁ ୨୦ ବର୍ଷରେ ଯୋଗାଡ କରିବାକୁ ପଡ଼ିବ । ଏମିତିରେ ଉଭୟ ବୟସ ବ୍ରାକେଟର ଲୋକଙ୍କ ପାଇଁ ନିବେଶର ପ୍ଲାନିଂ ଅଲଗା ହେବ ।

ଆସନ୍ତୁ ପ୍ରଥମେ ଜାଣିବା ୩୦ ବର୍ଷର ଜଣେ ବ୍ୟକ୍ତି ଯଦି ରିଟାୟରମେଣ୍ଟ୍ ଫଣ୍ଡ୍ ଭାବେ ୧୦ କୋଟି ଚାହୁଁଛନ୍ତି ତେବେ ଆଗାମୀ ୩୦ ବର୍ଷ ପାଇଁ ତାଙ୍କୁ କେମିତି ଓ କେତେ ଟଙ୍କା ନିବେଶ କରିବାକୁ ପଡ଼ିବ ।

ଯଦି ଆପଣଙ୍କ ବୟସ ୩୦ ଓ ଆପଣ ଅଧିକ ରିସ୍କ ନନେଇ ୬୦ ବର୍ଷ  ବେଳକୁ ୧୦କୋଟି ଟଙ୍କା ଚାହୁଁଛନ୍ତି ତେବେ ଆପଣଙ୍କୁ ଆଗାମୀ ୩୦ ବର୍ଷ ପାଇଁ ମାସିକ ୬୮ ହଜାରରୁ ୬୯ ହଜାର ଟଙ୍କା ନିବେଶ କରିବାକୁ ପଡ଼ିବ । ବାର୍ଷିକ ୮ ପ୍ରତିଶତ ରିଟର୍ଣ୍ଣରେ ଆପଣ ନିଜ ଟାର୍ଗେଟ୍ ଅର୍ଥାତ ୧୦କୋଟି ଟଙ୍କ ହାସଲ କରିପାରିବେ ।

ଯଦି ଆପଣ ଟିକେ ଅଧିକ ରିସ୍କ ନେବାକୁ ପ୍ରସ୍ତୁତ ଅଛନ୍ତି ତେବେ ଆପଣ ଉଭୟ ସେୟାର ମାର୍କେଟ୍ ଓ ଡେବ୍ଟରେ ସମାନ ପରିମାଣର ନିବେଶ କରି ଟାର୍ଗେଟ୍ ହାସଲ କରିପାରିବେ । ଏଭଳି ପରିସ୍ଥିତିରେ ସାଧାରଣତଃ ବାର୍ଷିକ ୧୦ପ୍ରତିଶତ ରିଟର୍ଣ୍ଣ ମିଳିଥାଏ । ୩୦ ବର୍ଷରେ ୧୦ କୋଟି ଟଙ୍କା ପାଇଁ ଆପଣଙ୍କୁ ମାସିକ ୪୬ରୁ ୪୭ ହଜାର ଟଙ୍କା ନିବେଶ କରିବାକୁ ପଡ଼ିବ ।

ଆଉ ଯଦି ଆପଣଙ୍କର ରିସ୍କ ନେବା କ୍ଷମତା ଅଧିକ ତେବେ ୧୦ କୋଟି ହାସଲ କରିବାର ବଢିଆ ଉପାୟ ହେଉଛି ସେୟାର ମାର୍କେଟ । ଲମ୍ବା ଅବଧି ପର୍ଯ୍ୟନ୍ତ ଆପଣ ଯଦି ସେୟାର ମାର୍କେଟରେ ନିବେଶ କରୁଛନ୍ତି ତେବେ ଆରାମରେ ଅତିକମରେ ୧୨ ପ୍ରତିଶତ ରିଟର୍ଣ୍ଣ ପାଇପାରିବେ । ସେୟାର ମାର୍କେଟରେ ଏଥିପାଇଁ ଆପଣଙ୍କୁ ମାସିକ ୩୦ ହଜାରରୁ ୩୧ ହଜାର ଟଙ୍କା ନିବେଶ କରିବାକୁ ପଡ଼ିବ । ଏଇଠି ଗୋଟିଏ କଥା ଲକ୍ଷ୍ୟ କରନ୍ତୁ ରିସ୍କବଢିବା ସହିତ ନିବେଶର ମୂଲ୍ୟ ମଧ୍ଯ କମୁଛି । ପ୍ରଥମ ଉପାୟରେ ଯଦି ଆପଣଙ୍କୁ ମାସିକ ପାଖାପାଖି ୬୮ ହଜାର ଟଙ୍କା ନିବେଶ କରିବାକୁ ପଡୁଛି ତେବେ ତୃତୀୟ ଉପାୟରେ ତା’ର ଅଧା ମାସିକ ନିବେଶରେ ଆପଣ ନିଜ ଟାର୍ଗେଟ୍ ହାସଲ କରିପାରୁଛନ୍ତି । କହିବାର କଥା ହେଉଛି ସେୟାର ମାର୍କେଟରେ ଯଦି ରିସ୍କ ଅଛି ତେବେ ହାଇ ରିଟର୍ଣ୍ଣ ମଧ୍ଯ ଅଛି । ଅବଶ୍ଯ ଏଥିରେ ନିବେଶ ପୂର୍ବରୁ ଆପଣଙ୍କୁ ଭଲ ଭାବେ ଗବେଷଣା କରିବାକୁ ପଡ଼ିବ । ଏହା ମଧ୍ଯ ମନେ ରଖନ୍ତୁ ବୟସ ବଢିବା ସହିତ ଆପଣଙ୍କୁ ଏହି ଟାର୍ଗେଟ୍ ହାସଲ କରିବାକୁ ଅଧିକ ନିବେଶ କରିବାକୁ ପଡ଼ିବ । ତେଣୁ ୩୦ ବର୍ଷ ବୟସର ଜଣେ ବ୍ଯକ୍ତି ୧୦ କୋଟି ଟଙ୍କା ପାଇଁ ଯେତିକି ମାସିକ ନିବେଶ କରୁଛନ୍ତି,୩୫ କିମ୍ବା ୪୦ ବର୍ଷ ବୟସର ଜଣେ ବ୍ୟକ୍ତିଙ୍କୁ ସେତିକି ଟଙ୍କା ପାଇଁ ଅଧିକ ନିବେଶ କରିବାକୁ ପଡ଼ିବ । ଯାହାର ଅର୍ଥ ହେଉଛି କମ ବୟସରେ ନିବେଶ,ଅଧିକ ଲାଭ ।