Online Shopping: ପାର୍ବଣ ଋତୁରେ ମାତିବେ ଫ୍ରଡ୍ ଷ୍ଟାର, ଅନଲାଇନ୍ ସପିଂ ବେଳେ ରୁହନ୍ତୁ ସତର୍କ
Advertisement

Online Shopping: ପାର୍ବଣ ଋତୁରେ ମାତିବେ ଫ୍ରଡ୍ ଷ୍ଟାର, ଅନଲାଇନ୍ ସପିଂ ବେଳେ ରୁହନ୍ତୁ ସତର୍କ

Online Shopping: ଆଜି ଆମେ ଆପଣଙ୍କୁ ସେଲ୍ କାଳରେ ଅନଲାଇନ୍ ଠକେଇରୁ କେମିତି ବର୍ତ୍ତିବେ ସେ ବାବଦରେ କହିବୁ । ଏହା ସହିତ କେମିତି ସେଲରୁ ଅଧିକରୁ ଅଧିକ ଲାଭ ଉଠାଇ ପାରିବେ ସେନେଇ ମଧ୍ଯ ଟିପ୍ସ ଦେବୁ । ଭିଡିଓକୁ ପୁରା ଦେଖନ୍ତୁ ଓ ସେୟାର କରନ୍ତୁ । 

Online Shopping: ପାର୍ବଣ ଋତୁରେ ମାତିବେ ଫ୍ରଡ୍ ଷ୍ଟାର, ଅନଲାଇନ୍ ସପିଂ ବେଳେ ରୁହନ୍ତୁ ସତର୍କ

Online Shopping: ଅକ୍ଟୋବର ଆସିଲେ ଆସେ ଅନଲାଇନ୍ ସେଲର ମହାସେଲ ସିଜନ । ଫ୍ଲିପକାର୍ଟ ଓ ଆମାଜନ (Flipkart and Amazon)ର ସେଲ ସହିତ ଆହୁରି ଅନେକ ଛୋଟବଡ ଅନଲାଇନ୍ ସପିଂ ସାଇଟ ଏହି ସମୟରେ ଲୋଭନୀୟ ଅଫର (Luscious offer) ଦେଇଥାନ୍ତି । ଅଫର ଏଭଳି ଗହଳି ଚହଳି ଭିତରେ ସାଇବର ଠକ (Cyber fraud) ମଧ୍ଯ ନିଜ ରୁଟି ସେକନ୍ତି । ସେମାନେ ଗ୍ରାହକଙ୍କ ଲୋଭର ଫାଇଦା ଉଠାଇଥାନ୍ତି । ଆଜି ଆମେ ଆପଣଙ୍କୁ ସେଲ୍ କାଳରେ ଅନଲାଇନ୍ ଠକେଇ (Online fraud)ରୁ କେମିତି ବର୍ତ୍ତିବେ ସେ ବାବଦରେ କହିବୁ । ଏହା ସହିତ କେମିତି ସେଲରୁ ଅଧିକରୁ ଅଧିକ ଲାଭ ଉଠାଇ ପାରିବେ ସେନେଇ ମଧ୍ଯ ଟିପ୍ସ ଦେବୁ । ଭିଡିଓକୁ ପୁରା ଦେଖନ୍ତୁ ଓ ସେୟାର କରନ୍ତୁ । 

ଅକ୍ଟୋବର ୮ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ସବୁ ଇକମର୍ସ ସାଇଟରେ ସେଲ୍ ଚାଲିବ । ଫ୍ଲିପକାର୍ଟରେ ବିଗ୍ ବିଲିୟନ ଡେ (Big Billion Day)’ ଏବଂ ଆମାଜନରେ ଦ ଗ୍ରେଟ୍ ଇଣ୍ଡିଆନ୍ ସେଲ୍ ମଧ୍ଯ ୮ରୁ ୧୫ ପର୍ଯ୍ଯନ୍ତ ଚାଲିବ । ତେବେ ଦେଖିବାକୁ ମିଳିଛି ଯେ, ପ୍ରାୟ ଏହି ସମୟରେ ଫ୍ରଡଷ୍ଟାର ଆକ୍ଟିଭ୍ ହୋଇଥାନ୍ତି । ଗ୍ରାହକଙ୍କ ଲୋଭରୁ ଫାଇଦା ଉଠାଇଥାନ୍ତି ସାଇବର ଠକ । ସେଲକୁ ଅପେକ୍ଷା କରିଥିବା ଗ୍ରାହକଙ୍କୁ ସେମାନେ ନକଲି ୱେବସାଇଟ ଲିଙ୍କ୍ (Fake website link) ପଠାଇ ଠକେଇ କରିଥାନ୍ତି । ଗତ କିଛିବର୍ଷ ଧରି ଏହା ନିୟମିତ ଚାଲୁଛି । ଏଭଳି ଠକେଇ ପାଇଁ ଠକଙ୍କୁ ବିଶେଷ କିଛି ହାଇଟେକ୍ ପ୍ଲାନିଂ କରିବାକୁ ପଡେ ନାହିଁ । ସେମାନେ ଆମାଜନ, ଫ୍ଲିପକାର୍ଟ୍ ୱେବସାଇଟ୍ ଭଳି ଦେଖାଯାଉଥିବା ଓ ସମାନ ନାମରେ ନକଲି ୱେବସାଇଟ୍ ତିଆରି କରନ୍ତି । ଯେଉଁଥିରେ ପ୍ରଡକ୍ଟ ଉପରେ ୮୦ରୁ ୯୦ ପ୍ରତିଶତ ଡିସକାଉଣ୍ଟର ଭେଳିକି ଦେଖାନ୍ତି । ଏଭଳି ଲିଙ୍କକୁ ସେମାନେ ଗ୍ରାହକଙ୍କୁ ପଠାଇଥାନ୍ତି । ଲୋଭରେ ପଡି ଗ୍ରାହକ ଏଭଳି ଲିଙ୍କରେ କ୍ଲିକ୍ କରି ପ୍ରଡକ୍ଟ ବୁକ କରନ୍ତି । ଯେଉଁଥିରେ ସେମାନେ ନିଜ ବ୍ୟାଙ୍କ ଡିଟେଲ୍ସ ଦିଅନ୍ତି । ଯାହାର ଫାଇଦା ଫ୍ରଡଷ୍ଟାର ଉଠାନ୍ତି । ତେଣୁ ସେଲ୍ ବେଳେ ନିଜ ଲୋଭ ଉପରେ କାବୁ ରଖନ୍ତି । ଅଧିକ ଲୋଭ ଆଶାରେ ଏଭଳି ସାଇଟକୁ ଭିଜିଟ୍ କରନ୍ତୁ ନାହିଁ କିମ୍ବା ଲିଙ୍କ୍ କ୍ଲିକ୍ କରନ୍ତୁ ନାହିଁ ।  

ଏବେ ଆସନ୍ତୁ ଜାଣିବା ସେଲରୁ କେମିତି ଅଧିକରୁ ଅଧିକ ଲାଭ ଉଠାଇବେ । ଯଦି ଆପଣ ସେଲରେ ପୁରୁଣା ଫୋନ୍ ବଦଳାଇ ନୂଆ ଫୋନ୍ ଆଣିବାକୁ ଚାହୁଁଛନ୍ତି ତେବେ କେବେ ମଧ୍ଯ ସେଲ୍ ଟାଇମରେ ପୁରୁଣା ମୋବାଇଲ ଏକ୍ସଚେଂଜ୍ କରନ୍ତୁ ନାହିଁ । ଏହି ସମୟରେ ପୁରୁଣା ମୋବାଇଲର ଏକ୍ସଚେଂଜ୍ ମୂଲ୍ୟ କମ ଥାଏ । ତେଣୁ ସେଲ୍ ପୂର୍ବରୁ ନିଜ ପୁରୁଣା ମୋବାଇଲକୁ ଅଫ୍ ଲାଇନ୍ ବଜାରରେ ବିକ୍ରି କରନ୍ତୁ କିମ୍ବା ଓଏଲଏକ୍ସ ଭଳି ଅନଲାଇନ ସାଇଟରେ ବିକ୍ରି କରନ୍ତୁ । ଏହାଦ୍ୱାରା ଆପଣ ଏକ୍ସଚେଂଜ୍ ଅଫରଠାରୁ ଅଧିକ ମୂଲ୍ୟ ପାଇବେ । ଏହା ସହିତ ସେଲ୍ କାଳରେ ବିଭିନ୍ନ କ୍ରେଡିଟ୍ କାର୍ଡ ତତ୍କାଳ କ୍ୟାସବ୍ୟାକ୍ ଅଫର ଦେଇଥାନ୍ତି । ତେଣୁ ସେଲ୍ ପୂର୍ବରୁ ଦେଖି ନିଅନ୍ତୁ କେଉଁ କ୍ରେଡିଟ୍ କାର୍ଡରେ କେତେ ଅଫର ମିଳୁଛି । ଯଦି ସେହି କ୍ରେଡିଟ୍ କାର୍ଡ୍ ଆପଣଙ୍କ ପାଖରେ ନାହିଁ, ତେବେ ନିଜ ବନ୍ଧୁବାନ୍ଧବଙ୍କ କାର୍ଡରେ କିଣି ଅଧିକ ଲାଭ ଉଠାନ୍ତୁ । 

ସେଲ୍ ବେଳେ ଆଖି ବୁଜି ଅନଲାଇନ୍ ସପିଂ କରନ୍ତୁ ନାହିଁ । ଯାହା କିଣୁଛନ୍ତି ସେହି ପ୍ରଡକ୍ଟର ଅଫ୍ ଲାଇନ୍ ପ୍ରାଇସ୍ (Offline price) ଚେକ୍ କରନ୍ତୁ । ଅନେକ ସମୟରେ ସମାନ ପ୍ରଡକ୍ଟ ଅଫଲାଇନରେ ଶାସ୍ତାରେ ମିଳିଥାଏ । ଆପଣ ଯେଉଁ ସାମଗ୍ରୀ ଅନଲାଇନ କ୍ରୋମାରୁ କିଣୁଥିବେ କିମ୍ବା ରିଲାଏନ୍ସ ଡିଜିଟାଲରୁ କିଣିବେ ତାହା ସେହି କମ୍ପାନୀଙ୍କର ଅଫଲାଇନ ଷ୍ଟୋରରେ ଶସ୍ତାରେ ମିଳିବା ଅସମ୍ଭବ ନୁହେଁ । ତେଣୁ ପ୍ରଥମ କମ୍ପେୟାର କରନ୍ତୁ ତା’ ପରେ କିଣନ୍ତୁ । ଆଉ ଯଦି ଅନଲାଇନ୍ କିଣିବାକୁ ମନ ସ୍ଥିର କରିସାରିଛନ୍ତି ତେବେ ପ୍ରାଇସ୍ ହିଷ୍ଟ୍ରି ଡଟ୍ କମ  ଭଳି ସାଇଟକୁ ଯାଇ ପ୍ରଡକ୍ଟର ପ୍ରାଇସ୍ ଦେଖିନିଅନ୍ତୁ । ଏଭଳି ସାଇଟରେ ସମାନ ପ୍ରଡକ୍ଟକୁ କେଉଁ ଇକମର୍ସ ସାଇଟ୍ କେତେରେ ବିକ୍ରି କରୁଛନ୍ତି ତାହାର ସୂଚନା ଥାଏ । ଏମିତିକି ସେହି ପ୍ରଡକ୍ଟ ଆଗରୁ କେତେରେ ବିକ୍ରି ହେଉଥିଲା ଓ ଆଗକୁ କେତେରେ ବିକ୍ରି ହେବାର ଅଛି ତା’ ବାବଦରେ ମଧ୍ଯ ତଥ୍ଯ ଥାଏ । 

Also Read- Financial Tips: ପ୍ରତିମାସରେ ମାତ୍ର ଏତିକି ଟଙ୍କାର SIP କରି ହୁଅନ୍ତୁ କୋଟିପତି, ଆସନ୍ତୁ ଜାଣିବା କିପରି?

Also Read- Iron Foods: ଆଇରନରେ ଭରପୁର ଏହି ୫ ଖାଦ୍ଯ, ଦୂର କରିବ ରକ୍ତହୀନତା