Himachal News: ପ୍ରବଳ ବର୍ଷା କାରଣରୁ ବଡ଼ ଭୂସ୍ଖଳନ, ୮ଟି ଗାଡି କ୍ଷତିଗ୍ରସ୍ତ
Advertisement
Article Detail0/zeeodisha/odisha2312531

Himachal News: ପ୍ରବଳ ବର୍ଷା କାରଣରୁ ବଡ଼ ଭୂସ୍ଖଳନ, ୮ଟି ଗାଡି କ୍ଷତିଗ୍ରସ୍ତ

ଦକ୍ଷିଣ-ପଶ୍ଚିମ ମୌସୁମୀ ହିମାଚଳ ପ୍ରଦେଶରେ ପ୍ରବେଶ କରିବା ମାତ୍ରେ ହିଁ ବର୍ଷା ଆରମ୍ଭ ହୋଇଯାଇଛି । ମୌସୁମୀ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । 

Himachal News: ପ୍ରବଳ ବର୍ଷା କାରଣରୁ ବଡ଼ ଭୂସ୍ଖଳନ, ୮ଟି ଗାଡି କ୍ଷତିଗ୍ରସ୍ତ

Himachal News: ଦକ୍ଷିଣ-ପଶ୍ଚିମ ମୌସୁମୀ ହିମାଚଳ ପ୍ରଦେଶରେ ପ୍ରବେଶ କରିବା ମାତ୍ରେ ହିଁ ବର୍ଷା ଆରମ୍ଭ ହୋଇଯାଇଛି । ମୌସୁମୀ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଶିମଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଭୂସ୍କଳନ କାରଣରୁ ପ୍ରାୟ ଆଠଟି ଗାଡି ନଷ୍ଟ ହୋଇଯାଇଛି । ଚାମିଆନାରେ ଥିବା ଡ୍ରେନ୍ ନିକଟରେ ପାର୍କିଂ ହୋଇଥିବା ତିନୋଟି ଗାଡି ଉପରେ ଭୂସ୍କଳନ ହେବା କାରଣରୁ ଆବର୍ଜନା ତଳେ ଗାଡି ଗୁଡିକ ପୋତି ହୋଇଯାଇଛି । ମାଲୟାନାରେ, ପାହାଡରୁ ବଡ ପଥର ଖସି ରାସ୍ତାରେ ଅଟକି ରହିଥିବା ଚାରିଟି ଗାଡି ଉପରେ ପଡିଯାଇଥିଲା । ଫଳରେ ଦୁଇଟି ଗାଡି କ୍ଷତିଗ୍ରସ୍ତ ହୋଇଥିଲା ।

ଭଟ୍ଟକୁଫାରରେ ଭୂସ୍ଖଳନ କାରଣରୁ ରାସ୍ତା କଡ଼ରେ ଅଟକି ରହିଥିବା ଏକ କାର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ପାହାଡ ଉପରୁ ଅଳିଆ ଆବର୍ଜନା ବର୍ଷା ପାଣିରେ ଧୋଇଆସି ରାସ୍ତାରେ ଜମା ହୋଇଥିଲା ଫଳରେ ରାସ୍ତା ଡ୍ରେନରେ ପରିଣତ ହୋଇଥିଲା। ସହରର ଇଡଗା ​​କଲୋନୀରେ ମଧ୍ୟ କ୍ଷୟକ୍ଷତି ହୋଇଛି। ଡ୍ୟାମ ଭୁଶୁଡ଼ିବା କାରଣରୁ ରାସ୍ତା ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ପଥର ଓ ଆବର୍ଜନା ଯୋଗୁଁ ଟ୍ରାଫିକ ପ୍ରଭାବିତ ହୋଇଥିଲା। ଏଥି ସହିତ ଜୁଙ୍ଗା ରୋଡରେ ଥିବା ଘରଗୁଡ଼ିକରେ ବର୍ଷା ପାଣି ପଶି ଲୋକଙ୍କର ଅନେକ ଜିନିଷ ନଷ୍ଟ କରିଛି । ସୂଚନାନୁସାରେ, ଶିମଲାରେ ପ୍ରବଳ ବର୍ଷା ଏବଂ ଗତକାଲି ରାତିରେ ଜୁବରହାଟୀରେ ପ୍ରବଳ ବର୍ଷା ରେକର୍ଡ କରାଯାଇଥିଲା। ଶୁକ୍ରବାର ଅପରାହ୍ନରେ ପୁଣି ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ଗୁରୁବାର ରାତିରେ ଜୁବରଭଟ୍ଟି, ଶିମଲା ୮୪.୦, ଗୋହର ୪୨.୦, ମାସୋବ୍ରା ୩୮.୦, ସାଲାପର ୩୪.୬, କୁଫ୍ରି ୨୪.୨, ବିଲାସପୁର ୨୨.୦, ଘାଗାସ ୧୮.୮, କାରସୋଗ ୧୮.୨, କାହୁ ୧୬.୦ ଏବଂ ପାଣ୍ଡୋରେ ୧୨.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। 

ଆଜିଠାରୁ ଲଗାତାର ସାତ ଦିନ ଧରି ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ପାଇଁ ପାଣିପାଗ କେନ୍ଦ୍ର ଶିମଲା ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏଥିସହ ବଜ୍ରପାତ ହେବା ନେଇ ମଧ୍ୟ ସତର୍କ ସୂଚନା ଦିଆଯାଇଛି । ପାଣିପାଗ ବିଭାଗର କହିବାନୁସାରେ, ଆଗାମୀ ଦୁଇ ଦିନ ମଧ୍ୟରେ ହିମାଚଳ ପ୍ରଦେଶର ଅବଶିଷ୍ଟ ଅଞ୍ଚଳରେ ମୌସୁମୀ ଅଗ୍ରଗତି ପାଇଁ ପରିସ୍ଥିତି ଅନୁକୂଳ ରହିଛି । ତେଣୁ ଜୁଲାଇ ୪ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଆଶା କରାଯାଉଛି। ଜୁନ୍ ୨୮ ରୁ ଜୁଲାଇ ୧ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଏକ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିଲା । ନଦୀ ଓ ଝରଣା ଅଞ୍ଚଳକୁ ନ ଯିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। HRTC ଡ୍ରାଇଭରମାନଙ୍କୁ ମଧ୍ୟ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Also Read- Ram Mandir Ayodhya: ମାଗଣାରେ ଅଯୋଧ୍ୟା ଯାତ୍ରା, ମିଳିବ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ

Also Read- ଦିଲ୍ଲୀ ବିମାନବନ୍ଦରରେ ଛାତ ଭୁଶୁଡି ମୃତ୍ୟୁ ଘଟଣା, ୨୦ ଲକ୍ଷ ସହାୟତା ଘୋଷଣା କଲେ ମନ୍ତ୍ରୀ