Special Train: ରଥଯାତ୍ରା ପାଇଁ ସର୍ବାଧିକ ୩୧୫ ସ୍ପେଶାଲ ଟ୍ରେନ ଚଳାଇବ ପୂର୍ବତଟ ରେଳବାଇ
Advertisement
Article Detail0/zeeodisha/odisha2320330

Special Train: ରଥଯାତ୍ରା ପାଇଁ ସର୍ବାଧିକ ୩୧୫ ସ୍ପେଶାଲ ଟ୍ରେନ ଚଳାଇବ ପୂର୍ବତଟ ରେଳବାଇ

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସର୍ବାଧିକ ୩୧୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ଯୋଜନା କରିଛି ପୂର୍ବତଟ ରେଳବାଇ। ଏହି ସ୍ପେଶାଲ ଟ୍ରେନ ଗୁଡ଼ିକ ରାଜ୍ୟର ଅଧିକାଂଶ ସ୍ଥାନରୁ ପୁରୀକୁ ଚଳାଚଳ କରିବ। ଏହା ସହିତ ପଡୋଶୀ ରାଜ୍ୟରୁ ମଧ୍ୟ ପୁରୀ ଅଭିମୁଖେ ଯାତ୍ରା କରିବ। ସେହିପରି ବାଦାମପାହାଡ଼, ରାଉରକେଲା, ବାଲେଶ୍ୱର, ସୋନପୁର, ଦଶପଲ୍ଲା,

Special Train: ରଥଯାତ୍ରା ପାଇଁ ସର୍ବାଧିକ ୩୧୫ ସ୍ପେଶାଲ ଟ୍ରେନ ଚଳାଇବ ପୂର୍ବତଟ ରେଳବାଇ

Special Train: ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସର୍ବାଧିକ ୩୧୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ଯୋଜନା କରିଛି ପୂର୍ବତଟ ରେଳବାଇ। ଏହି ସ୍ପେଶାଲ ଟ୍ରେନ ଗୁଡ଼ିକ ରାଜ୍ୟର ଅଧିକାଂଶ ସ୍ଥାନରୁ ପୁରୀକୁ ଚଳାଚଳ କରିବ। ଏହା ସହିତ ପଡୋଶୀ ରାଜ୍ୟରୁ ମଧ୍ୟ ପୁରୀ ଅଭିମୁଖେ ଯାତ୍ରା କରିବ। ସେହିପରି ବାଦାମପାହାଡ଼, ରାଉରକେଲା, ବାଲେଶ୍ୱର, ସୋନପୁର, ଦଶପଲ୍ଲା, ପାରାଦୀପ ଭାୟା କେନ୍ଦ୍ରାପଡ଼ାରୁ ପ୍ରଥମ ଥର ପାଇଁ ଚଳିତ ବର୍ଷ ଯାତ୍ରା କରିବ। ସେହିପରି ପଡୋଶୀ ରାଜ୍ୟ ଛତିଶଗଡ଼ର ଜଗଦଲପୁର, ରାୟପୁରରୁ ପୁରୀ ଅଭିମୁଖେ ଏକ ସ୍ପେଶାଲ ଟ୍ରେନ ଯାତ୍ରା କରିବ। ସେହିପରି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ପଲାସା, ସୋମପେଟା, ପଶ୍ଚିମବଙ୍ଗର ମାଲଦା ଟାଉନ ଓ ସିଆଲଦାହରୁ ପୁରୀ ଅଭିମୁଖେ ଟ୍ରେନ ଯାତ୍ରା କରିବ।

ଜୁନାଗଡ଼ ରୋଡ, କେନ୍ଦୁଝରଗଡ଼, ପାରାଦୀପ, ଭଦ୍ରକ, ଅନୁଗୋଳ, ଗୁଣୁପୁର, ସମ୍ବଲପୁର, ବାଙ୍ଗିରିପୋଷି, ଖୋର୍ଦ୍ଧା ରୋଡ଼ରୁ ମଧ୍ୟ ପୁରୀ ଅଭିମୁଖେ ସ୍ପେଶାଲ ଟ୍ରେନ ଚଳାଚଳ କରିବ। ତେବେ ଏହା ପୂର୍ବରୁ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ପୁରୀ ଗସ୍ତ କରି ରେଳ ଚଳାଚଳ ଉପରେ ସମୀକ୍ଷା କରିଛନ୍ତି। ଏହା ବ୍ୟତୀତ ପୂର୍ବତଟ ରେଳବାଇ ତୀର୍ଥଯାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି। ବାଦାମପାହାଡ଼, ରାଉରକେଲା, ମାଲଦା ଟାଉନ୍ ଏବଂ ସିଆଲଦାହ (କୋଲକାତା) ରୁ ଟ୍ରେନ୍ ସୀମିତ ରହଣୀ ସହିତ ଯାତ୍ରା କରିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ବିଶାଖାପାଟନମ୍, ଜଗଦଲପୁର, ଜୁନଗଡ ରୋଡ୍, ସୋନେପୁର ଏବଂ ସମ୍ବଲପୁରରୁ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ସୀମିତ ଷ୍ଟପେଜ୍ ରହିବ। ପାରାଦୀପ, ଅନୁଗୋଳ, ଭଦ୍ରକ, ଖୋର୍ଦ୍ଧା ରୋଡ୍, ଦଶପଲ୍ଲା,  ସୋମପେଟା, ପାଲାସା, କେନ୍ଦୁଝରଗଡ, ଗୁଣୁପୁରରୁ ଟ୍ରେନ୍ ଗୁଡିକ ସେମାନଙ୍କର ମୂଳ ସ୍ଥାନରୁ ପୁରୀ ଏବଂ ବିପରୀତ ଦିଗରେ ସମସ୍ତ ଷ୍ଟେସନ୍ ଏବଂ ପାସେଞ୍ଜର ହଲ୍ଟରେ ଅଟକି ରହିବ।