Al-Aqsa Mosque: ରମଜାନ୍ ମାସରେ ଅଘଟଣ, ନମାଜ ପାଠ ବେଳେ ଆକ୍ରମଣ
Advertisement

Al-Aqsa Mosque: ରମଜାନ୍ ମାସରେ ଅଘଟଣ, ନମାଜ ପାଠ ବେଳେ ଆକ୍ରମଣ

Al-Aqsa Mosque News In Odia: ଚାଲିଛି ମୁସଲମାନଙ୍କ ପବିତ୍ର ରମଜାନ ମାସ (Ramadan)। ରୋଜା (Roza) ମାସକୁ ଅତି ପବିତ୍ରତାର ସହ ପାଳୁଛନ୍ତି ମୁସଲମାନ ଭାଇଭଉଣୀ । ମସଜିଦରେ ସମୁହ ନମାଜ ପାଠ ଅନୁଷ୍ଠିତ ମଧ୍ୟ ହେଉଛି। ରମଜାନ ମାସରେ (Ramadan 2023) ଉପବାସ ରଖି ଦାନଧର୍ମ କଲେ ପୂଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ତେବେ, ଏହି ରମଜାନ ମାସରେ ଏକ ବଡ଼ ଅଘଟଣ ଘଟି ଯାଇଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Al-Aqsa Mosque News In Odia: ଚାଲିଛି ମୁସଲମାନଙ୍କ ପବିତ୍ର ରମଜାନ ମାସ (Ramadan)।  ରୋଜା (Roza) ମାସକୁ ଅତି ପବିତ୍ରତାର ସହ ପାଳୁଛନ୍ତି ମୁସଲମାନ ଭାଇଭଉଣୀ ।  ମସଜିଦରେ ସମୁହ ନମାଜ ପାଠ ଅନୁଷ୍ଠିତ ମଧ୍ୟ ହେଉଛି। ରମଜାନ ମାସରେ (Ramadan 2023) ଉପବାସ ରଖି ଦାନଧର୍ମ କଲେ ପୂଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ତେବେ, ଏହି ରମଜାନ ମାସରେ ଏକ ବଡ଼ ଅଘଟଣ ଘଟି ଯାଇଛି ।  ନମାଜ ପାଠ ଚାଲିଥିବା ବେଳେ ମସଜିଦ୍‌ (Mosque) ଉପରେ ଆକ୍ରମଣ ହୋଇଛି (Mob attacks people offering namaz)। ମାରଣାସ୍ତ୍ର ଧରି ପ୍ରାୟ ୧୫ରୁ ୨୦ ଜଣ ଅତର୍କିତ ଭାବେ ମସଜିଦ୍‌ରେ ପଶି ନଜାମ ପାଠ କରୁଥିବା ମୁସଲିମ୍‌ ସମ୍ପ୍ରଦାୟ ଲୋକଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ବହୁ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପରି ଏକ ଘଟଣା ଗତକାଲି ବିଳମ୍ବିତ ରାତିରେ ହରିୟାଣାର (Haryana) ସୋନିପତର ସାନ୍ଦଲକଲା ଗାଁର(Sandal Kalan village ) ଏକ ମସଜିଦରେ (Mosque)  ଘଟିଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। 

ସାନ୍ଦଲକଲା ଗାଁରେ ଏକ ମସଜିଦ୍‌  (Mosque) ଥିବା ବେଳେ ସେଠାରେ ମୁସଲିମ ସମ୍ପ୍ରଦାୟ ଲୋକେ (Muslim community) ନମାଜ ପାଠ (namaz) କରିଥାନ୍ତି। ଗତକାଲି ରାତିରେ ବହୁ ମୁସଲିମ୍‌ ସମ୍ପ୍ରଦାୟ ଲୋକେ ନମାଜ ପାଠ ନିମନ୍ତେ ଉକ୍ତ ମସଜିଦ୍‌ରେ  (Mosque) ଏକତ୍ରିତ ହୋଇଥିଲେ। ଏହି ସମୟରେ ଅତର୍କିତ ଭାବେ ପ୍ରାୟ ୨୦ ଜଣ ପାଖାପାଖି ଯୁବକ ମାରଣାସ୍ତ୍ର ଧରି ମସଜିଦରେ ପଶିଥିଲେ। ସେମାନେ ନମାଜ ପାଠ କରୁଥିବା ମୁସଲିମଙ୍କ ଉପରେ ଆକ୍ରମଣ କରିବା ସହ ମସଜିଦରେ ବି ଭଙ୍ଗାରୁଜା କରିଥିଲେ। ଏ-ପରି ଅତର୍କିତ ଆକ୍ରମଣରେ ଗୁରୁତର ହୋଇ ପଡ଼ିଥିବା ମୁସଲିମ ସମ୍ପ୍ରଦାୟ ଲୋକେ ଇତସ୍ତତ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗିଲେ। ସେମାନଙ୍କ ମଧ୍ୟରୁ ବହୁ ଜଣ ଆକ୍ରମଣରେ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

fallback

Also Read : Preity Zinta Behaviour: ଦିବ୍ୟାଙ୍ଗଙ୍କୁ ଡିମ୍ପର୍ଲ ଗର୍ଲଙ୍କ ଏ କି ବ୍ୟବହାର ? ଫ୍ୟାନ୍ସ କହିଲେ ଛି ଛି...

Also Read : Cuttack News: SCBରେ ହେଲା ଏକମୋ ସପୋର୍ଟରେ ଅସ୍ତ୍ରୋପଚାର, ଜାଣନ୍ତୁ କ'ଣ ଏହି ସପୋର୍ଟ ସିଷ୍ଟମ

ଏ-ହି ଆକ୍ରମଣରେ ଗାଁର କିଛି ଯୁବକ ସାମିଲ ଥିବା ଅନୁମାନ କରାଯାଉଛି। ତେବେ ଆକ୍ରମଣର କାରଣ ଜଣାପଡ଼ିନି । କିଛି ଆକ୍ରମଣକାରୀଙ୍କ ଚେହେରା ସିସିଟିଭିରେ ଏକଦ ହୋଇଛି  । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି । ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତକୁ ଗତିଶୀଳ କରୁଛି ପୋଲିସ୍ । ତେବେ, ମସଜିଦ୍ ଉପରେ ଆକ୍ରମଣ ହୋଇଥିବାରୁ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।  ଘଟଣାସ୍ଥଳରେ ପୋଲିସ୍‌ ଫୋର୍ସ ମୁତୟନ  କରାଯାଇଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଥିବା ଜଣାପଡିଛି । 

ସେହିପରି ନିକଟରେ ମଧ୍ୟ ରମଜାନ ମାସ ଆରମ୍ଭରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । ରମଜାନ ବେଳେ ଜାଳି ଦିଆଯାଇଛି କୁରାନ। ୟୁରୋପୀୟ ଦେଶ ଡେନମାର୍କର ରାଜଧାନୀ କୋପେନହେଗନ ଠାରେ ଦେଖିବାକୁ ମିଳିଛି ଏଭଳି ଘଟଣା। କୋପେନହେଗନ ଠାରେ ଅବସ୍ଥିତ ତୁର୍କୀ ଦୂତାବାସ ସାମ୍ନାରେ ରମଜାନ ମାସରେ କୁରାନ ଜାଳିଦେବା ଘଟଣାକୁ ସମାଲୋଚନା କରିଛନ୍ତି ସାଉଦି ଆରବ ରାଜା ସଲମାନ ବିନ୍ ଅବଦୁଲ ଅଜୀଜ୍। କଟ୍ଟର ଦକ୍ଷିଣପନ୍ଥୀ ନେତା ରସମୁସ୍ ପଲୁଦାନଙ୍କ ଦ୍ୱାରା କୁରାନ ଜଳାଇବା କାର୍ଯ୍ୟକୁ ନିନ୍ଦା କରି ସାଉଦି ଆରବ ରାଜା ପାରସ୍ପରିକ ଆଲୋଚନା, ସହନଶୀଳତା ଏବଂ ସମ୍ମାନର ମୂଲ୍ୟବୋଧକୁ ମଜବୁତ କରି ଘୃଣା ଏବଂ ଉଗ୍ରବାଦ ବିସ୍ତାର କରୁଥିବା ସମସ୍ତ ବିଷୟକୁ ପ୍ରତ୍ୟାଖ୍ୟାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ରମଜାନ ମାସର ମାହାତ୍ମ୍ୟ:

ଇସଲାମ ଧର୍ମର ହିଜରୀ କ୍ୟାଲେଣ୍ଡର ଅନୁସାରେ ରମଜାନ ମାସ ହେଉଛି ବର୍ଷର ନବମ ମାସ। ଏହା ସାବାନର ପରବର୍ତ୍ତୀ ଓ ସବାଲ୍‌ର ପୂର୍ବବର୍ତ୍ତୀ ମାସ। ଇସଲାମୀୟ ପରମ୍ପରା ଅନୁସାରେ ଏହି ରମଜାନ ମାସ ହିନ୍ଦୁମାନଙ୍କ କାର୍ତ୍ତିକ ମାସ ଭଳି ସବୁଠାରୁ ପୂଣ୍ୟ ଓ ପବିତ୍ର ମାସ। ଏ-ହି ପବିତ୍ର ମାସସାରା ରୋଜା (ଉପବାସ) ଓ ଏବାଦତ (ବିଶେଷ ପ୍ରାର୍ଥନା) ଏବଂ ତରାବି ନମାଜ ପାଠ କରାଯାଏ । ଇସଲାମ ଧର୍ମାବଲମ୍ବୀଙ୍କ ଅନୁସାରେ ଏହି ମାସରେ ୩୦ ଦିନ ଧରି ରୋଜା ରଖିବା, ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ରକ୍ଷା କବଚ ସଦୃଶ, ଯାହା ସମସ୍ତ ବିପଦ ଆପଦରୁ ଭକ୍ତକୁ ରକ୍ଷା କରେ। 

ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ନିର୍ଜଳ ଉପବାସ ବ୍ରତ ପାଳନ କରିବା ସହିତ ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ୱା ଇତ୍ୟାଦି ଇନ୍ଦ୍ରିୟଗୁଡ଼ିକ ଉପରେ ସଂଯମ ଅବଲମ୍ବନ କରାଯାଇ ଆଲ୍ଲାଙ୍କ ସ୍ତୁତି କରିବାକୁ ରୋଜା କୁହାଯାଏ। ଏହି ସଂଯମ ବିନା ରୋଜା ଅସମ୍ପୂର୍ଣ୍ଣ ରହିଥାଏ । ମାସ ସାରା ଧୈର୍ଯ୍ୟଶୀଳତା, ଆଧ୍ୟାତ୍ମିକତା, ଆଲ୍ଲାଙ୍କ ପ୍ରତି ବିନୟ ଏବଂ ଅର୍ପଣ ଭାଗ ଇତ୍ୟାଦି ବେଶ କଠୋର ଭାବେ ପାଳନ କରିବାକୁ ପଡ଼ିଥାଏ ।

ଇସଲାମୀ କ୍ୟାଲେଣ୍ଡରର ଅନୁଯାୟୀ ୨୯ ବା ୩୦ଦିନ ପରେ ନୂତନ ଚନ୍ଦ୍ର ଦେଖିବା ପରେ ରମଜାନ ମାସ 'ଇଦ ଉଲ-ଫିତର' ଦିନ ଶେଷ ହୋଇଥାଏ। ଇଦ୍ର ଅର୍ଥ ଖୁସି, ଫିତର ଅର୍ଥ ଦାନ। ରମଜାନର ଶେଷ ରାତ୍ରି ଉପବାସ କରିଥିବା ଲୋକମାନଙ୍କ ପାଇଁ ମଗଫିରତ ରାତ୍ରି ଆଟେ । ଏହି ରାତ୍ରିରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆଲ୍ଲା ଆଗାମୀବର୍ଷ ପାଇଁ ରୋଜି ଓ ରୋଜଗାର ଦେଇଥାନ୍ତି। ଇଦୁଲ ଫିତର ହେଉଛି ଦାନର ମହୋତ୍ସବ । ଏହି ପବିତ୍ର ଦିନରେ ବର୍ଷସାରା ଯାହା ଆୟ କରିଥିବ ତାର ଅଢ଼େଇ ଭାଗ ଗରୀବ ଓ ନିଃସହାୟ ବ୍ୟକ୍ତିଙ୍କୁ ଦାନ କଲେ ପୂଣ୍ୟ ହୁଏ ବୋଲି ବିଶ୍ୱାସ ରହିଛି ।

ରମଜାନ ମାସରେ ସମସ୍ତଙ୍କ ସୁଖ ସମୃଦ୍ଧି ପାଇଁ ମୁସଲମାନମାନେ ଆଲ୍ଲାତଲ୍ଲାଙ୍କ ନିକଟରେ ଦୁଆ (ପ୍ରାର୍ଥନା) କରିଥାନ୍ତି । ସବେକଦର ଦିନଟି ରମଜାନ ମାସର ଶ୍ରେଷ୍ଠ ଦିନ । ଏହି ଦିନ ଇସଲାମ ଧର୍ମାବଲମ୍ବୀମାନେ ରାତ୍ରି ଉଜାଗର ରହି ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି ।

ରୋଜା:
୧୨ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ସମସ୍ତ ଇସଲାମୀୟ ଧର୍ମାବଲମ୍ବୀଙ୍କ ନିମନ୍ତେ ରୋଜା ଏକ ପ୍ରକାର ବାଧ୍ୟତାମୂଳକ କହିଲେ ଚଳେ। ଇସଲାମ ବିଶ୍ୱାସ ଅନୁଯାୟୀ ରମଜାନ ମାସରେ ଭଲ କାମ କଲେ ସାଧାରଣ ଦିନ ଅପେକ୍ଷା ୭୦ ଗୁଣା ଅଧିକ ପୂଣ୍ୟ ଅର୍ଜନ ହୁଏ। ଏହି ମାସରେ ନର୍କର ଦ୍ୱାର ବନ୍ଦ ଥାଏ । ଏହି ମାସରେ ପୈଗମ୍ବର ମହମ୍ମଦ ଆଶୀର୍ବାଦ ସ୍ୱରୂପ ଆଲ୍ଲାଙ୍କ ବାଣୀ (କୋରାନ ସରିଫ) ପ୍ରାପ୍ତ ହୋଇଥିଲେ। ଭକ୍ତମାନେ ପରମ୍ପରା ଅନୁସାରେ ପ୍ରାତଃ କାଳରେ ରୋଜା ରଖିବା ବେଳେ ଆଲ୍ଲାଙ୍କୁ ସ୍ମରଣ କରି କହନ୍ତି “ଆଲ୍ଲା ମୁଁ ଆପଣଙ୍କ ପାଇଁ ରୋଜା ରଖୁଛି ମୋ ରୋଜାକୁ ଗ୍ରହଣ କରନ୍ତୁ”। ସେହିପରି ରୋଜା ଖୋଲିବା ବେଳେ କହନ୍ତି “ଆଲ୍ଲା ମୁଁ ଆପଣଙ୍କ ପାଇଁ ରୋଜା ରଖିଥିଲି ଏବଂ ଆପଣଙ୍କ ଆଶୀର୍ବାଦରୁ ଖୋଲୁଛି”।