Odia jawan Debasish Biswal: ଦେବାଶିଷଙ୍କୁ ଝୁରୁଛନ୍ତି ପତ୍ନୀ, ଆଜି ପାଳିଥାନ୍ତେ ବିବାହ ବାର୍ଷିକୀ
Advertisement
Article Detail0/zeeodisha/odisha1664756

Odia jawan Debasish Biswal: ଦେବାଶିଷଙ୍କୁ ଝୁରୁଛନ୍ତି ପତ୍ନୀ, ଆଜି ପାଳିଥାନ୍ତେ ବିବାହ ବାର୍ଷିକୀ

Odia jawan Debasish Biswal News In Odia: ଆଉ ନାହାଁନ୍ତି ବୀରପୁଅ ଦେବାଶିଷ ବିଶ୍ୱାଳ(Odia jawan Debasish Biswal)। ମାଆ ମାଟି ପାଇଁ ସହୀଦ ହୋଇଛନ୍ତି ବୀର ପୁଅ ଦେବାଶିଷ । ଚାଲି ଯାଇଛନ୍ତି ଅଫେରା ଦୁନିଆକୁ ଯେଉଁଠୁ କେବେ ଆଉ ଫେରିବେନି । ହେଲେ ଆଜି ପରା ବିବାହ ବାର୍ଷିକୀ ,ଫେରିବନି କେମିତି । ଆଜକୁ ଠିକ୍ ବର୍ଷେ ତଳେ ସାତ ଜନ୍ମର ସାଥୀ କରିବା ପାଇଁ ହାତ ଥରି ଥିଲେ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Odia jawan Debasish Biswal News In Odia:  ଆଉ ନାହାଁନ୍ତି ବୀରପୁଅ ଦେବାଶିଷ ବିଶ୍ୱାଳ(Odia jawan Debasish Biswal)। ମାଆ ମାଟି ପାଇଁ ସହୀଦ ହୋଇଛନ୍ତି ବୀର ପୁଅ ଦେବାଶିଷ । ଚାଲି ଯାଇଛନ୍ତି ଅଫେରା ଦୁନିଆକୁ ଯେଉଁଠୁ କେବେ ଆଉ ଫେରିବେନି । ହେଲେ ଆଜି ପରା ବିବାହ ବାର୍ଷିକୀ ,ଫେରିବନି କେମିତି । ଆଜକୁ ଠିକ୍ ବର୍ଷେ ତଳେ ସାତ ଜନ୍ମର ସାଥୀ କରିବା ପାଇଁ ହାତ ଥରି ଥିଲେ । ସାକ୍ଷୀ ଥିଲା ହୋମ ନିଆଁ । କିନ୍ତୁ ସେହି ନିଆଁରେ ଗତକାଲି ଜଳି ଯାଇଛି ତୁମର ମୃତ ଶରୀର । ଏଭଳି କିଛି ଅଭିମାନ ଓ ଦୁଃଖଭରା ଶବ୍ଦ ବ୍ୟଥିତ ଓ ବିବ୍ରତ କରୁଛି ସହୀଦ ଦେବାଶିଷ୍ ବିଶ୍ୱାଳଙ୍କ ସ୍ତ୍ରୀ ସଙ୍ଗୀତାକୁ (Sangeeta Biswal )। ସ୍ୱାମୀର ସହୀଦ ଖବର ଶୁଣିବା ବେଳଠାରୁ ନିର୍ବାକ ହୋଇଯାଇଛି ସ୍ତ୍ରୀ(Martyred Debashish Biswal's Wife Sangeeta) । ପାଟିରୁ କଥା ବାହାରୁନି ।

ସୂଚନାଯୋଗ୍ୟ, ଆଜି ହେଉଛି ସଦୀଦ ଓଡିଆ ପୁଅ ଦେବାଶିଷ ବିଶ୍ୱାଳଙ୍କ (Martyred Debashish Biswal) ପ୍ରଥମ ବିବାହ ବାର୍ଷିକୀ (Martyred Debasish Biswal first marriage anniversary)। ଏ-ଥିପାଇଁ ସବୁ ପ୍ରକାର ବ୍ୟବସ୍ଥା ସରିଥିଲା । କେମିତି ପ୍ରଥମ ବିବାହ ବାର୍ଷିକୀ (first marriage anniversary)ଧୁମଧାମରେ ପାଳନ କରାଯିବ ସେନେଇ ମଧ୍ୟ ଦେବାଶିଷ୍ -ସଙ୍ଗୀତାଙ୍କ ମଧ୍ୟରେ ବିଭିନ୍ନ ଆଲୋଚନା ହୋଇଥିଲା । ଡାଲି ଚାଉଳ ଦୋକାନରୁ ଆରମ୍ଭ କରି ଟେଣ୍ଡ ସବୁଠି ବହିନା ଦିଆ ସରିଥିଲ । ଏ-ମିତିକି ଘରକୁ ଫେରିବା ପାଇଁ ଟିକେଟ୍ ମଧ୍ୟ ହୋଇଥିଲା । ବୋଧେ ସେହି ଦିନର ଡ୍ୟୁଟି ସାରି ଘରକୁ ଫେରିଥାନ୍ତେ । 

Also Read: Cuttack News: ମାଟି ଖୋଳିବା ବେଳ ତଳୁ ବାହାରିଲା ପୁଳା ପୁଳା ପାଞ୍ଚଶହ ଟଙ୍କିଆ ନୋଟ୍, ବିଡ଼ା ବିଡ଼ା ଟଙ୍କା ଦେଖି ବେହୋସ୍ ହେଲା ଶ୍ରମିକ!

Also Read: Odia jawan Martyred: ଗୁମୁରି ଗୁମୁରି କାନ୍ଦୁଛି ଖଣ୍ଡାୟତ ସାହି, ଗାଁ ଶ୍ମଶାନରେ ହେଲା ସହିଦ ଦେବାଶିଷଙ୍କ ଶେଷକୃତ୍ୟ

Also Read: Amritpal Singh Arrest: ଗୁରୁଦ୍ବାରକୁ ଯାଇଥିଲା ଶରଣ ପଶିବାକୁ, ହେଲେ ମାଡି ବସିଲା ପୋଲିସ୍

ବୋଧେ ସେହି ଦିନ ଛୁଟି ପୂର୍ବରୁ ଶେଷ ଡ୍ୟୁଟି ଥିଲା ବା ଏମିତି କହି ହେବ ଜୀବନର ଶେଷ ଡ୍ୟୁଟି ଥିଲା । ଭାଗ୍ୟର ବିଡମ୍ବନା କିଛି ଅଲଗା ଥିଲା । ମାତ୍ର ଗୋଟିଏ ଦିନ ପରେ ଆସି ପହଞ୍ଚି ଥାନ୍ତେ ଦେବାଶିଷ୍ (Debasish Biswal)। କିନ୍ତୁ ତା ପୂର୍ବରୁ ଦେଶ ପାଇଁ ହୋଇଗଲେ ସହୀଦ । ବିବାହ ବାର୍ଷିକୀ ବଦଳରେ ପାଳନ ହେବ ଶୁଦ୍ଧି କ୍ରୀୟା। ପୁରୁଣା ସ୍ମୃତି ମନେ ପକାଉଛି ଗାଁ ମାଟି, ଝୁରୁଛନ୍ତି ସାଙ୍ଗସାଥୀ । ମା ଆଖିରୁ ଲୁହ ଶୁଖୁନି ଏବଂ ସ୍ତ୍ରୀ ପାଟିରୁ କଥା ବାହାରୁନି । ଏଭଳି ପରିସ୍ଥିତିରେ ଜୁଳୁ ଜୁଳୁ କରି ଚାହିଁ ରହିଛି ୩ ମାସର ଝିଅ । ଆଜି ବି ଘରେ ପଡି ରହିଛି ବିବାହ ମୁକୁଟ । ବିବାହ ବାର୍ଷିକୀ ଓ ଶ୍ରାଦ୍ଧ ବାର୍ଷିକୀ ମଧ୍ୟରେ ମାତ୍ର ଗୋଟିଏ ଦିନର ଅନ୍ତର।

ସୂଚନା ଅନୁସାରେ, ଶନିବାର(ଗତକାଲି) ସହିଦ ଓଡ଼ିଆ ପୁଅ ଦେବାଶିଷ ବିଶ୍ବାଳଙ୍କ (Debashish Biswal)ମରଶରୀର ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ(Governor Professor Ganeshi Lal ) ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାପରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ପୋଲିସ କମିଶନର ଓ ଡିସିପି ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସହିଦ ଦେବାଶିଷଙ୍କ ପତ୍ନୀ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ତାଙ୍କ ମରଶରୀରର ନିଜ ଗାଁ ପୁରୀରେ ସ୍ଥିତ ଖଣ୍ତାୟତ ସାହିରେ ପହଞ୍ଚିଥିଲା । ଶନିବାର ଦିନ ସହୀଦ ଦେବାଶିଷ ବିଶ୍ୱାଳ (Debashish Biswal)ଙ୍କ ଅନ୍ତିମ ସଂସ୍କାର ଗାଁ ଗାଁ ଶ୍ମଶାନରେ ସମ୍ପନ୍ନ ହୋଇଛି। ପୁରୀ ଜିଲ୍ଲା ସତ୍ୟବାଦୀ ଖଣ୍ଡାୟତ ସାହିର ଶ୍ମଶାନରେ ରାଷ୍ଟ୍ରୀୟ ସମ୍ମାନ ସହ ବୀର ଯବାନଙ୍କୁ ଶେଷ ବିଦାୟ ଦେଇଛନ୍ତି ସଭିଏଁ । ବୀରପୁଅକୁ ମୁଖାଗ୍ନି ଦେଇଛନ୍ତି ସାନଭାଇ ।  

ଗତ ୨୦ ତାରିଖ ଜାମ୍ମୁ ଓ କାଶ୍ମୀରର ରାଜୌରୀ ସେକ୍ଟରରେ ସେନା ଟ୍ରକ୍‌ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ହମଲାରେ ୫ଜଣ ଯବାନ ସହିଦ ହୋଇଥିଲେ ( terror attack in Jammu and Kashmir's Poonch district )। ଯେଉଁଥିରେ ଥିଲେ ଓଡ଼ିଆ ଯବାନ ଦେବାଶିଷ ବିଶ୍ବାଳ (Debashish Biswal)। ୫ ମାସ ତଳେ ଝିଅ ଜନ୍ମ ହେବା ଖୁସିରେ ଦେବାଶିଷ ଛୁଟିରେ ଗାଁକୁ ଆସି ଫେବ୍ରୁଆରୀରେ ପୁଣି ଡ୍ୟୁଟିରେ ଯୋଗଦେଇଥିଲେ । ୨୦୧୨ ମସିହାରେ ସେନାରେ ସିପାହୀ ଭାବରେ ନିଯୁକ୍ତି ପାଇଥିବା ଦେବାଶିଷ ପଦୋନ୍ନତି ପାଇବା ପରେ ଜାମ୍ମୁ କାଶ୍ମୀରରେ ଡ୍ୟୁଟି କରୁଥିଲେ (Martyred Debashish Biswal)।