Gujarat Opinion Poll 2022: ଗୁଜୁରାଟ ଓ ହିମାଚଳ ପ୍ରଦେଶରେ କିଏ ଗଢ଼ିବ ସରକାର; ବିଜେପି ନା କଂଗ୍ରେସ, ନା ଖେଳ ବିଗାଡ଼ିବ ଆପ୍? ଜାଣନ୍ତୁ ନିର୍ବାଚନ ପୂର୍ବରୁ କ'ଣ କହୁଛି ଏହି ନୂଆ ସର୍ଭେ
Advertisement
Article Detail0/zeeodisha/odisha1397261

Gujarat Opinion Poll 2022: ଗୁଜୁରାଟ ଓ ହିମାଚଳ ପ୍ରଦେଶରେ କିଏ ଗଢ଼ିବ ସରକାର; ବିଜେପି ନା କଂଗ୍ରେସ, ନା ଖେଳ ବିଗାଡ଼ିବ ଆପ୍? ଜାଣନ୍ତୁ ନିର୍ବାଚନ ପୂର୍ବରୁ କ'ଣ କହୁଛି ଏହି ନୂଆ ସର୍ଭେ

Gujarat Opinion Poll 2022: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ (Himachal Pradesh Assembly Elections 2022) ଓ ଗୁଜୁରାଟ ବିଧାନସଭା ନିର୍ବାଚନ (Gujarat Assembly Elections 2022) ପୂର୍ବରୁ ଏକ ଜାତୀୟ ଗଣମାଧ୍ୟମ ସର୍ଭେ ନେଇଆସିଛି । ଆସନ୍ତୁ ଜାଣିବା ଏହି ସର୍ଭେ (Gujarat Opinion Poll 2022, Himachal Pradesh Opinion Poll 2022) କ'ଣ କହୁଛି? ହିମାଚଳ ପ୍ରଦେଶ ଓ ଗୁଜୁରାଟରେ କ'ଣ ପୁଣିଥରେ ବିଜେପି (BJP) କ୍ଷମତାକୁ ଫେରିବ ନା କଂଗ୍ରେସ (Congress) ହାତକୁ ଯିବ ଉଭୟ ରାଜ୍ୟର ଶାସନ ଡୋରି, ନା ଆମ ଆଦମୀ ପାର୍ଟି (AAP) ବିଗାଡ଼ିବ 'ପଦ୍ମ' ଓ 'ହାତ'ର ଖେଳ ।

Gujarat Opinion Poll 2022: ଗୁଜୁରାଟ ଓ ହିମାଚଳ ପ୍ରଦେଶରେ କିଏ ଗଢ଼ିବ ସରକାର; ବିଜେପି ନା କଂଗ୍ରେସ, ନା ଖେଳ ବିଗାଡ଼ିବ ଆପ୍? ଜାଣନ୍ତୁ ନିର୍ବାଚନ ପୂର୍ବରୁ କ'ଣ କହୁଛି ଏହି ନୂଆ ସର୍ଭେ

ନୂଆଦିଲ୍ଲୀ: Gujarat Opinion Poll 2022, Himachal Pradesh Opinion Poll 2022: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ଏଭଳି ପରିସ୍ଥିତିରେ ସମସ୍ତ ରାଜନୈତିକ ଦଳ ଜୋରସୋରରେ ନିର୍ବାଚନ ପ୍ରଚାରରେ ଲାଗିଛନ୍ତି । ଏହି ସମୟରେ ବିଭିନ୍ନ ନିର୍ବାଚନୀ ସର୍ଭେ ଆସିବା ଆରମ୍ଭ ହୋଇସାରିଛି । ନିର୍ବାଚନ ପୂର୍ବରୁ ଏସବୁ ସର୍ଭେ ମାଧ୍ୟମରେ ଅନୁମାନ ଲଗାଯାଉଛି ଯେ କେଉଁ ଦଳ କ୍ଷମତାକୁ ଆସିବ ଓ କେଉଁ ଦଳକୁ କେତେ ଆସନ ମିଳିବ । ଏହି କ୍ରମରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ (Himachal Pradesh Assembly Elections 2022) ଓ ଗୁଜୁରାଟ ବିଧାନସଭା ନିର୍ବାଚନ (Gujarat Assembly Elections 2022) ପୂର୍ବରୁ ଏକ ଜାତୀୟ ଗଣମାଧ୍ୟମ ସର୍ଭେ ନେଇଆସିଛି । ଆସନ୍ତୁ ଜାଣିବା ଏହି ସର୍ଭେ (Gujarat Opinion Poll 2022, Himachal Pradesh Opinion Poll 2022) କ'ଣ କହୁଛି? ହିମାଚଳ ପ୍ରଦେଶ ଓ ଗୁଜୁରାଟରେ କ'ଣ ପୁଣିଥରେ ବିଜେପି (BJP) କ୍ଷମତାକୁ ଫେରିବ ନା କଂଗ୍ରେସ (Congress) ହାତକୁ ଯିବ ଉଭୟ ରାଜ୍ୟର ଶାସନ ଡୋରି, ନା ଆମ ଆଦମୀ ପାର୍ଟି (AAP) ବିଗାଡ଼ିବ 'ପଦ୍ମ' ଓ 'ହାତ'ର ଖେଳ ।

ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ସହିତ ହିମାଚଳ ଓ ଗୁଜରାଟକୁ ନେଇ ମଧ୍ୟ ଓପିନିୟନ ପୋଲ୍ ଆସିବା ଆରମ୍ଭ ହୋଇଛି । ଖୁବ୍ ଶୀଘ୍ର ଗୁଜରାଟରେ ନିର୍ବାଚନ ମଧ୍ୟ ହେବାକୁ ଯାଉଛି ଓ କିଛି ଦିନ ମଧ୍ୟରେ ଏହା ଘୋଷଣା ହେବାର ସମ୍ଭାବନା ରହିଛି । ଯଦି ନିର୍ବାଚନ ପୂର୍ବ ସର୍ଭେ ବିଶ୍ୱାସ କରାଯାଏ, ତେବେ ଗୁଜୁରାଟରେ ପ୍ରଚଣ୍ଡ ସଂଖ୍ୟାଗରିଷ୍ଠତା ସହ ଭାରତୀୟ ଜନତା ପାର୍ଟି (BJP) ପୁଣି ଥରେ କ୍ଷମତାକୁ ଫେରିପାରେ । ଟାଇମ୍ସ ନାଓ ନବଭାରତର ଓପିନିୟନ୍ ପୋଲ୍ ଅନୁଯାୟୀ, ଗୁଜରାଟରେ ଯେଉଁଠାରେ ବିଜେପି ପୁଣି ଥରେ କ୍ଷମତାକୁ ଫେରୁଥିବାର  ଦେଖାଯାଉଛି । ଏଥି ସହିତ ଗେରୁଆ ଦଳ ହିମାଚଳରେ ପୁନର୍ବାର କ୍ଷମତାକୁ ଫେରି ସମସ୍ତଙ୍କୁ ଚକିତ କରାଇପାରେ ।

ଯଦି ଓପିନିୟନ୍ ପୋଲ୍କୁ ବିଶ୍ୱାସ କରାଯାଏ, ତେବେ ଗୁଜରାଟରେ ଏଥର ବିଜେପି ପୂର୍ବ ଅପେକ୍ଷା ଅଧିକ ମଜବୁତ ବୋଲି ମନେ ହେଉଛି । ଏଠାରେ ଦଳକୁ ୧୨୫ରୁ ୧୩୧ ଆସନ ମିଲିପାରେ ବୋଲି ଆଶା କରାଯାଉଛି । ଏଥି ସହିତ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିପାରେ । ଦେଶର ସବୁଠାରୁ ପୁରୁଣା ଦଳକୁ ମାତ୍ର ୨୯ରୁ ୩୩ଟି ଆସନ ମିଳିବ ବୋଲି ଆଶା କରାଯାଉଛି । ଏହା ସହିତ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟି (AAP) ଏଠାରେ ତିନି ନମ୍ବରରେ ରହିପାରେ । ଆପକୁ କେବଳ ୧୮ରୁ ୨୨ଟି ଆସନ ମିଳିବ ବୋଲି ସର୍ଭେ ଆକଳନ କରିଛି । ସେପଟେ ୨ରୁ ୪ଟି ଆସନ ଅନ୍ୟମାନଙ୍କ ପାଖକୁ ଯିବାର ସମ୍ଭାବନା ରହିଛି ।

ସର୍ଭେ ଅନୁଯାୟୀ, ଯଦି ଆମେ ଗୁଜରାଟରେ ଭୋଟ୍ ପ୍ରତିଶତ ବିଷୟରେ ଆଲୋଚନା କରିବା । ତେବେ ବିଜେପି ଏଠାରେ ୪୮ ପ୍ରତିଶତ ଭୋଟ୍ ସହ ଆଗୁଆ ରହିପାରେ । କିନ୍ତୁ ଆମ୍ ଆଦମୀ ପାର୍ଟି ୨୪ ପ୍ରତିଶତ ଭୋଟ୍ ସହିତ ଦ୍ୱିତୀୟ ସ୍ଥାନରେ ରହିବେ ବୋଲି ଅନୁମାନ କରାଯାଉଛି । ଏଥି ସହିତ କଂଗ୍ରେସ ମାତ୍ର ୨୧ ପ୍ରତିଶତ ଭୋଟ୍ ପାଇବ ବୋଲି ସର୍ଭେ ଆକଳନ କରିଛି ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଦ୍ରୁତ ବୋଲରଙ୍କ ଆରମ୍ଭ ହେଲା ଖରାପ ଦିନ! ରୋହିତ ଶର୍ମା ହଠାତ୍ କଲେ ବାହାର

ଅଧିକ ପଢ଼ନ୍ତୁ:-Samsung ୟୁଜର୍ସଙ୍କୁ ଝଟକା! ଏତେ ମାସ ପାଇଁ ବ୍ୟବହାର କରିପାରିବେନି 5G ସେବା

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବନି ମ୍ୟାଚ୍! ଜାଣନ୍ତୁ କ'ଣ ରହିଛି କାରଣ

ହିମାଚଳ ପ୍ରଦେଶରେ ଫେରିବ ବିଜେପି

ଯଦି ଆମେ ହିମାଚଳ ପ୍ରଦେଶ ବିଷୟରେ ଆଲୋଚନା କରିବା, ତେବେ ଏହି ପାହାଡ଼ିଆ ରାଜ୍ୟରେ ମଧ୍ୟ ବିଜେପି ପୁନର୍ବାର ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହିତ ସରକାର ଗଠନ କରିପାରେ । ଏଠାରେ ବିଜେପିକୁ ୩୮ରୁ ୪୨ଟି ଆସନ ମିଳିବ ବୋଲି ସର୍ଭେରେ ଆକଳନ କରାଯାଇଛି । ସେହିପରି କଂଗ୍ରେସ ୨୫ରୁ ୨୯ଟି ଆସନ ପାଇପାରେ ବୋଲି ଜଣାପଡିଛି । ଏଥି ସହିତ AAP ଗୋଟିଏ ଆସନ ପାଇବ ବୋଲି ଅନୁମାନ କରାଯାଉଛି । ସେପଟେ ଅନ୍ୟମାନଙ୍କୁ କେବଳ ୧ରୁ ୨ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିପାରେ ।

ଏଥର ବିଜେପି ସର୍ବାଧିକ ୪୭ ପ୍ରତିଶତ ଭୋଟ୍ ପାଇବ । ଏଥି ସହିତ କଂଗ୍ରେସ ମଧ୍ୟ ୪୦ ପ୍ରତିଶତ ଭୋଟ୍ ପାଇବ ବୋଲି ଆଶା କରାଯାଉଛି । ସେପଟେ ପ୍ରଥମ ଥର ପାଇଁ ରାଜ୍ୟର ନିର୍ବାଚନୀ ମୈଦାନରେ ମୁକାବିଲା କରୁଥିବା AAP ୬ ପ୍ରତିଶତ ଓ ଅନ୍ୟମାନେ ୭ ପ୍ରତିଶତ ଭୋଟ ପାଇପାରେ । ଯଦି ଆମେ ୨୦୧୭ ନିର୍ବାଚନ ଡାଟାକୁ ଦେଖିବା, ତେବେ ହିମାଚଳ ପ୍ରଦେଶରେ ବିଜେପିକୁ ୪୪ଟି ଓ କଂଗ୍ରେସ ୨୧ଟି ଆସନ ମିଳିଥିଲା ।