ବାସର ରାତିକୁ ଅପେକ୍ଷା କରିଥିଲା ବର: ଏମିତି ଚକମା ଦେଲା କନ୍ୟା
Advertisement
Article Detail0/zeeodisha/odisha1733606

ବାସର ରାତିକୁ ଅପେକ୍ଷା କରିଥିଲା ବର: ଏମିତି ଚକମା ଦେଲା କନ୍ୟା

ପ୍ରେମ ଓ ବିବାହକୁ ନେଇ ସମାଜରେ ଅନେକ ଘଟଣା ଘଟୁଛି । ବେଳେବେଳେ ସେଥିମଧ୍ୟରୁ କିଛି ଘଟଣା ଚର୍ଚ୍ଚା ପରିସରକୁ ଆସୁଛି । ସେପରି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ମୁମ୍ୱାଇ (mumbai)ର ମାଲାଡ ଅଞ୍ଚଳରେ ଘଟିଛି ଏକ ବିବାହ ସମ୍ପର୍କିତ ଡକାୟତି ଘଟଣା । ବାହାଘର ସରିଥିଲା, ଚତୁର୍ଥୀ ରାତି ପାଇଁ ବର ମନରେ ଉତ୍କଣ୍ଠା ରହିଥିଲା । କିନ୍ତୁ କ

ବାସର ରାତିକୁ ଅପେକ୍ଷା କରିଥିଲା ବର: ଏମିତି ଚକମା ଦେଲା କନ୍ୟା

ମହାରାଷ୍ଟ୍ର: ପ୍ରେମ ଓ ବିବାହକୁ ନେଇ ସମାଜରେ ଅନେକ ଘଟଣା ଘଟୁଛି । ବେଳେବେଳେ ସେଥିମଧ୍ୟରୁ କିଛି ଘଟଣା ଚର୍ଚ୍ଚା ପରିସରକୁ ଆସୁଛି । ସେପରି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ମୁମ୍ୱାଇ (mumbai)ର ମାଲାଡ ଅଞ୍ଚଳରେ ଘଟିଛି ଏକ ବିବାହ ସମ୍ପର୍କିତ ଡକାୟତି ଘଟଣା । ବାହାଘର ସରିଥିଲା, ଚତୁର୍ଥୀ ରାତି ପାଇଁ ବର ମନରେ ଉତ୍କଣ୍ଠା ରହିଥିଲା । କିନ୍ତୁ କନ୍ୟା ଯାହା କରିଲା ସେ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଚତୁର୍ଥୀ ପୂର୍ବରୁ ଘରେ ଥିବା ସମସ୍ତ ଦାମୀ ଅଳଙ୍କାର ସମେତ ଟଙ୍କା ନେଇ ଫେରାର୍ ହୋଇଯାଇଥିଲା କନ୍ୟା । ଏହା ଯେତେବେଳେ ଜଣା ପଡିଲା ବିବାହ (marriage) ପାଇଁ ଉତ୍ସବମୁଖର ଥିବା ଘରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ବର ପକ୍ଷରୁ ମାଲାଡ ଥାନାରେ ଅଭିଯୋଗ ପରେ ପୋଲିସ (police) ତଦନ୍ତ କରିବା ଆରମ୍ଭ କରିଛି । ବିବାହ କରାଇଥିବା ମଧ୍ୟସ୍ଥିକୁ ଥାନାରେ ଅଟକ ରଖାଯାଇଛି ।

ସୂଚନା ମୁତାବକ କନ୍ୟାର ନାମ ଆଶା ଗାଇକୱାଡ ଓ ବରର ନାମ ଇଷଭ ମେହେଟ୍ଟା । ବରର ବୟସ ୨୮ ଏବଂ କନ୍ୟାର ବୟସ ୩୦ ବର୍ଷ । ଅର୍ଥାତ୍ ବରଠାରୁ କନ୍ୟା ୨ ବର୍ଷ ବଡ଼ । ଗୁଜୁରାଟରେ ରହୁଥିବା ଇଷଭ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ମାଲାଡ ପୋଲିସର କହିବାନୁସାରେ, ବର ଜଣକ ମୁକ ହୋଇଥିବା କାରଣରୁ କଥା କହିପାରନ୍ତି ନାହିଁ । ସେହି କାରଣରୁ ଝିଅ ମିଳିବା ମୁସ୍କିଲ୍ ହେଉଥିଲା । ଅନଲାଇନ ଆପରେ ନିଜର ପ୍ରୋଫାଇଲ୍ ଖୋଲିବା ପରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଥିଲା । ତାପରେ ସେ ଜଣେ ମଧ୍ୟସ୍ଥିଙ୍କ ପାଖକୁ ଯାଇଥିଲେ । ମଧ୍ୟସ୍ଥି ଜଣକ ବିବାହ କରାଇଦେବାକୁ ପ୍ରତିଶୃତି ଦେଇଥିଲେ ।

ଉପଯୁକ୍ତ ପ୍ରସ୍ତାବ ଖୋଜିବା ପରେ ୨୯ ମାର୍ଚ୍ଚ ୨୦୨୨ ମସିହାରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ପରେ କୋର୍ଟରେ ମଧ୍ୟ ବିବାହ ହୋଇଥିଲା । କୋର୍ଟରେ ବିବାହ କରିବା ସମୟରେ ମଧ୍ୟସ୍ଥି ଏହା କହିଥିଲେ ଯେ, ଝିଅଟିର କୌଣସି ପିତା, ମାତା ନାହାନ୍ତି । ତାଙ୍କ ମାଉସୀ ଘରେ ରହି ସେ ବଡ଼ ହୋଇଛନ୍ତି । ପରେ ମଧ୍ୟସ୍ଥି କହିଲେ ଝିଅର ମାଉସୀଙ୍କୁ ଦେଢ ଲକ୍ଷ ଟଙ୍କା ଦେବାକୁ ପଡିବ । ତାହେଲେ ଯାଇ ତା ମାଉସୀ ଝିଅକୁ ଶାଶୂ ଘରକୁ ଆସିବା ପାଇଁ ଅନୁମତି ଦେବେ । ପୁଅ ଘର ପକ୍ଷରୁ ଏହା କୁହାଯାଇଥିଲା ଯେ, ବର୍ତ୍ତମାନ ଆମ ପାଖରେ ଏତେ ଟଙ୍କା ନାହିଁ । ତେଣୁ ଏଜେଣ୍ଟକୁ ୨୦ ହଜାର ଟଙ୍କା ଦେଇଥିଲେ । ଏଥିସହ କହିଥିଲେ ଯେ, ବାକି ଟଙ୍କା ପରେ ଦିଆଯିବ । ବିବାହ ସରିବା ପରେ ୨ ଦିନ ପରେ ବର ହନିମୁନ୍ (honeymoon) ଯିବାକୁ ପ୍ଲାନିଂ କରିଥିଲେ । ଏଥିସହ ନିଜ ପତ୍ନୀଙ୍କୁ କହିଥିଲେ ହନିମୁନ୍ ପାଇଁ ଆମକୁ କିଛି ସପିଂ କରିବାକୁ ପଡିବ । କିନ୍ତୁ ପତ୍ନୀ ଜଣଙ୍କ ସେହି ଦିନ ରାତିରେ ଘରୁ ପାଖାପାଖି ଦେଢ ଲକ୍ଷ ଟଙ୍କା ଓ ସୁନା, ରୁପା ଅଳଙ୍କାର ଧରି ଚମ୍ପଟ୍ ମାରିଥିଲେ । ଚତୁର୍ଥୀକୁ ବର ଅପେକ୍ଷା କରିଥିଲେ ମଧ୍ୟ କନ୍ୟା ଆଉ ଫେରିଲେ ନାହିଁ ।

ପୋଲିସ ସାମ୍ନାରେ ଏକ ବଡ଼ ଖୁଲାସା ହୋଇଛି । ବର ଓ କନ୍ୟାଙ୍କ ବିବାହର ଦାୟିତ୍ୱ ନେଇଥିବା କମଲେଶ କଦମ ନାମକ ବ୍ୟକ୍ତି ଜଣକ ଉଭୟ ବର ଓ କନ୍ୟା ପାର୍ଶ୍ୱରୁ ଟଙ୍କା ନେଇଥିଲେ । ବର୍ତ୍ତମାନ କମଲେଶଙ୍କ କହିବା କଥା ହେଉଛି, ସେ ଝିଅ ବିଷୟରେ ଅଧିକ କିଛି ଜାଣିନଥିଲେ । ପୁଅର ବିବାହ କରିବା ନିତ୍ୟାନ୍ତ ଆବଶ୍ୟକ ଥିବାରୁ ସେ ଉଭୟଙ୍କୁ କେବଳ ପରିଚିତ କରାଇଥିଲେ । ଏଥିସହ ଉଭୟ ପାର୍ଶ୍ୱରୁ ସେ ଟଙ୍କା ନେଇଥିଲେ । ପୋଲିସ ଯେତେବେଳେ ଅଧିକ ଖୋଳତାଡ କଲା ସେତେବେଳେ ଚାଞ୍ଚଲ୍ୟକର କଥା ସାମ୍ନାକୁ ଆସିଲା । ତଦନ୍ତରୁ ଜଣାପଡିଲା ଯେ, କନ୍ୟା ଜଣକ ପୂର୍ବରୁ ବିବାହିତ । ତାଙ୍କର ୨ଟି ପିଲା ମଧ୍ୟ ଅଛନ୍ତି । ଝିଅର ମାଉସୀଙ୍କୁ ପୋଲିସ ପଚାରିବା ପରେ ଏକଥା ସାମ୍ନାକୁ ଆସିଛି । ଏଥିସହ କନ୍ୟାର ମାଉସୀ ଏକଥା ମଧ୍ୟ କହିଛନ୍ତି ଯେ, ଏ ସବୁ ପ୍ଲାନିଂ ମଧ୍ୟସ୍ଥି କରିଥିଲା । ସେ ଟଙ୍କା ଦେବାକୁ କହି ଏପରି କାମ ହାସଲ କରିଛି । ଅନ୍ୟପଟେ ପୋଲିସ କହିଛି, ଏହା ନୂଆ ନୁହେଁ । ଏପରି ଅନେକ ବିବାହ ପୂର୍ବରୁ ମଧ୍ୟ ସେ ଝିଅ କରିସାରିଛି । ସେ ଯେତେବେଳେ ବିବାହ କରେ ସେହି ସମୟରେ ସେ ନକଲ ନାମ ବ୍ୟବହାର କରେ । ତାଙ୍କର ପ୍ରକୃତ ନାମକୁ ସେ ଗୁପ୍ତ ରଖନ୍ତି ।

Also read- ସୁବିଧା ହେଲା ହରିଦ୍ୱାର ଓ ମାତା ବୈଷ୍ଣୋ ଦେବୀ ଦର୍ଶନ