Varmala Viral Video: ବିବାହ ଏକ ପବିତ୍ର ବନ୍ଧନ । ଏହାକୁ ସାତ ଜନ୍ମର ସମ୍ପର୍କ ବୋଲି କୁହାଯାଏ । ସମସ୍ତ ଚାହାଁନ୍ତି ସେମାନଙ୍କ ଜୀବନ ସାଥୀ ସେମାନଙ୍କୁ ଅଧିକ ସମ୍ମାନ ଓ ଭଲ ପାଆନ୍ତୁ । ଜଣେ ନାରୀ ଓ ପୁରୁଷ ଥରେ ଏହି ବନ୍ଧନରେ ବାନ୍ଧି ହେଲେ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଏହାକୁ ନିଷ୍ଠାର ସହ ପାଳନ କରିଥାନ୍ତି । କିନ୍ତୁ ଆଜିକାଲି ବିବାହରେ ଅନେକ ପରିବର୍ତ୍ତନ ଆସିଛି । ପୂର୍ବରୁ ବର ଅପେକ୍ଷା କନ୍ୟା,ସାନ ଥିବା ବେଳେ ଘରେ ରହି ପରିବାର କଥା ବୁଝାବୁଝି କରୁଥିଲା ସ୍ତ୍ରୀ।
Trending Photos
Varmala Viral Video: ବିବାହ ଏକ ପବିତ୍ର ବନ୍ଧନ । ଏହାକୁ ସାତ ଜନ୍ମର ସମ୍ପର୍କ ବୋଲି କୁହାଯାଏ । ସମସ୍ତ ଚାହାଁନ୍ତି ସେମାନଙ୍କ ଜୀବନ ସାଥୀ ସେମାନଙ୍କୁ ଅଧିକ ସମ୍ମାନ ଓ ଭଲ ପାଆନ୍ତୁ । ଜଣେ ନାରୀ ଓ ପୁରୁଷ ଥରେ ଏହି ବନ୍ଧନରେ ବାନ୍ଧି ହେଲେ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଏହାକୁ ନିଷ୍ଠାର ସହ ପାଳନ କରିଥାନ୍ତି । କିନ୍ତୁ ଆଜିକାଲି ବିବାହରେ ଅନେକ ପରିବର୍ତ୍ତନ ଆସିଛି । ପୂର୍ବରୁ ବର ଅପେକ୍ଷା କନ୍ୟା,ସାନ ଥିବା ବେଳେ ଘରେ ରହି ପରିବାର କଥା ବୁଝାବୁଝି କରୁଥିଲା ସ୍ତ୍ରୀ। ସ୍ବାମୀଙ୍କୁ ଦେବତା ବୋଲି ମାନୁଥିଲା । ସେଇଥି ପାଇଁତ ବିବାହ ବେଦୀରେ ବରର ପାଦଛୁଇଁ ମୁଣ୍ତିଆ ମାରିଥାଏ କନ୍ୟା, ହେଲେ ଏବେ ଯୁଗ ବଦଳିବା ସହ ବଦଳିଛି ସମୟ(Viral video of groom) । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯେ,ଯାହା ଆପଣଙ୍କୁ ଚକିତ କରିଦେବ। ଏବଂ ସେଠାରେ ଆପଣଙ୍କୁ ଶିକ୍ଷା ମିଳିବ ଯେ, ନାରୀ ପୁରୁଷ ସମାନ । ଘର ଚଳାଇବା ପାଇଁ ଉଭୟଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ।
ଟ୍ବିଟରରେ ଭି କାର୍ତ୍ତିକ୍ ନାଭାୟାନ୍(Dr.B.Karthik Navayan) ନିଜ ଟ୍ବିଟର ହ୍ୟାଣ୍ତେଲରେ ଏପରି ଏକ ବିବାହର ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ,ବିବାହ ମଣ୍ତପରେ ବିବାହ ଚାଲିଛି । କନ୍ୟା ବରକୁ ଫୁଲମାଳ ପିନ୍ଧାଉଛି। ପରେ ଇହକାଳ ପରକାଳ ଦେବତାଙ୍କୁ ସମ୍ନାନ ଜଣାଇ ଭୁମିଷ୍ଠ ହୋଇ ମୁଣ୍ତିଆ ମାରୁଛି । ପରେ ବର ମଧ୍ୟ କନ୍ୟାକୁ ଫୁଲମାଳ ପିନ୍ଧାଉଛି । ଏବଂ ଭୂମିଷ୍ଠ ହୋଇ କନ୍ୟାର ପାଦଛୁଇଁ ମୁଣ୍ତିଆ ମାରୁଛି(groom touched feet of bride) । ବରର ଏଭଳି ଭଲପାଇବା ଓ ସ୍ନେହ ଦେଖି ମଣ୍ତପରେ ଥିବା କନ୍ୟା ଆଖିରେ ମଧ୍ୟ ଲୁହ ଆସିଥିଲା। ବିବାହରେ ଉପସ୍ଥିତ ଥିବା ଲୋକେ ବରର ଏଭଳି ସଂସ୍କାର ଦେଖି୍ ବେଶ ପ୍ରଶଂସା ମଧ୍ୟ କରିଥିଲେ। ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
Also Read : Road Accident: ପିକନିକ୍ ଯିବା ବେଳେ ଦୁର୍ଘଟଣା, ଡକାଡକି ହୋଇ ଆରପାରିକୁ ଚାଲିଗଲେ ତିନି ସାଙ୍ଗ
Also Read : Vastu Tips: ଏହି ରାଶିର ବ୍ୟକ୍ତି ଧାରଣ କରନ୍ତୁ ନାହିଁ ସୁନା ମୁଦି, ମାଡ଼ି ଆସିବ ବଡ଼ ବିପଦ!
Very smart fellow. pic.twitter.com/LS1nx5Emcr
— Dr.B.Karthik Navayan (@Navayan) February 25, 2023
ନିକଟରେ ଏଭଳି ଏକ ଚର୍ଚ୍ଚିତ ଦମ୍ପତିଙ୍କ ଚର୍ଚ୍ଚିତ ବିବାହ ବିଷୟରେ ଆଜି ଆମେ କହିବାକୁ ଯାଉଛୁ। ଏମିତି ଜଣେ ଦମ୍ପତିଙ୍କ ବିଷୟରେ ଆଜି ଆମେ ଚର୍ଚ୍ଚା କରିବା, ଯିଏ ସେମାନଙ୍କ ବିବାହକୁ ନେଇ ସବୁଠି ଚର୍ଚ୍ଚିତ । ଚର୍ଚ୍ଚାର କାରଣ ପୁରୁଷ ବ୍ୟକ୍ତି ଜଣକ ମୋଟ ୨୯ ଜଣ ମହିଳାଙ୍କୁ ବିବାହ କରିଥିବା ବେଳେ ତାଙ୍କ ଶେଷତମ ପତ୍ନି ୨୩ ଜଣଙ୍କୁ ବିବାହ କରିଛନ୍ତି । ଆମେରିକାର କାଲିଫର୍ଣ୍ଣିଆର ରେଡଲାଣ୍ଡର ବାସିନ୍ଦା ଗ୍ଲିନ୍ ୱଲେ୍ଫ । ୧୯୨୭ ମସିହାରେ ସେ ପ୍ରଥମ ବିବାହ କରିଥିଲେ । ବିବାହର କିଛିଦିନ ସେ ହସଖୁସିରେ କାଟିବା ପରେ ଦ୍ୱିତୀୟ ବିବାହ କରିଥିଲେ । ଏମିତି ଜଣକ ପରେ ଜଣେ ମୋଟ ୨୯ ଜଣଙ୍କୁ ବିବାହ କରିଥିଲେ ଗ୍ଲିନ୍ । ୧୯୯୬ରେ ସେ ଶେଷ ବିବାହ କରିଥିଲେ ଓ ଏହି ବିବାହର ଏକ ବର୍ଷ ପରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏବେ ତାଙ୍କର ମୋଟ ୪୧ ଜଣ ସନ୍ତାନ ଅଛନ୍ତି । ସ୍ୱର୍ଗତ ଗ୍ଲିନ୍ ତାଙ୍କର ୨୮ତମ ପତ୍ନୀଙ୍କ ସହିତ ସର୍ବାଧିକ ସମୟ ବିତାଇଥିବା ବେଳେ ଶେଷ ପତ୍ନୀଙ୍କ ସହିତ ସବୁଠାରୁ କମ ୧୧ ଦିନ ହିଁ କାଟିଥିଲେ । ଗ୍ଲିନ୍ଙ୍କ ଶେଷ ପତ୍ନୀ ଥିଲେ ଲିଣ୍ଡା ୱଲ୍ଫେ । ଲିଣ୍ଡାଙ୍କୁ ଯେତେବେଳେ ସେ ବିବାହ କଲେ, ତାହା ପୂର୍ବରୁ ଲିଣ୍ଡା ୨୨ଟି ବିବାହ କରି ସାରିଥିଲେ । ଅର୍ଥାତ୍ ଗ୍ଲିନ୍ଙ୍କ ସହିତ ଲିଣ୍ଡାଙ୍କର ୨୩ତମ ବିବାହ ଥିଲା । ଲିଣ୍ଡା ୧୬ ବର୍ଷ ବୟସରେ ପ୍ରଥମ ବିବାହ କରିଥିଲେ । ସେ ଅପରାଧୀଙ୍କଠାରୁ ଆରମ୍ଭ କରି ସଂଗୀତଜ୍ଞ, ପ୍ଲମ୍ବର, ଆଦିଙ୍କୁ ନିଜର ସ୍ୱାମୀ ଭାବେ ଗ୍ରହଣ କରିଛନ୍ତି । ତାଙ୍କର ସବୁଠାରୁ କମ୍ ବିବାହ ୩ ଦିନ ଥିଲା ।