GPF Interest Rate: ସରକାରୀ କର୍ମଚାରୀମାନଙ୍କୁ ଜୋରଦାର ଝଟକା ଦେଲେ ମୋଦି ସରକାର, ହେବାକୁ ଯାଉଛି ବହୁତ ବଡ଼ କ୍ଷତି
Advertisement
Article Detail0/zeeodisha/odisha1649174

GPF Interest Rate: ସରକାରୀ କର୍ମଚାରୀମାନଙ୍କୁ ଜୋରଦାର ଝଟକା ଦେଲେ ମୋଦି ସରକାର, ହେବାକୁ ଯାଉଛି ବହୁତ ବଡ଼ କ୍ଷତି

GPF Interest Rate: ସରକାରୀ କର୍ମଚାରୀଙ୍କୁ ସେମାନଙ୍କର ଦରମାର ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠି ବା GPFରେ ନିବେଶ କରିବାକୁ ଅନୁମତି ରହିଛି । ଚାକିରି ସମୟରେ ଜମା ହୋଇଥିବା ମୋଟ ରାଶି ଅବସର ସମୟରେ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଇଥାଏ । 

GPF Interest Rate: ସରକାରୀ କର୍ମଚାରୀମାନଙ୍କୁ ଜୋରଦାର ଝଟକା ଦେଲେ ମୋଦି ସରକାର, ହେବାକୁ ଯାଉଛି ବହୁତ ବଡ଼ କ୍ଷତି

General Provident Fund Interest Rate: ଯଦି ଆପଣ ନିଜେ କିମ୍ବା ଆପଣଙ୍କ ପରିବାରର କେହି ଜଣେ କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଅଛନ୍ତି, ତେବେ ଏହି ଖବର ଆପଣଙ୍କୁ ଦୁଃଖିତ କରିପାରେ । ଆଜ୍ଞା ହଁ, ୬୫ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଙ୍କୁ କେନ୍ଦ୍ରର ମୋଦି ସରକାର (Modi Government) ଏକ ବଡ଼ ଝଟକା ଦେଇଛନ୍ତି । ସରକାର କ୍ଷୁଦ୍ର ସଞ୍ଚୟ ଯୋଜନା ଉପରେ ସୁଧ ହାର ବୃଦ୍ଧି କରିବା ପରେ କର୍ମଚାରୀମାନେ ଜେନେରାଲ ପ୍ରୋଭିଡେଣ୍ଟ ପାଣ୍ଠି (GPF Interest Rate) ଉପରେ ସୁଧ ହାର ବୃଦ୍ଧି କରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ କ୍ରମାଗତ ୧୪ ତମ ତ୍ରୈମାସିକ ପାଇଁ କେନ୍ଦ୍ର ସରକାର ଜିପିଏଫ ଉପରେ ସୁଧ ହାର (GPF Interest Rate) ରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । ସୁଧ ହାର ବୃଦ୍ଧି ନହେବା କାରଣରୁ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ବଡ଼ ଝଟକା ଲାଗିଛି ।

କେନ୍ଦ୍ର ସରକାର (Central Government) ଜେନେରାଲ ପ୍ରୋଭିଡେଣ୍ଟ ପାଣ୍ଠି (GPF) ଏପ୍ରିଲ-ଜୁନ୍ ୨୦୨୩ ତ୍ରୈମାସିକ ପାଇଁ ସିପିଏଫ (CPF) ଦରରେ କୌଣସି ପରିବର୍ତ୍ତନ ନକରି କାର୍ଯ୍ୟକାରୀ କରିଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ଏପ୍ରିଲ ୧ରୁ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ମନୋନୀତ ଛୋଟ ସଞ୍ଚୟ ଯୋଜନାର ସୁଧ ହାରରେ ପରିବର୍ତ୍ତନ କରାଯାଇଥିଲା । ବର୍ତ୍ତମାନ ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ (GPF) ର ସୁଧ ହାର ବୃଦ୍ଧି ନକରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହି କାରଣରୁ ସୁଧ ହାର ବୃଦ୍ଧି  (GPF Interest Rate) ହେବାର ଆଶା କରୁଥିବା ନିବେଶକମାନଙ୍କୁ ଝଟକା ଲାଗିଛି ।

fallback

ଆପଣଙ୍କୁ କହି ରଖୁଛୁ ଯେ, ଗତ ୧୩ ତ୍ରୈମାସିକରୁ ଜିପିଏଫର ସୁଧ ହାର  (GPF Interest Rate) ରେ କୌଣସି ପରିବର୍ତ୍ତନ ହୋଇନାହିଁ । ଚତୁର୍ଦ୍ଦଶ ଥର ପାଇଁ ମଧ୍ୟ ସୁଧ ହାର  (GPF Interest Rate) ପୂର୍ବ ପରି ସମାନ ହାରରେ ମିଳିବ । ଅର୍ଥ ମନ୍ତ୍ରଣାଳୟ ତରଫରୁ ଏପ୍ରିଲରୁ ଜୁନ୍ ତ୍ରୈମାସରେ (ଏପ୍ରିଲ୍ ୧, ୨୦୨୩ରୁ ଜୁନ୍ ୩୦, ୨୦୨୩) ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠି  (GPF) ଓ ଅନ୍ୟାନ୍ୟ ସମାନ ପାଣ୍ଠିରେ ଜମା ଉପରେ ସୁଧ ହାର ୭.୧ ପ୍ରତିଶତ ବଜାୟ ରଖିବାକୁ ଘୋଷଣା କରିଛି ।

ଅଧିକ ପଢ଼ନ୍ତୁ-ଦିନିକିଆ ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଆସିଲା ବଡ଼ ଖବର, ଖୁସିରେ ନାଚି ଉଠିବେ ଭାରତୀୟ ଫ୍ୟାନ୍ସ

ଅଧିକ ପଢ଼ନ୍ତୁ- 'ଐଶ୍ୱର୍ଯ୍ୟ'ର ସ୍ୱାମୀ ଶୁକ୍ର ଦେବଙ୍କ ହେଲା ଗୋଚର, ଏହି ୫ଟି ରାଶି ଉପରେ ବର୍ଷିବ ବିପୁଳ ଧନ!

ଅଧିକ ପଢ଼ନ୍ତୁ-ଦିଲ୍ଲୀର ଲଗାତର ଚତୁର୍ଥ ପରାଜୟ ପାଇଁ ଦାୟୀ ଏହି ଖେଳାଳି!

ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (GPF) କେବଳ ସରକାରୀ କର୍ମଚାରୀଙ୍କୁ ଦିଆଯାଏ । ଜିପିଏଫ୍ (GPF) ଅଧୀନରେ ସରକାରୀ କର୍ମଚାରୀମାନେ (Government Employees) ସେମାନଙ୍କର ବେତନର ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (GPF) ରେ ବିନିଯୋଗ କରିବାକୁ ଅନୁମତି ପାଇଛନ୍ତି । ଚାକିରି ସମୟରେ ଜମା ହୋଇଥିବା ସମୁଦାୟ ରାଶି ଅବସର ସମୟରେ କର୍ମଚାରୀମାନଙ୍କୁ ଦିଆଯାଏ । ଜିପିଏଫ୍ ଉପରେ ସୁଧ ହାର ପ୍ରତ୍ୟେକ ତ୍ରୈମାସରେ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ସଂଶୋଧିତ ହୁଏ ।