DeepFake କୁ ନେଇ ଆକ୍ସନ ମୁଡରେ ସରକାର, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଲେ ବୈଠକ, ଶିଘ୍ର ଆସିବ ଆଇନ୍
Advertisement
Article Detail0/zeeodisha/odisha1974722

DeepFake କୁ ନେଇ ଆକ୍ସନ ମୁଡରେ ସରକାର, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଲେ ବୈଠକ, ଶିଘ୍ର ଆସିବ ଆଇନ୍

Ashwini Vaishnav on DeepFake: ଡିପଫେକକୁ ନେଇ କେନ୍ଦ୍ର ସରକାର ବର୍ତ୍ତମାନ ଏ ସମ୍ପର୍କରେ କଠୋର ମନୋଭାବ ଗ୍ରହଣ କରିବାକୁ ଯାଉଛନ୍ତି । କେନ୍ଦ୍ର ଯୋଗାଯୋଗ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସରକାର ଏହା ବିରୋଧରେ ଖୁବ୍ ଶୀଘ୍ର ପଦକ୍ଷେପ ନେବାକୁ ଯାଉଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଖୁବ୍ ଶୀଘ୍ର ସରକାର ଏଭଳି DeepFake ଭିଡିଓ ଓ ଏହା ତିଆରି କରୁଥିବା ପ୍ଲାଟଫର୍ମଗୁଡିକ ପାଇଁ ଆଇନ ଓ ଦଣ୍ଡବିଧାନ ପାଇଁ ବ୍ୟବସ୍ଥା କରିବାକୁ ଯାଉଛନ୍ତି ।

 

Ashwini Vaishnav on DeepFake

Ashwini Vaishnav on DeepFake: କେନ୍ଦ୍ର ସରକାର ବର୍ତ୍ତମାନ ଡିପଫେକକୁ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି । କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସରକାର ଏହା ବିରୋଧରେ ଖୁବ୍ ଶୀଘ୍ର ପଦକ୍ଷେପ ନେବାକୁ ଯାଉଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଖୁବ୍ ଶୀଘ୍ର ସରକାର ଏପରି DeepFake ଭିଡିଓ ଓ ଏହାକୁ ତିଆରି କରୁଥିବା ପ୍ଲାଟଫର୍ମଗୁଡିକ ପାଇଁ ଆଇନ ଓ ଦଣ୍ଡବିଧାନ ପାଇଁ ବ୍ୟବସ୍ଥା କରିବାକୁ ଯାଉଛନ୍ତି । 

ନୂଆ ବିପଦ ଭାବରେ ଉଭା ହୋଇଛି ଡିପଫେକ୍  
ଅଶ୍ୱିନି ବୈଷ୍ଣବ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଓ ହିତାଧିକାରୀଙ୍କ ସହ ଡିପଫେକ୍ ପ୍ରସଙ୍ଗରେ ଏକ ବୈଠକର ଅଧ୍ୟକ୍ଷତା କରିଥିଲେ । ଡିପଫେକ୍ ବିଷୟରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଡିପଫେକ୍ ସମାଜରେ ଏକ ନୂଆ ବିପଦ ଭାବରେ ଉଭା ହୋଇଛି ।

ମନ୍ତ୍ରୀ କହିଛନ୍ତି ଯେ ଆମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ଓ ଆମେ ନିଷ୍ପତ୍ତି ନେଇଛୁ ଯେ କିଛି ସପ୍ତାହ ମଧ୍ୟରେ ଆମେ ଆଇନଗତ ଆଭିମୁଖ୍ୟରେ ଡିପଫେକକୁ ଆଣିବା ପାଇଁ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ । ସେ କହିଛନ୍ତି ଆଜି ଆଲୋଚନା ଚାରୋଟି ଦିଗ ଉପରେ କେନ୍ଦ୍ରିତ, ଯେଉଁଥିରେ ଅନ୍ତର୍ଭୁକ୍ତ ...

  • ଡିପଫେକ୍ ଚିହ୍ନଟ 
  • ଏହାର ପ୍ରତିରୋଧ
  • ରିପୋର୍ଟ ପ୍ରଣାଳୀ
  • ସଚେତନତା ବୃଦ୍ଧି କରିବା

ଡିପଫେକ୍ କ’ଣ?
ଡିପଫେକ୍ ଡକ୍ଟରେଟ୍ ମିଡିଆକୁ ବୁଝାଏ ଯାହାକି AI (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ବ୍ୟବହାର କରି ସୃଷ୍ଟି କରାଯାଇଥାଏ । ଏଥିରେ, ଚେହେରାକୁ ଡିଜିଟାଲ୍ ମନିପୁଲ୍ କରି କିମ୍ବା ବିଭିନ୍ନ ପ୍ରକାରର ଏଡିଟିଂ କରି କିଛି ଭୁଲ୍ ଦେଖାଇବାକୁ ଚେଷ୍ଟା କରାଯାଏ ।

ସମ୍ପ୍ରତି ଅଗ୍ରଣୀ ଅଭିନେତ୍ରୀ ତଥା ଅନ୍ୟ ବଡ଼ ବଡ଼ ଲୋକଙ୍କୁ ଟାର୍ଗେଟ କରୁଥିବା ଅନେକ 'ଡିପଫେକ୍' ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ରଶ୍ମିକା ମାନ୍ଧାନାଙ୍କ ଭିଡିଓ ସବୁଠାରୁ ବିବାଦ ସୃଷ୍ଟି କରିଛି । ଏହା ପରେ ପିଏମ ମୋଦୀ ମଧ୍ୟ ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ।