Garlic Price: ଖାଉଟିଙ୍କ ପାଇଁ ଖୁସି ଖବର, କମିଲା ରସୁଣ ଦର !
Advertisement
Article Detail0/zeeodisha/odisha2106948

Garlic Price: ଖାଉଟିଙ୍କ ପାଇଁ ଖୁସି ଖବର, କମିଲା ରସୁଣ ଦର !

Garlic Price: ରସୁଣ ହୋଲସେଲରଙ୍କ କହିବାନୁଯାୟୀ ମଧ୍ୟପ୍ରଦେଶରେ ଅଦିନିଆ ବର୍ଷା ହେବା କାରଣରୁ ରସୁଣ ଯୋଗାଣରେ ପ୍ରଭାବ ପଡିଥିଲା । ଫଳରେ ବଜାରରେ ରସୁଣର ମୂଲ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ନୂଆ ଫସଲ ଆସିବା କାରଣରୁ ଦର ଖସିଛି ।

Garlic Price: ଖାଉଟିଙ୍କ ପାଇଁ ଖୁସି ଖବର, କମିଲା ରସୁଣ ଦର !

Garlic Price: ଆମିଷ ପ୍ରିୟ ଲୋକଙ୍କ ପାଇଁ ମିଳିଛି ଆଶ୍ୱସ୍ତି । ବଜାରକୁ ନୂଆ ଅମଳ ହୋଇଥିବା ରସୁଣ ଆସିବା ପରେ ବର୍ତ୍ତମାନ ଦର ୧ କେଜି ପିଛା ୬୦ରୁ ୮୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ହୋଲସେଲ ବଜାରରେ କେଜି ପିଛା ୨୬୦ ରୁ ୩୨୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ରସୁଣ ବର୍ତ୍ତମାନ ୧୮୦ ଟଙ୍କାରୁ ୨୩୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି । ହୋଲସେଲ୍ ଦର ଖସିବା କାରଣରୁ ଆଗକୁ ଖୁଚୁରା ବଜାରରେ ମଧ୍ୟ ଖୁବ ଶୀଘ୍ର ଦର କମିବ ବୋଲି ସୂଚନା ମିଳିଛି । ତେବେ ଯେଉଁମାନେ ହୋଲସେଲ ହିସାବରେ ବର୍ତ୍ତମାନ ରସୁଣ କିଣୁଛନ୍ତି ସେମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।

ଅଦିନିଆ ବର୍ଷା କାରଣରୁ ରସୁଣ ଚାଷ ଏବଂ ସ୍ଥାନାନ୍ତର ଉପରେ ପ୍ରଭାବ ପକାଇଥିଲା । ଏପରି ପରି ସ୍ଥିତିର ବିବାହ ତଥା ଉତ୍ସବ ଋତୁ ଆରମ୍ଭ ହେବାରୁ ରସୁଣର ଚାହିଦା ଅଧିକ ବଢିଗଲା । ସର୍ବାଧିକ ରସୁଣ ଉତ୍ପାଦନକାରୀ ରାଜ୍ୟ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ମଧ୍ୟ ରସୁଣ ମହଙ୍ଗାରେ ବିକ୍ରି ହୋଇଥିବା ଦେଖିବାକୁ ମିଳିଥିଲା । ଚାହିଦା ତୁଳନାରେ ରସୁଣର ଆମଦାନୀ ନହେବାରୁ ଖୁଚୁରା ବଜାରରେ ରସୁଣ ଦର ବୃଦ୍ଧି ପାଇଥିଲା । ଖାଉଟିମାନେ ରସୁଣ ୧ କେଜି ପିଛା ୪ ଶହ ଟଙ୍କାରୁ ୫ ଶହ ଟଙ୍କା ପର୍ଯ୍ୟନ୍ତ ଦରରେ ରସୁଣ କିଣୁଥିଲେ । ହିମାଚଳ ପ୍ରଦେଶର କିଛି ସ୍ଥାନରେ ରସୁଣ ୬ ଶହ ଟଙ୍କା ଦରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା ।

ଆଗକୁ ଆହୁରି କମିବ ଦର
ରସୁଣ ହୋଲସେଲରଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ନୂଆ ଫସଲ ଉତ୍ପାଦନ ହେବା ସହ ଦେଶର ବିଭିନ୍ନ ସ୍ଥାନକୁ ରପ୍ତାନୀ ଆରମ୍ଭ ହୋଇଛି । ଏହି କାରଣରୁ ରସୁଣର ମୂଲ୍ୟ ସାମାନ୍ୟ କମିଛି । ଆଗକୁ ଅଧିକ ରସୁଣ ବଜାରକୁ ଆସିବା ପରେ ଦର ଆହୁରି କମିବ ବୋଲି ଆଶା କରାଯାଉଛି । ଆସନ୍ତା ସପ୍ତାହ ମଧ୍ୟରେ ରସୁଣର କେଜି ପିଛା ଦର ୧୦୦ ଟଙ୍କା ହେବ ବୋଲି ଆଶା ରହିଛି ।

Also Read- ଝିଅ ବାହାଘର ପାଇଁ ୨୫ ହଜାର ଦେବେ ମୁଖ୍ୟମନ୍ତ୍ରୀ, ପଢ଼ନ୍ତୁ ପୂରା ଖବର

Also Read- Ketu Gochar 2024: କନ୍ୟା ରାଶିରେ ବର୍ଷେ ରହିବେ କେତୁ, ପ୍ରଭାବରେ ୩ ରାଶିକୁ ଆର୍ଥିକ ଲାଭ