Gold Price Today: ଖସିଲା ନା ବଢିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ ଆଜି ୧୦ ଗ୍ରାମ୍ ପିଛା କେତେ ଅଛି ରେଟ୍?
Advertisement
Article Detail0/zeeodisha/odisha2319342

Gold Price Today: ଖସିଲା ନା ବଢିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ ଆଜି ୧୦ ଗ୍ରାମ୍ ପିଛା କେତେ ଅଛି ରେଟ୍?

Gold Silver Price:  ଯଦି ଆପଣ ଆଜି ସୁନା କିଣିବା ପାଇଁ ଆଜି ଯୋଜନା କରୁଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର।...  

Gold Price Today: ଖସିଲା ନା ବଢିଲା ସୁନା ଦର,  ଜାଣନ୍ତୁ ଭୁବନେଶ୍ବରରେ ଆଜି ୧୦ ଗ୍ରାମ୍ ପିଛା କେତେ ଅଛି ରେଟ୍?

Gold Silver Price: ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସୁନା ଦର। ସୁନାର ଅହେତୁକ ଦର ବୃଦ୍ଧି ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । କାହିଁକିନା ଆଗକୁ ଆସୁଛି ବିବାହ ସିଜିନ୍। ବିବାହ ସିଜିନ୍ ରେ ସୁନାଦର ଆକାଶ ଛୁଆଁ ହୋଇଛି। ମଧ୍ୟବିତ୍ ପରିବାର ଲୋକେ ସୁନା କିଣିବାକୁ ଭୟ କରୁଛନ୍ତି।  ଦେଶରେ ବର୍ତ୍ତମାନ, ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୬୦ ହଜାର ପାର୍ କରି ସାରିଛି। ଯଦି ଆପଣ ଆଜି ସୁନା କିଣିବା ପାଇଁ ଆଜି ଯୋଜନା କରୁଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର।...  

ALSO READ: Petrol Diesel Price Today: ଗ୍ରାହକଙ୍କ ପାଇଁ ଖୁସି ଖବର, ଭୁବନେଶ୍ୱରରେ ଖସିଲା ତେଲ ରେଟ୍

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬, ୩୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍  ୭୨,୩୮୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଆଜି ୨୨ ଓ ୨୪ କ୍ୟାରେଟର ସୁନାଦରରେ କୌଣସି ପ୍ରକାର ପରିବର୍ତ୍ତନ ହୋଇ ନାହିଁ। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୫୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨,୫୩୦ ଟଙ୍କା ରହିଛି। ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ  ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬, ୩୫୦ ଟଙ୍କା ହୋଇଥିବା ବେଳେ  ୨୪ କ୍ୟାରେଟର ଦାମ୍ ୭୨,୩୮୦ ଟଙ୍କା ରହିଛି ।  ମୁମ୍ବାଇ ଓ ଦିଲ୍ଲୀରେ ଦର ସ୍ଥିର ରହିଥିବା ଦେଖିବାକୁ ମିଳିଛି। 

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୯୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୩,୦୪୦ ଟଙ୍କା ରହିଛି। ୨୨ କ୍ୟାରେଟରେ ମାତ୍ର ୫୦ ଟଙ୍କା ଓ ୨୪ କ୍ୟାରେଟ୍ ରେ ୬୦ ଟଙ୍କା ବୃଦ୍ଧି ପାଇଛି।  ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୩୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୨,୩୮୦ ଟଙ୍କା ରହିଛି । ତେବେ, ରାଜଧାନୀରେ ଆଜି ୨୨ ଓ ୨୪ କ୍ୟାରେଟ୍ ସୁନା ଦରରେ କୌଣସି ପ୍ରକାର ପରିବର୍ତ୍ତନ ହୋଇ ନାହିଁ।