Gold And Silver Price Today: ଖସିଲା ସୁନା-ରୂପା ରେଟ୍, ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାର ଦାମ୍ ରହିଛି ଏତିକି
Advertisement
Article Detail0/zeeodisha/odisha2336624

Gold And Silver Price Today: ଖସିଲା ସୁନା-ରୂପା ରେଟ୍, ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାର ଦାମ୍ ରହିଛି ଏତିକି

Gold And Silver Price Today: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର। ସପ୍ତାହ ଆରମ୍ଭରୁ ଖସିଲା ସୁନା-ରୂପା ରେଟ୍। ତେବେ, ଆସନ୍ତୁ ନଜର ପକାଇବା ଦେଶରେ କେଉଁ ସହରରେ କେତେ ରହିଛି ସୁନାରେଟ୍?

 

Gold And Silver Price Today: ଖସିଲା ସୁନା-ରୂପା ରେଟ୍, ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାର ଦାମ୍ ରହିଛି ଏତିକି

Gold And Silver Price Today: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର। ସପ୍ତାହ ଆରମ୍ଭରୁ ଖସିଲା ସୁନା-ରୂପା ରେଟ୍। ବିବାହ ସିଜିନ୍ ଚାଲିଥିବା ବେଳେ ସୁନା ଦର ହ୍ରାସ ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି। ଗତ ସପ୍ତାହରେ ସୁନାର ଦର ବୃଦ୍ଧି ଗ୍ରାହକଙ୍କୁ ଟେନସନରେ ପକାଇଥିଲା। ଚଳିତ ଥର ସୁନା ରେଟ୍ ଭାରତୀୟ ବଜାରରେ ରେକର୍ଡ ଭାଙ୍ଗିଛି। କିନ୍ତୁ ଆଜି ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି । ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବାକୁ ଯୋଜନା କରୁଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ନଜର ପକାଇବା ଦେଶରେ କେଉଁ ସହରରେ କେତେ ରହିଛି ସୁନାରେଟ୍?

ଆଜି ଭାରତୀୟ ବଜାରରେ ସୁନା ୨୨ କ୍ୟାରେଟ୍ ର ଦାମ୍ ୧୦ ଗ୍ରାମ୍ ପିଛା ୬୭, ୫୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୬୪୦ ଟଙ୍କା ରହିଛି। ତେବେ,ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ କ୍ୟାରେଟ୍ ରେ ୧୦୦ ଟଙ୍କା ଓ ୨୪ କ୍ୟାରେଟ୍ ରେ ୧୧୦ ଟଙ୍କା ହ୍ରାସ ପାଇଛି।

ନୂଆଦିଲ୍ଲୀ-ଦେଶର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ୬୭,୬୫୦ ଟଙ୍କା ରହିଛି। ୨୪ କ୍ୟାରେଟ୍ ର ମୂଲ୍ୟ ୭୩,୭୯୦ ଟଙ୍କା ରହିଛି । ୨୨  ଓ ୨୪ କ୍ୟାରେଟ୍ ରେ ୧୦୦ ଓ ୧୧୦ ଟଙ୍କା ହ୍ରାସ ହୋଇଛି।  

ମୁମ୍ବାଇ-  ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୭,୫୦୦ ଓ ୨୪ କ୍ୟାରେଟ୍ ର ଦାମ୍ ୭୩,୬୪୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ରେ ୧୦୦ ଓ ୨୪ କ୍ୟାରେଟ୍ ରେ ୧୧୦ ଟଙ୍କା ହ୍ରାସ ହୋଇଛି। 

ଚେନ୍ନାଇ- ସୁନାର ୨୨ କ୍ୟାରେଟ୍ ରେ ଦାମ୍ ୧୦ ଗ୍ରାମ ପିଛା ୬୭, ୮୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୪,୦୨୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୨୦୦ ଓ ୨୪ କ୍ୟାରେଟ୍ ରେ ୨୨୦ ଟଙ୍କା ହ୍ରାସ ହୋଇଛି। 

ଭୁବନେଶ୍ବର- ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ର ୧୦ ଗ୍ରାମ୍ ମୂଲ୍ୟ ୬୭,୫୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୬୪୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ରେ ୧୦୦ ଟଙ୍କା ଓ ୨୪ କ୍ୟାରେଟ୍ ରେ  ୧୧୦ ଟଙ୍କା କମିଛି। ସେହିପରି ରୂପା କେଜି ପିଛା ୩୦୦ ଟଙ୍କା ଦର ହ୍ରାସ ହୋଇ ମୂଲ୍ୟ ୯୫,୨୦୦ ଟଙ୍କା ରହିଛି।