Gold Price Today: ଗ୍ରାହକଙ୍କୁ ବଡ଼ ଝଟକା, ଭୁବନେଶ୍ବରରେ ଆଜି ୧୦ ଗ୍ରାମ୍ ପିଛା ଏତେ ଟଙ୍କା ବଢିଲା ଦର
Advertisement
Article Detail0/zeeodisha/odisha2231170

Gold Price Today: ଗ୍ରାହକଙ୍କୁ ବଡ଼ ଝଟକା, ଭୁବନେଶ୍ବରରେ ଆଜି ୧୦ ଗ୍ରାମ୍ ପିଛା ଏତେ ଟଙ୍କା ବଢିଲା ଦର

Gold Price Today: ଚଳିତ ବର୍ଷ ଉପରମୁହାଁ ରହିଛି ସୁନା-ରୂପା ଦର।  ଚଳିତ ବର୍ଷ ରେକର୍ଡ଼ ଭାଙ୍ଗିଛି ସୁନା ଦର ବୃଦ୍ଧି। ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢାଇ ଦେଇଛି।  ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର? 

Gold Price Today: ଗ୍ରାହକଙ୍କୁ ବଡ଼ ଝଟକା, ଭୁବନେଶ୍ବରରେ ଆଜି ୧୦ ଗ୍ରାମ୍ ପିଛା ଏତେ ଟଙ୍କା ବଢିଲା ଦର

Gold Price Today: ଚଳିତ ବର୍ଷ ଉପରମୁହାଁ ରହିଛି ସୁନା-ରୂପା ଦର।  ଚଳିତ ବର୍ଷ ରେକର୍ଡ଼ ଭାଙ୍ଗିଛି ସୁନା ଦର ବୃଦ୍ଧି। ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢାଇ ଦେଇଛି।  ଜଣେ ମଧ୍ୟବିତ ପରିବାରର ଲୋକେ ଏବେ ସୁନା ଗହଣା କିଣିବା ପାଇଁ ସାହାସ ବି କରିପାରୁ ନାହାଁନ୍ତି । ଗତକାଲି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ମୂଲ୍ କମ୍ ଥିବା ବେଳେ ଆଜି ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି। ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର? 

ALSO READ: Petrol Diesel Price Today: ନୂଆ ତେଲ ଦର ଜାରି; ଜାଣନ୍ତୁ କେତେ ବଢିଲା ପେଟ୍ରୋଲ-ଡିଜେଲ ମୂଲ୍ୟ?

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୨୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨, ୨୭୦୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ କ୍ୟାରେଟ୍ ରେ ୭୦୦  ଓ ୨୪ କ୍ୟାରେଟ୍ ରେ ୭୬୦ ଟଙ୍କା ବୃଦ୍ଧି ପାଇଛି। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୪୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨,୪୨୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୭୦୦ ଓ ୨୪ କ୍ୟାରେଟ୍ ରେ  ୭୬୦ ଟଙ୍କା ବୃଦ୍ଧି ପାଇଛି। 

ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ  ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬, ୨୫୦ ଟଙ୍କା ହୋଇଥିବା ବେଳେ  ୨୪ କ୍ୟାରେଟର ଦାମ୍ ୭୨ ,୨୭୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭,୧୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୩,୨୫୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୮୦୦ ଓ ୨୪ କ୍ୟାରେଟରେ ୮୭୦ ଟଙ୍କା ବୃଦ୍ଧି ପାଇଛି।  ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୨୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୨ , ୨୭୦ ଟଙ୍କା ରହିଛି । ୨୨ କ୍ୟାରେଟରେ ୭୦୦ ଓ ୨୪ କ୍ୟାରେଟ୍ ରେ ୭୬୦ ଟଙ୍କା ବୃଦ୍ଧି ପାଇଛି। ସେପଟେ ରୂପା ଦର କେଜି ପିଛା ୫୦୦ ଟଙ୍କା ବୃଦ୍ଧି ପାଇ ୮୭,୦୦୦ ଟଙ୍କାରେ ପହଞ୍ଚିଛି।