Swiggy Order: ସ୍ୱିଗିରୁ ସାନିଟାରୀ ପ୍ୟାଡ଼ ଅର୍ଡ଼ର କଲେ ମହିଳା, ବକ୍ସରେ ଆସିଲା କିଛି ଏମିତି ଜିନିଷ
Advertisement
Article Detail0/zeeodisha/odisha1546191

Swiggy Order: ସ୍ୱିଗିରୁ ସାନିଟାରୀ ପ୍ୟାଡ଼ ଅର୍ଡ଼ର କଲେ ମହିଳା, ବକ୍ସରେ ଆସିଲା କିଛି ଏମିତି ଜିନିଷ

Swiggy Online Food Service:  ନିଜ ପିରିୟଡ଼ ସମୟରେ ସ୍ୱିଗିରୁ ସାନିଟାରୀ ପ୍ୟାଡ଼ ଅର୍ଡ଼ର କରିଥିଲେ ଯୁବତୀ । ଅର୍ଡର ଡେଲିଭରୀ ପରେ ଡ଼ବା ଦେଖି ଉଡିଗଲା ତାଙ୍କ ହୋସ୍ । ଏହି ଟ୍ୱିଟଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ତେବେ ଯୁବତୀ ଜଣଙ୍କ କଣ ଭାବି ସ୍ୱିଗି ଭଳି ଅନଲାଇନ ଫୁଡ ସର୍ଭିସରୁ ପ୍ୟାଡ ମଗାଇଥିଲେ ଆସନ୍ତୁ ଜାଣିବା।

ସୌ(ସୋସିଆଲ ମିଡିଆ)

Swiggy Order: ବର୍ତ୍ତମାନର ସୋସିଆଲ ମିଡିଆ ଯୁଗରେ ଅନେକ ସମୟରେ ବିଭିନ୍ନ ପ୍ରକାରର ଭିଡିଓ ଓ ଫଟୋ ଭାଇରାଲ ହେଉଛି। କେତେକ ଭିଡିଓ ଲୋକଙ୍କୁ ହସେଇ ହସେଇ ବେଦମ କରିଥାଏ ତ ଆଉ କିଛି ଭିଡିଓକୁ ଟ୍ରୋଲର ଶିକାର ହେବାକୁ ପଡି଼ଥାଏ। ଭଲ କଣ୍ଟେଣ୍ଟ ଉପରେ ତିଆରି ହେଉଥିବା ଭିଡିଓକୁ ବେଶ ପସନ୍ଦ କରିଥାଆନ୍ତି ଲୋକେ। ତେବେ ବର୍ତ୍ତମାନ କୌଣସି ଭିଡିଓ ଓ ଫଟୋ ନୁହେଁ ବରଂ ଏକ ଟ୍ୱିଟ ଭାଇରାଲ ହେବାରେ ଲାଗିଛି। ଜଣେ ଯୁବତୀ ସ୍ୱିଗିକୁ ଏହି ଟ୍ୱିଟ କରିଥିଲେ ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ମାର୍କେଟିଂ ପାଇଁ ଅନଲାଇନ ଅର୍ଡ଼ର ଏକ ସବୁଠାରୁ ସହଜ ସୁନ୍ଦର ଓ ସରଳ ବ୍ୟବସ୍ଥା। ଘରେ ବସି ବସି ଲୋକେ ନିଜର ଆବଶ୍ୟକ ଜିନିଷକୁ ଅର୍ଡ଼ର କରିଥାଅନ୍ତି। କିନ୍ତୁ ଅନେକ ସମୟରେ ଏହି ଅନଲାଇନ ଡେଲିଭରୀ ଯୋଗୁଁ ଅନେକ ଲୋକେ ଠକାମୀରେ ମଧ୍ୟ ପଡିଥାଆନ୍ତି। କିନ୍ତୁ ଆମେ ଏଠାରେ ଯେଉଁ ଟ୍ୱିଟ ବିଷୟରେ ଆଲୋଚନା କରୁଛୁ ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରାଇଦେବ। ପ୍ରକୃତରେ ଘଟଣାଟି ହେଉଛି, ଜଣେ ଯୁବତୀ ନିଜ ପିରିଅଡ଼ସ୍ ସମୟରେ ସ୍ୱିଗିରୁ ସାନିଟାରୀ ପ୍ୟାଡ଼ ଅର୍ଡ଼ର କରିଥିଲେ। ଏହା ପରେ ସ୍ୱିଗିର ଡେଲିଭରୀ ବୟ ଅର୍ଡ଼ର ନେଇ ଯୁବତୀଙ୍କ ଠିକଣା ସ୍ଥାନରେ ପହଞ୍ଚି ଥିଲେ। ଯୁବତୀ ଜଣକ ଯେତେବେଳେ ଏହି ଡ଼ବା ଖୋଲିଥିବା ସେତେବେଳେ ସେ ଆଶ୍ଚର୍ଯ୍ୟ ଯାଇଥିଲେ। କାରଣ ଡବା ଭିତରେ ସାନିଟାରୀ ପ୍ୟାଡ଼ ସହ କିଛି ଚକୋଲେଟ୍ ଓ ବିସ୍କୁଟ୍ ମଧ୍ୟ ରହିଥିଲା। ଏହା ଦେଖି ପ୍ରଥମେ ସେ କନଫିଉଜ ହୋଇଯାଇଥିଲେ।

ଡବାରେ ଥିବା ଚକୋଲେଟ୍ ଓ ବିସ୍କୁଟ୍ ଦୋକାନୀ ରଖିଛନ୍ତି ନା ଏହା ସ୍ୱିଗି ପକ୍ଷରୁ ରଖାଯାଇଛି ସେ ଜାଣିପାରିନଥିଲେ। ତେବେ ଏନେଇ ସେ ନିଜ ଟ୍ୱିଟର ଆକାଉଣ୍ଚରେ ଏକ ଟ୍ୱିଟ କରିଥିଲେ। ସେ ଲେଖିଥିଲେ ଯେ ମୁଁ ସ୍ୱିଗି ଇନଷ୍ଟାମାର୍ଟରୁ ସାନିଟାରୀ ପ୍ୟାଡ଼ ଅର୍ଡ଼ର କରିଥିଲି। ଅର୍ଡ଼ର ଆସିଥିବା ଡବାରେ ପ୍ୟାଡ଼ ସହ କିଛି ଚକୋଲେଟ ଓ ବିସ୍କୁଟ୍ ମଧ୍ୟ ରହିଥିଲା । କିନ୍ତୁ ଏହା ସ୍ୱିଗି ନା ଦୋକାନୀଙ୍କ ପକ୍ଷରୁ ତାହା ମୁଁ ଜାଣିପାରୁନାହିଁ। ତେବେ ଯୁବତୀଙ୍କ ଏହି ଟ୍ୱିଟରେ ସ୍ୱିଗି ପକ୍ଷରୁ ରିପ୍ଲାଏ ଆସିଥିଲା ଆପଣଙ୍କ ଦିନ ମଙ୍ଗଳମୟ ହେଉ, ସମୀରା। ଯୁବତୀଙ୍କ ଏହି ଟ୍ୱିଟରେ ୧୩ ଲକ୍ଷରୁ ଅଧିକ ଭିୟ୍ୟୁଜ ହୋଇସାରିଥିବା ବେଳେ ଏହି ପୋଷ୍ଟକୁ ପ୍ରାୟ ୧୭୦୦ରୁ ଅଧିକ ଥର ଲାଇକ କରାଯାଇଛି ।