Love affair: ପର ଝିଅକୁ ନେଇ ଫେରାର୍ ହେଲା ପୁଅ, ମାଆକୁ ପିଟିଲେ ଝିଅ ଘର ଲୋକେ
Advertisement

Love affair: ପର ଝିଅକୁ ନେଇ ଫେରାର୍ ହେଲା ପୁଅ, ମାଆକୁ ପିଟିଲେ ଝିଅ ଘର ଲୋକେ

Love affair: ପ୍ରଥମେ ବନ୍ଧୁତା ଓ ପରେ ପ୍ରେମରେ ପଡି ବିବାହ କରିବାକୁ ଚାହୁଁଥିଲେ ପ୍ରେମୀଯୁଗଳ । ଘରେ ରାଜି ନହେବାରୁ ଉଭୟେ ଘର ଛାଡି ଫେରାର ହୋଇଗଲେ । ଆଉ ତାପରେ ପୁଅର ମାଆ ଉପରେ ରାଗ ସୁଝାଇଲେ ଲୋକେ ।

Love affair: ପର ଝିଅକୁ ନେଇ ଫେରାର୍ ହେଲା ପୁଅ, ମାଆକୁ ପିଟିଲେ ଝିଅ ଘର ଲୋକେ

Love affair: ପୁଅର ପ୍ରେମ ପାଇଁ ମାଆକୁ ମାଡ । ପୁଅଇ କାହିଁକି ଝିଅକୁ ନେଇ ଫେରାର୍ ହେଲା ସେହି କାରଣ ପାଇଁ ମାଆକୁ ଘରୁ ବାହାରକୁ ଟାଣି ଆଣି ଗୋଟିଏ ଖୁଣ୍ଟରେ ବାନ୍ଧିଦେବା ସହିତ ପ୍ରବଳ ମାଡ ମାରିଛନ୍ତି ଝିଅ ଘର ପକ୍ଷ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ ବେଲାଗାଭି ଅଞ୍ଚଳରେ । ଘଟଣାକୁ ନେଇ ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ହେବା ସହିତ ରାଜନୈତିକ ହସ୍ତକ୍ଷେପ ମଧ୍ୟ ହୋଇଛି ।

ସୂଚନା ମୁତାବକ, ମାଡ ଖାଇଥିବା ମହିଳାଙ୍କ ପୁଅ ସ୍ଥାନୀୟ ଅଞ୍ଚଳର ଜଣେ ଝିଅକୁ ପ୍ରେମ କରୁଥିଲେ । ପରେ ଉଭୟେ ପୁଅ ଝିଅ ଘରୁ ଲୁଚି କେଉଁ ଆଡେ ଫେରାର୍ ହୋଇଯାଇଥିଲେ । ଏହି କାରଣ ପାଇଁ ଝିଅ ଘର ପକ୍ଷ ସମ୍ପୂର୍ଣ୍ଣ ପୁଅ ଓ ତା ପରିବାରକୁ ଦାୟୀ ବୋଲି କହିଛନ୍ତି । ଝିଅ ଫେରାର ହେବା ପରେ ଲଜ୍ୟା ଓ କ୍ରୋଧରେ ପ୍ରତିଶୋଧ ପରାୟଣ ହୋଇଯାଇଥିଲେ ଝିଅର ପରିବାର । ତେଣୁ ରାଗ ସମ୍ଭାଳି ନପାରି ଏପରି କରିଥିବା ଚର୍ଚ୍ଚା ହେଉଛି । ଏପରି କି ମହିଳା ଜଣଙ୍କ ଉପରେ ଆକ୍ରମଣ ହେଉଥିବା ସମୟରେ କେହି ପ୍ରତିରୋଧ କରିନଥିବା କୁହାଯାଉଛି । ବର୍ତ୍ତମାନ ପୋଲିସ ଘଟଣାର ହସ୍ତକ୍ଷେପ କରିଛି ତଦନ୍ତ କରୁଛି । ପୋଲିସ କହିଛି ଯେ, ମହିଳାଙ୍କୁ ଉଲଗ୍ନ କରି ମାଡ ମାରିଥିବାର ଅଭିଯୋଗ ହୋଇଛି ।

ଘଟଣା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ଗୃହମନ୍ତ୍ରୀ ଜୀ ପରମେଶ୍ୱର ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହିଳାଙ୍କୁ ଉଲଗ୍ନ କରି ମାଡ ମାରିବା ଏକ ଅପରାଧ । ଯେକୌଣସି ଅପରାଧ ହେଉ ତାର ଶାସ୍ତି ରହିଛି । ଘଟଣାର ତଦନ୍ତ ପରେ ଆଇନ ଅନୁଯାୟୀ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଗୃହମନ୍ତ୍ରୀ ଜି ପରମେଶ୍ୱର ମଧ୍ୟ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ପୁଲିସ୍‌ କହିଛି ଯେ ପୀଡ଼ିତାଙ୍କ ପୁଅ ଗୋଟିଏ ଝିଅ ପରସ୍ପରକୁ ଭଲ ପାଉଥିଲେ। ରବିବାର ସେମାନେ ଫେରାର ହୋଇଯାଇଛନ୍ତି। ଏହି ଖବର ପାଇବା ପରେ ଝିଅ ଘର ଲୋକ ପୁଅ ଘରେ ପହଞ୍ଚିଥିଲେ। ଏହାପରେ ସେମାନେ ଘର ଭିତରେ ଥିବା ମହିଳାଙ୍କୁ ଘୋଷାଡ଼ି ଆଣିଥିଲେ। ତାଙ୍କୁ ସର୍ବସମ୍ମୁଖରେ ଉଲଗ୍ନ କରିବା ସହ ଗୋଟିଏ ଖୁଣ୍ଟରେ ବାନ୍ଧି ପ୍ରବଳ ପିଟିଥିଲେ । ସେହିପରି ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ମହିଳାଙ୍କୁ ମାଡ ମାରିବା ଘଟଣାରେ ସମୁଦାୟ ୭ଜଣ ଲୋକଙ୍କ ସମ୍ପୃକ୍ତି ରହିଛି । ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି । ବର୍ତ୍ତମାନ ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ମହିଳାଙ୍କୁ ଖୁବଶୀଘ୍ର ଗୃହମନ୍ତ୍ରୀ ସାକ୍ଷାତ କରିବେ ବୋଲି ସୂଚନା ଦେଇଛନ୍ତି

Also Read- Unique love story: ସ୍ୱାମୀଙ୍କୁ ତଲାକ ଦେଇ ହିନ୍ଦୁ ଯୁବକଙ୍କୁ ବିବାହ କଲେ ମୁସଲିମ ମହିଳା

Also Read- Ollywood News: ରାତି ଅଧରେ ଲାଇଭ୍ ଆସି ନିଜ ରୋଗ ବିଷୟରେ କହିଲେ ସୁପରଷ୍ଟାର ଅନୁଭବ