Jajpur News: ରାଗିଂ ନେଲା ଜୀବନ! ନିର୍ଯାତନା ସହି ନ ପାରି ଝୁଲି ପଡ଼ିଲେ ଛାତ୍ରୀ
Advertisement

Jajpur News: ରାଗିଂ ନେଲା ଜୀବନ! ନିର୍ଯାତନା ସହି ନ ପାରି ଝୁଲି ପଡ଼ିଲେ ଛାତ୍ରୀ

Jajpur News: ଯାଜପୁର (jajpur) ସରକାରୀ ପଲିଟେକନିକ (government polytechnic)କଲେଜର ଛାତ୍ରୀଙ୍କ ଆତ୍ମହତ୍ୟା(Suicide) ! ଇଲେକ୍ଟ୍ରିକାଲ୍ ତୃତୀୟ ବର୍ଷର ଛାତ୍ରୀ ରୋଜାଲିନ୍ ପାତ୍ରଙ୍କ (୧୮) ଝୁଲନ୍ତା ମୃତଦେହ ହଷ୍ଟେଲ୍ ରୁମ୍‌ରୁ ଉଦ୍ଧାର କରାଯାଇଛି (girl student found hanging in hostel)। ବେକରେ ଓଢଣି ଲଗେଇ ନିଜ ରୁମରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ରୋଜାଲିନ ଜଣେ ମେଧାବୀ ଛାତ୍ରୀ ଥିଲେ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Jajpur News: ଯାଜପୁର (jajpur) ସରକାରୀ ପଲିଟେକନିକ (government polytechnic)କଲେଜର ଛାତ୍ରୀଙ୍କ ଆତ୍ମହତ୍ୟା(Suicide) ! ଇଲେକ୍ଟ୍ରିକାଲ୍ ତୃତୀୟ ବର୍ଷର ଛାତ୍ରୀ ରୋଜାଲିନ୍ ପାତ୍ରଙ୍କ (୧୮) ଝୁଲନ୍ତା ମୃତଦେହ ହଷ୍ଟେଲ୍ ରୁମ୍‌ରୁ ଉଦ୍ଧାର କରାଯାଇଛି (girl student found hanging in hostel)।  ବେକରେ ଓଢଣି ଲଗେଇ ନିଜ ରୁମରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ।  ରୋଜାଲିନ ଜଣେ ମେଧାବୀ ଛାତ୍ରୀ ଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ରୋଜାଲିନ୍ ଆତ୍ମହତ୍ୟା କଲେ ସେନେଇ ଛାନଭିନ୍ ଆରମ୍ଭ କରିଛି । ସେପଟେ, ରାଗିଂର ଶିକାର ହେବାପରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

 ସୂଚନା ଅନୁସାରେ, ଜେନାପୁର ଥାନା ଅନ୍ତର୍ଗତ ଷେଣ୍ଢପୁର ଗାଁର ଅମୂଲ୍ୟ ପାତ୍ରଙ୍କ ଝିଅ ରୋଜାଲିନ ୪ଟି କ୍ୟାମ୍ପସ୍ ପାଇଁ ଚୟନ ହୋଇଥିଲେ। ଏନେଇ କଲେଜରେ କିଛି ସହପାଠୀ ତାଙ୍କୁ ହଇରାଣ କରୁଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଏ-ପରକି ଜଣେ ଛାତ୍ର ତାଙ୍କୁ ମାଡ଼ ମାରିଥିବା ବି ରୋଜାଲିନଙ୍କ ମା’ ଅଭିଯୋଗ କରିଛନ୍ତି। ବାରମ୍ବାର ରୋଜାଲିନଙ୍କୁ ଧମକ ଦେଉଥିଲେ କିଛି ପିଲା। ଏ-ସମ୍ପର୍କରେ ସେ ଘର ଲୋକଙ୍କୁ ଜଣାଇଥିଲେ। ପ୍ରକୃତରେ କେଉଁ କାରଣ ପାଇଁ ରୋଜାଲିନ ଏ-ଭଳି ଚରମ ନିଷ୍ପତ୍ତି ନେଲେ ତାହା ଜଣାପଡ଼ିନି। ଘଟଣା ପରେ ହଷ୍ଟେଲ୍ ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଏଥିପାଇଁ କଲେଜ ଅଧ୍ୟକ୍ଷ ଓ କର୍ତ୍ତୃପକ୍ଷଙ୍କୁ ମୃତ ଛାତ୍ରୀଙ୍କ ପରିବାର ଦାୟୀ କରିଛନ୍ତି। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ ଚଳାଇଛି।

Also Read : Odisha News: ଧୋକାବାଜ୍ କନେଷ୍ଟବଳ ପ୍ରେମିକ! ୭ ବର୍ଷ ଲିଭିଇନରେ ରହିବା ପରେ ଫେରାର...

Also Read :  Taapsee Pannu: ମାଆ ଲକ୍ଷ୍ମୀଙ୍କୁ ଅପମାନ୍ ଦେଇ ଥାନାକୁ ଟଣା ହେବେ ତାପସୀ ! ରୁଜୁ ହେଲା ମାମଲା

ନିକଟରେ ଏଭଳି ଘଟଣା ମଧ୍ୟ  ବିଜେବି କଲେଜରେ ଦେଖିବାକୁ ମିଳିଥିଲା । ଗତବର୍ଷ ସେ ସିନିୟରଙ୍କ ରାଗିଂ ସହି ନ ପାରି ଜୀବନ ହାରିଥିଲେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତି । ସିନିୟରଙ୍କ ରାଗିଂ ଅସହ୍ୟ ହେବାରୁ ସେ ଆତ୍ମହତ୍ୟା କରିଥିବା ସୁଇସାଇଟ୍ ନୋଟରେ ଉଲ୍ଲେଖ କରିଥିଲେ । ୩ ଜଣ ସିନିୟର ତାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ସେ ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି ।

ସେ ତାଙ୍କ ସୁଇସାଉଡ୍ ନୋଟରେ ଆହୁରି ଉଲ୍ଲେଖ କରିଥିଲେ ଯେ, ମୁଁ ଜୀବନରେ ବହୁତ ଥକି ଗଲିଣି... ମୋ ବାପା ବୋଉ ଏତେ କଷ୍ଟକରି ପାଠ ପଢାଇଲେ... ମୋ ପାଠପଢା ପାଇଁ ଆମ ଘର ଲୋକଙ୍କ ଚଳିବା କଷ୍ଟ... ହେଲେ ହଷ୍ଟେଲରେ ମୋତେ ସିନିୟର ବହୁତ ଟର୍ଚର କଲେ... ୩ ଜଣ ସିନିୟର ମୋତେ ମେଣ୍ଟାଲି କଷ୍ଟ ଦେଲେ... ଆଉ ସହି ପାରିଲିନି... କି ଘରେ ବି କହି ପାରିଲିନି... ମୋତେ ମୋ ବାପା-ବୋଉ ଅଜା-ଆଈ, ମାମୁ-ମାଇଁ, ମଉସା-ମାଉସୀ ସମସ୍ତେ ବହୁତ ଭଲ ପାଆନ୍ତି... ବହୁତ ଆଶା କରିଥିଲେ ମୁଁ କଲେକ୍ଟର ହେବି... ହେଲେ ମୋତେ ସିନିୟର ମେଣ୍ଟାଲି ଡ୍ରିପେସ୍ କଲେ... ବାପା ମାଆ ପଇସା ଖର୍ଚ୍ଚ କରି ମୋତେ ପାଠ ପଢିବାକୁ ଛାଡିଲେ... ହେଲେ ତାଙ୍କ ପଇସାର କିଛି ମୂଲ୍ୟ ନାହିଁ... କାରଣ ସିନିୟର ମୋତେ ବହୁତ ଡ୍ରିପେସ୍ କଲେ... ସମସ୍ତେ ଜାଣିଛନ୍ତି... ଆମ କଲେଜରେ ରାଗିଂ ହୁଏନି... କିନ୍ତୁ ସିନିୟର, ହଷ୍ଟଲରେ ମୋତେ ବଞ୍ଚେଇ ଦେଲେନି... ମୋ ବାପା ବୋଉଙ୍କ ଲୁହରେ ସେମାନ ଭାସି ଯିବେ... ଜମା ଆଗକୁ ବଢି ପାରିବେନି... ମୁଁ ଏ କଥା କାହାକୁ କହି ପାରିଲିନି... କେବଳ ୩ ଜଣ ସିନିୟରଙ୍କ ପାଇଁ ମୁଁ ଜୀବନ ଦେଉଛି... ସେମାନେ କେବଳ ମୋ ଉପରେ ରାଗ ରଖି ମୋତେ ଡ୍ରିପେସ୍ କଲେ... ମୋତେ ପାଠ ବି ପଢେଇ ଦେଲେନି... ମୋ ରୁମ ମେଟ୍ କୁ ବି ଏ କଥା ମୁଁ କହି ପାରିଲିନି... ଶେଷରେ ଜୀବନ ହାରୁଛି....' ।