Love story: ପ୍ରେମିକ ସହ ଫେରାର୍ ହେଲା ଝିଅ: ପହିଲି ରଜରେ ବାପା ଦେବେ ମୃତ୍ୟୁ ଭୋଜି
Advertisement
Article Detail0/zeeodisha/odisha1725360

Love story: ପ୍ରେମିକ ସହ ଫେରାର୍ ହେଲା ଝିଅ: ପହିଲି ରଜରେ ବାପା ଦେବେ ମୃତ୍ୟୁ ଭୋଜି

ପ୍ରେମ ପାଇଁ ଅନେକ ସ୍ଥାନରେ ଅନେକ ଘଟଣା, ଦୁର୍ଘଟଣା ଏପରି କି ହତ୍ୟା ମାମଲା ମଧ୍ୟ ଆମ ସମାଜରେ ଘଟୁଛି । କେତେବେଳେ ତ୍ରିକୋଣୀୟ ପ୍ରେମ ପାଇଁ ଜୀବନ ଯାଉଛି ପୁଣି କେତେବେଳେ ଧୋକା (break up) ଖାଇଥିବା ପ୍ରେମିକ ଘଟାଉଛି ଅମାନବିୟ ଘଟଣା । କେବଳ ସେତିକି ନୁହେଁ, କେଉଁଠି ପୁଅ ଝିଅକୁ ଧୋକା ଦେଉଛି ପୁଣି କେଉଁଠି ଝିଅ ପୁଅକୁ । ତଥାପି ସମାଜରେ ପ୍ରେମରେ

Love story: ପ୍ରେମିକ ସହ ଫେରାର୍ ହେଲା ଝିଅ: ପହିଲି ରଜରେ ବାପା ଦେବେ ମୃତ୍ୟୁ ଭୋଜି

Love story: ପ୍ରେମ ପାଇଁ ଅନେକ ସ୍ଥାନରେ ଅନେକ ଘଟଣା, ଦୁର୍ଘଟଣା ଏପରି କି ହତ୍ୟା ମାମଲା ମଧ୍ୟ ଆମ ସମାଜରେ ଘଟୁଛି । କେତେବେଳେ ତ୍ରିକୋଣୀୟ ପ୍ରେମ ପାଇଁ ଜୀବନ ଯାଉଛି ପୁଣି କେତେବେଳେ ଧୋକା (break up) ଖାଇଥିବା ପ୍ରେମିକ ଘଟାଉଛି ଅମାନବିୟ ଘଟଣା । କେବଳ ସେତିକି ନୁହେଁ, କେଉଁଠି ପୁଅ ଝିଅକୁ ଧୋକା ଦେଉଛି ପୁଣି କେଉଁଠି ଝିଅ ପୁଅକୁ । ତଥାପି ସମାଜରେ ପ୍ରେମରେ ସଫଳ (success) ହେଉଛନ୍ତି ଅନେକ ବ୍ୟକ୍ତି । ପ୍ରେମ ନିଶାରେ କିଛି ବି କରିପାରନ୍ତି ପ୍ରେମୀ ଯୁଗଳ । ସେମିତି ଆଉ ଏକ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନର ଭିଲୱାରାରୁ ।

ଝିଅଟି ପ୍ରେମରେ ପଡିବା ପରେ କୌଣସି କାରଣରୁ ପରିବାର (family) ସଦସ୍ୟ ଜାଣିପାରିଥିଲେ ଯେ, ଝିଅ ପସନ୍ଦ କରିଥିବା ପିଲାଟି ଉପଯୁକ୍ତ ପାତ୍ର ନୁହେଁ । ସେଥିପାଇଁ ଘରଲୋକେ ଝିଅକୁ ବୁଝାଇଥିଲେ । କିନ୍ତୁ କଥାରେ ଅଛି, ପ୍ରେମ ନିଶା ଏପରି ନିଶା ଯାହା ଥରେ ମୁଣ୍ଡରେ ଚଢିଲେ ମଣିଷ କିଛି ବି କରିପାରେ । ଠିକ୍ ତାହା ହିଁ ହେଲା । ନିଜ ପ୍ରେମକୁ ପାଇବା ପାଇଁ ପ୍ରେମିକ ସହ ଲୁଚି ଘରୁ ଫେରାର୍ ହୋଇଗଲା । ଝିଅ ଘରୁ ଚାଲିଯିବା ପରେ ଘର ଲୋକ ଲଜ୍ୟା ଅନୁଭବ କଲେ । ଫଳରେ ଝିଅଟିର ବାପା ରାଗିଯାଇ, ନିଜ ରକ୍ତର ଝିଅଟିକୁ ମୃତ ଘୋଷଣା କରି କହିଲେ ଯେ, ଆଜିଠୁ ସେ ମୋ ପାଇଁ ମରିଯାଇଛି । ତେଣୁ ତାର ଶୁଦ୍ଧି, କ୍ରିୟା କରାଯିବ ଓ ଭୋଜି ଦିଆଯିବ । ତେବେ ବାପାଙ୍କର ରାଗ ଏତେ ଥିଲା ଯେ, ସତରେ ତାହା ହିଁ ହେବାକୁ ଯାଉଛି । ଆସନ୍ତା ଜୁନ୍ ୧୩ ତାରିଖ ଦିନ ବଞ୍ଚିଥିବା ନିଜ ଝିଅକୁ ମୃତ ଦର୍ଶାଇ ଏକ ଭୋଜିର ଆୟୋଜନ ହେବାକୁ ଯାଉଛି । ଏହାର ଏକ କାର୍ଡ ସୋସିଆଲ୍ ମିଡିଆରେ (social media) ଭାଇରାଲ୍ ହେବାରେ ଲାଗିଛି ।

ସମ୍ପର୍କୀୟ ଓ ପଡୋଶୀଙ୍କର କହିବା କଥା ଏହା ଯେ, ବାପା ଜଣକ ନିଜ ଝିଅକୁ ଜୀବନଠୁ ଅଧିକ ଭଲ ପାଉଥିଲେ । ଏକ ଉପଯୁକ୍ତ ବର ପାତ୍ର ଖୋଜି ଝିଅଟିକୁ ନାନାଦି ପ୍ରକାରର ଜିନିଷ ଦେଇ ବିବାହ କରାଇବା ତାଙ୍କର ସ୍ୱପ୍ନ (dream) ଥିଲା । ଏଥିପାଇଁ ସେ ନିଜକୁ ପ୍ରସ୍ତୁତ ମଧ୍ୟ କରୁଥିଲେ । ପରିଶ୍ରମ କରି ଝାଳ ବୁହାଇ ଝିଅଟିକୁ ପାଠ ପଢାଇବା ସହ ସବୁ ଅଳି ଅର୍ଦ୍ଦଳି ସହି ବଡ଼ କରିଥିଲେ । କିନ୍ତୁ ଝିଅଟି ଶେଷରେ ନିଜ ପିତା ଓ ପରିବାରଙ୍କୁ ଭୁଲି ପ୍ରେମିକର ହାତ ଧରି ଚାଲିଗଲା ।

ଆହୁରି ଅପମାନର କଥା ହେଉଛି ,ଘରୁ ଫେରାର୍ ହୋଇଯିବା ପରେ ପରିବାର ଲୋକ ଝିଅଟିକୁ ଖୁବ୍ ଖୋଜାଖୋଜି କରିଥିଲେ । ଶେଷରେ ନିରାଶ ହେବା ପରେ ହମିରଗଡ ଥାନାରେ ପହଞ୍ଚି ପୋଲିସ୍ ନିକଟରେ ଅଭିଯୋଗ ଦାଖଲ କରିଥିଲେ । ପୋଲିସ ମଧ୍ୟ ପରିବାର ଲୋକଙ୍କ ଏତଲା ଆଧାରରେ ତଦନ୍ତ ଆରମ୍ଭ କରି ଝିଅଟିକୁ ଖୋଜାଖୋଜି କରିବା ଆରମ୍ଭ କଲା । ଶେଷରେ ପୋଲିସ ଉଭୟ ଫେରାର୍ ହୋଇଥିବା ପୁଅ ଝିଅଙ୍କୁ ଧରିବାରେ ସକ୍ଷମ ମଧ୍ୟ ହେଲା । ପରିବାର ଲୋକଙ୍କ ସାମ୍ନାରେ ପୋଲିସ ଝିଅଟିକୁ ପଚରାଉଚରା କରିଥିଲା । ଝିଅଟି ନିଜ ପରିବାର ଲୋକଙ୍କୁ ଚିହ୍ନି ନଥିବା କଥା ପୋଲିସ ଆଗରେ କହିଥିଲା । ଏହି କଥା ଶୁଣି ବାପାଙ୍କ ହୃଦୟ ୨ ଖଣ୍ଡ ହୋଇଯିବା ପରି ଅନୁଭବ ହେଲା । ତେଣୁ ରାଗରେ ବାପା (father) ଜଣକ ଏପରି କାର୍ଯ୍ୟ କରୁଥିବା କଥା ଚର୍ଚ୍ଚା ହେଉଛି ।

ଏହି ଘଟଣା ଜୁନ୍ ୧ ତାରିଖରେ ଘଟିଥିବାରୁ ଝିଅଟିର ମୃତ୍ୟୁ ତାରିଖକୁ ସେହି ଦିନ ଧରଜିଛନ୍ତି ପରିବାର ସଦସ୍ୟ । ବର୍ତ୍ତମାନ ସମସ୍ତ ନୀତି ନିୟମ ଅନୁଯାୟୀ ମୃତ୍ୟୁରେ ଯେଉଁ କାର୍ଯ୍ୟ କରାଯାଏ ତାହା ହେଉଛି । ନିମନ୍ତ୍ରଣ ପତ୍ରରେ (invitation card) ମଧ୍ୟ ମୃତ୍ୟୁ ବିବରଣୀ ଲେଖାଯାଇଛି । ନିଜ ସମ୍ପର୍କୀୟ ତଥା ବନ୍ଧୁ ବାନ୍ଧବଙ୍କୁ କାର୍ଡ ବଣ୍ଟାଯାଉଛି । ଏହି କାର୍ଡର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ବିଭିନ୍ନ ପ୍ରକାରର କମେଣ୍ଟ୍ (comments) ଆସୁଛି । କିଛି ବ୍ୟକ୍ତି ଲେଖିଛନ୍ତି ଯେ, ବାପା ଏପରି କରିବା ଉଚିତ୍ ନୁହେଁ । ଆଉ କିଛି ବ୍ୟକ୍ତି ଲେଖିଛନ୍ତି ଝିଅଟି ଏପରି ବାପାଙ୍କୁ ଛାଡି ପ୍ରେମିକ ସହ ଫେରାର୍ ହେବା ଉଚିତ୍ ନଥିଲା ।

also read- ପ୍ରବଳ ଗରମରୁ ମିଳିବ ତ୍ରାହି: ଟି ସାର୍ଟରେ ଲଗାନ୍ତୁ ଏହି ଏସି