Ghost in Girls Hostel: ଗାର୍ଲ୍ସ ହଷ୍ଟେଲରେ ଭୂତ, ଅଜବ ଛାୟା ଓ ଚମକଦାର ଘୁରିବୁଲୁଥିବା ଆଖି ଦେଖି ଭୟରେ ଥରଥର ସମସ୍ତେ!
Advertisement
Article Detail0/zeeodisha/odisha1566548

Ghost in Girls Hostel: ଗାର୍ଲ୍ସ ହଷ୍ଟେଲରେ ଭୂତ, ଅଜବ ଛାୟା ଓ ଚମକଦାର ଘୁରିବୁଲୁଥିବା ଆଖି ଦେଖି ଭୟରେ ଥରଥର ସମସ୍ତେ!

Ghost in Girls Hostel: ଛାତ୍ରୀମାନେ କହିଛନ୍ତି ଯେ, ଏହା ପୂର୍ବରୁ ମଧ୍ୟ ଦୀପାବଳି ସମୟରେ ହଷ୍ଟେଲରେ ଏକ ଅଜ୍ଞାତ ଛାୟା ଦେଖା ଦେଇଥିଲା । ଭୟଭୀତ ଗାର୍ଲ୍ସ ହଷ୍ଟେଲର ଛାତ୍ରମାନେ ଉଚ୍ଚ ଅଧିକାରୀ ଓ ପୋଲିସକୁ ନିଜ କଥା କହିଛନ୍ତି । ବର୍ତ୍ତମାନ ସରକାରୀ କର୍ମଚାରୀମାନେ ହଷ୍ଟେଲ ଉପରେ ନଜର ରଖିଛନ୍ତି ଓ ବାଉଣ୍ତ୍ରୀ ୱାଲର ଉଚ୍ଚତା ବୃଦ୍ଧି କରିବା ବିଷୟରେ କହୁଛନ୍ତି ।

ପ୍ରତୀକାତ୍ମକ ଫଟୋ

Ghost in Girls Hostel: ମଧ୍ୟ ପ୍ରଦେଶ (Madhya Pradesh) ର ଖଣ୍ଡୱା (Khandwa) ଜିଲ୍ଲାର ସିନିୟର ବାଳିକା ହଷ୍ଟେଲରେ ରହୁଥିବା ବାଳିକାମାନେ ଗତ ୧୦ ଦିନ ଭୟର ଛାୟା ମଧ୍ୟରେ ରହିବାକୁ ବାଧ୍ୟ ହେଉଛନ୍ତି । ରାତି ହେବା ମାତ୍ରେ ଝରକାରେ ଅଜବ ଛାୟା ଓ ଚମକଦାର ଘୁରିବୁଲୁଥିବା ଆଖି ଛାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଛାତ୍ରୀମାନେ କହିଛନ୍ତି ଯେ, ଏହା ପୂର୍ବରୁ ମଧ୍ୟ ଦୀପାବଳି ସମୟରେ ହଷ୍ଟେଲରେ ଏକ ଅଜ୍ଞାତ ଛାୟା ଦେଖା ଦେଇଥିଲା । ଭୟଭୀତ ଗାର୍ଲ୍ସ ହଷ୍ଟେଲ (Girls Hostel) ର ଛାତ୍ରମାନେ ଉଚ୍ଚ ଅଧିକାରୀ ଓ ପୋଲିସ (MP Police) କୁ ନିଜ କଥା କହିଛନ୍ତି । ବର୍ତ୍ତମାନ ସରକାରୀ କର୍ମଚାରୀମାନେ ହଷ୍ଟେଲ (Hostel) ଉପରେ ନଜର ରଖିଛନ୍ତି ଓ ବାଉଣ୍ତ୍ରୀ ୱାଲର ଉଚ୍ଚତା ବୃଦ୍ଧି କରିବା ବିଷୟରେ କହୁଛନ୍ତି ।

ପ୍ରକୃତରେ ଖଣ୍ଡୱା ସହରରେ ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଏକ ସିନିୟର ବାଳିକା ହଷ୍ଟେଲ ଅଛି । ଯେଉଁଥିରେ ନବମ ଶ୍ରେଣୀରୁ କଲେଜରେ ପଢୁଥିବା ଶହେରୁ ଅଧିକ ଛାତ୍ରୀ ରୁହନ୍ତି । ଏହି ହଷ୍ଟେଲଠାରୁ କିଛି ଦୂରରେ ଅନ୍ୟ ହଷ୍ଟେଲ ଏବଂ କିଛି ପୁରୁଣା ନଷ୍ଟ ହୋଇଯାଇଥିବା ଅଟ୍ଟାଳିକା ମଧ୍ୟ ରହିଛି । ଏଠାରେ ଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ,  ହଷ୍ଟେଲର ପଛ ଭାଗରେ ସେମାନେ ରାତିରେ ଝରକା ଉପରେ ଛାଇ ଦେଖନ୍ତି । କିଛି ଦିନ ପୂର୍ବେ ହଷ୍ଟେଲରେ କେହିଁ ପ୍ରବେଶ କରିଥିଲେ । ଯାହାଙ୍କୁ କିଛି ଝିଅ ଦୌଡ଼ିବା ସମୟରେ ଦେଖିଥିଲେ । ଭୟଭୀତ ଝିଅମାନେ ହଷ୍ଟେଲ ହଲରେ ଏକାଠି ହୋଇଥିଲେ ।

ହଷ୍ଟେଲ ୱାର୍ଡେନ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟର୍ଚ୍ଚ ଆଲୋକରେ ଖୋଜାଖୋଜି କରିଥିଲା । କିନ୍ତୁ କିଛି ପାଇ ନଥିଲା । ହଷ୍ଟେଲରେ ରହୁଥିବା ଝିଅମାନେ ଅଜବ ଦୃଶ୍ୟ ଦେଖିବା ପରେ ଭୟଭୀତ ହୁଅନ୍ତି । ଛାତ୍ରୀମାନେ କୁହନ୍ତି ଯେ, ରାତିରେ କେହି ଆସନ୍ତି । ଯାହାର ଛାୟା ଦେଖାଯାଇ ଥାଏ । ସେ ଝରକା ଗ୍ଲାସକୁ ଠକ୍ ଠକ୍ କରିଥାଏ । ସେଠାରୁ ରୁମ ଭିତରକୁ ଦେଖନ୍ତି । ଝିଅମାନଙ୍କୁ ଭୟଭୀତ କରି ଚାଲିଯାଏ । 

ଅଧିକ ପଢ଼ନ୍ତୁ:-ମହିଳା ପ୍ରଧାନ ଶିକ୍ଷୟତ୍ରୀ ଓ ଶିକ୍ଷକ ସ୍କୁଲରେ ଗଢ଼ିଲେ ଶାରୀରିକ ସମ୍ପର୍କ, ଉଭୟ ବରଖାସ୍ତ

ଅଧିକ ପଢ଼ନ୍ତୁ:-ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍ ମଧ୍ୟରେ ଏହି ଖରାପ ଖବର ଭାଙ୍ଗିଲା ପ୍ରଶଂସକଙ୍କ ହୃଦୟ, ଏହି ଖତରନାକ୍ ଖେଳାଳି ହଠାତ୍ ପୁରା ସିରିଜରୁ ହେଲେ ବାହାର!

ଅଧିକ ପଢ଼ନ୍ତୁ:-ଏହି ମହିଳାଙ୍କୁ ନିଜ ପୁଅ କଲା ଗର୍ଭବତୀ, ଦେଇସାରିଛି ସନ୍ତାନକୁ ଜନ୍ମ; ବାହାଘର ପାଇଁ ଛାଡ଼ିଥିଲେ ସ୍ୱାମୀଙ୍କ ସାଥ୍!

ସମାନ ଘଟଣା ରାତି ପ୍ରାୟ ୪ଟା ସମୟରେ ଦୀପାବଳିରେ ଘଟିଥିଲା ।​ ତା’ପରେ ଆମେ କୌଣସି ବିଶେଷ ଧ୍ୟାନ ଦେଇନାହୁଁ । କିନ୍ତୁ ବର୍ତ୍ତମାନ ଏହି ପ୍ରକ୍ରିୟା ଗତ ୧୦ ଦିନ ଧରି ଚାଲିଛି । ଏହି ସମସ୍ୟା ସମ୍ପର୍କରେ ହଷ୍ଟେଲର  ଛାତ୍ରୀମାନେ ଖଣ୍ଡୱା ଆଦିବାସୀ ବ୍ୟାପାର ବିଭାଗରେ ପୋଷ୍ଟ ହୋଇଥିବା ଆସିଷ୍ଟାଣ୍ଟ କମିଶନରଙ୍କ ନିକଟରେ ଅଭିଯୋଗ ଆବେଦନ କରିବାକୁ ପହଞ୍ଚିଥିଲେ ବୋଲି ୱାର୍ଡେନ କହିଛନ୍ତି ।