2024 ନୂଆବର୍ଷରେ ନିଅନ୍ତୁ ବିଏସଏନଏଲର ଏହି ପ୍ଲାନ, ବର୍ଷେ ଯାଏଁ ଟେନସନ୍ ଫ୍ରି
Advertisement
Article Detail0/zeeodisha/odisha2028780

2024 ନୂଆବର୍ଷରେ ନିଅନ୍ତୁ ବିଏସଏନଏଲର ଏହି ପ୍ଲାନ, ବର୍ଷେ ଯାଏଁ ଟେନସନ୍ ଫ୍ରି

BSNL Long Validity Prepaid Plans: ମାତ୍ର ଦିନ କେଇଟା ପରେ ଆସୁଛି ନୂଆ ବର୍ଷ । ସେଥିପାଇଁ ବିଭିନ୍ନ କମ୍ପାନି ବିଭିନ୍ନ ପ୍ରକାରର ଅଫର ଗ୍ରାହକମାନଙ୍କୁ ଦେଉଛନ୍ତି । ଏହି କ୍ରମରେ ଆମେ ଆଜି ଆପଣଙ୍କୁ ଜଣାଇବୁ ବିଏସଏନଏଲର କିଛି ଖାସ୍ ପ୍ଲାନ୍ ବିଷୟରେ । ଯାହା ବର୍ଷେ ପର୍ଯ୍ୟନ୍ତ ଆପଣଙ୍କୁ ରିଚାର୍ଜ କରିବା ଚିନ୍ତାରୁ ମୁକ୍ତି ଦେବ ।

2024 ନୂଆବର୍ଷରେ ନିଅନ୍ତୁ ବିଏସଏନଏଲର ଏହି ପ୍ଲାନ, ବର୍ଷେ ଯାଏଁ ଟେନସନ୍ ଫ୍ରି

BSNL Long Validity Prepaid Plans: ବର୍ତ୍ତମାନ ଟେଲିକମ କମ୍ପାନି ଗୁଡିକ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଚାଲିଛି । ଗ୍ରାହକଙ୍କୁ ସୁହାଇବା ତଥା ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି ଟେଲିକମ କମ୍ପାନି (Telecom Company)। ଆଜି ଆସନ୍ତୁ ଜାଣିବା ଆପଣ ବର୍ଷେ ପାଇଁ ବିଏସଏନଏଲର କେଉଁ ପ୍ଲାନ୍ ନେଲେ ଆପଣଙ୍କୁ ବର୍ଷେ ଭିତରେ ଆଉ ବାରମ୍ୱାର ରିଚାର୍ଜ କରିବାକୁ ପଡିବ ନାହିଁ ।

ବିଏସଏନଏଲର ୧୯୯୯ ଟଙ୍କା ପ୍ଲାନ୍
ବିଏସଏନଏଲର ୧୯୯୯ (BSNL 1999 Pack) ଟଙ୍କା ରିଚାର୍ଜ ପ୍ଲାନର ବୈଧତା ରହିଛି ୩୬୫ ଦିନ (365 days validity) ଅର୍ଥାତ ଗୋଟିଏ ବର୍ଷ । ଏହି ପ୍ଲାନ ଆପଣ ନେବା ପରେ ଆପଣଙ୍କୁ ୬୦୦ ଜିବି ଇଣ୍ଟରନେଟ୍ ସୁବିଧା ମିଳିବ । ଏଥି ସହିତ ଆପଣ ଅସୀମିତି ଭଏସ କଲିଂର ଲାଭ ଉଠାଇ ପାରିବେ । କେବଳ ସେତିକି ନୁହେଁ ଏହି ପ୍ଲାନରେ ଆପଣ ୧୦୦ ଏସଏମଏସ (sms) ମାଗଣାରେ ପଠାଇପାରିବେ ।

ବିଏସଏନଏଲର ୨୩୯୯ ଟଙ୍କା ପ୍ଲାନ
ଯଦି ଆପଣ ନିଜ ପ୍ରିପେଡ୍ ବିଏସଏନଏଲ ନମ୍ୱରରେ ୨୩୯୯ ଟଙ୍କା ପ୍ଲାନ୍ (BSNL 2399 Recharge plan) ରିଚାର୍ଜ କରନ୍ତି ତେବେ ଏଥିରେ ଆପଣ ଅସୀମିତ ଭଏସ୍ କଲିଂ (Voice calling) ସେବା ପାଇପାରିବେ । ଏଥିସହିତ ୧୦୦ ଏସଏମଏସ ପଠାଇବାର ଲାଭ ଆପଣ ପାଇପାରିବେ । ଯଦି ଆପଣ ଇଣ୍ଟରନେଟ୍ ବ୍ୟବହାରକାରୀ ତେବେ ଏହି ପ୍ଲାନରେ ଆପଣଙ୍କୁ ବିଶେଷ ଲାଭ ମିଳିବ । କାରଣ ପ୍ରତ୍ୟକଦିନ ଆପଣଙ୍କୁ ୨ଜିବି ଇଣ୍ଟରନେଟ୍ ସୁବିଧା ମିଳିବ ।

ବିଏସଏନଏଲର ୨୯୯୯ ଚଙ୍କା ପ୍ଲାନ୍
ଏହି ରିଚାର୍ଜ ପ୍ଲାନରେ ଆପଣଙ୍କୁ ବର୍ଷେଠାରୁ ଯଥେଷ୍ଟ ଅଧିକ ସମୟ ପର୍ଯ୍ୟନ୍ତ ଲାଭ ମିଳିବ । କାରଣ ୨୯୯୯ ଟଙ୍କା ରିଚାର୍ଜ (BSNL 2999 Pack) କଲେ ଆପଣ ୩୯୫ ଦିନ (395 days validity) ଅର୍ଥାତ ପାଖାପାଖି ୧୩ ମାସ ପର୍ଯ୍ୟନ୍ତ ଜବରଦସ୍ତ ଲାଭ ଉଠାଇପାରିବେ । ଏହି ପ୍ଲାନରେ ଗ୍ରାହକମାନଙ୍କୁ ମାଗଣା କଲିଂ ସହିତ ପ୍ରତ୍ୟକ ଦିନ ୩ଜିବି ଲେଖାଏଁ ଡାଟା ମିଳିବ । ଯେଉଁମାନେ ମୋବାଇଲରେ ଅଧିକ ଇଣ୍ଟରନେଟ୍ (internet) ଆବଶ୍ୟକ କରନ୍ତି ସେମାନଙ୍କ ପାଇଁ ଏହା ବେଶ୍ ଉପଯୋଗୀ । କେବଳ ସେତିକି ନୁହେଁ ଏହି ପ୍ଲାନରେ ଆପଣ ୧୦୦ ଏସଏମଏସର ସୁବିଧା ମଧ୍ୟ ପାଇପାରିବେ । ଏହି ମୂଲ୍ୟରେ ଜିଓ ଦୈନିକ ୨.୫ଜିବି ଡାଟା (2.5gb data) ପ୍ରଦାନ କରୁଥିବା ସମୟରେ ବିଏସଏନଏଲ ଅଧିକ ଡାଟା ପ୍ରଦାନ କରୁଛି । କିନ୍ତୁ ଫରକ ଏତିକି ଯେ, ଜିଓ ଗ୍ରାହକ ୫ଜି ଲାଭ ପାଉଛନ୍ତି ।

ଆଜି ଆପଣ ଜାଣିଲେ ବିଏସଏନଏଲର ୩ଟି ୧ ବର୍ଷ ବୈଧତା ବିଶିଷ୍ଟ ଯୋଜନା ଯାହା ଆପଣଙ୍କୁ ବର୍ଷେ ପର୍ଯ୍ୟନ୍ତ ରିଚାର୍ଜ କରିବା ଚିନ୍ତାରୁ ଦୂରେଇ ରଖିବ । ତେବେ କେଉଁ ପ୍ଲାନଟି ଆପଣଙ୍କ ପାଇଁ ଠିକ୍ ଓ ଆବଶ୍ୟକୀୟ ସେହି ହିସାବରେ ଆପଣ ପ୍ଲାନ ଚୟନ କରନ୍ତୁ । ତେବେ ଆପଣଙ୍କୁ କହିରଖୁଛୁ ଯେ, ଯଦି ଆପଣ ୩୩୬ ଦିନର ବୈଧତା (336 day validity) ସହିତ ପ୍ଲାନ ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ୧୪୯୯ (BSNL 1499 Pack) ଟଙ୍କାର ପ୍ଲାନ ଖୁବ ଲାଭପ୍ରଦ । ଏହି ପ୍ଲାନରେ ଆପଣ ଅସୀମିତ ଭଏସ କଲିଂ ସହିତ ୨୪ ଜିବି ଡାଟା ପାଇପାରିବେ । ଏଥିସହିତ ଆପଣଙ୍କୁ ୧୦୦ ଏସଏମଏସ ସୁବିଧା ମଧ୍ୟ ମିଳିବ ।

Also Read- Covid-19 JN1 Cases: କର୍ଣ୍ଣାଟକରେ ୩ ମୁଣ୍ଡ ନେଲା କରୋନାର ନୂଆ ଭାରିଆଣ୍ଟ, କେରଳ ସ୍ଥିତି ସଙ୍ଗିନ୍

Also Read- ପୋଲିସକୁ ଗାଳିଗୁଲଜ କରି ଓଲିଉଡ ଅଭିନେତା ବିରଞ୍ଚି ଗିରଫ ପରେ କୋର୍ଟ ଚାଲାଣ