ଅଜବ କାଣ୍ଡ: ନିବସ୍ତ୍ର ହୋଇ ହିନ୍ଦୁ ମନ୍ଦିରକୁ ପ୍ରବେଶ କଲେ ଜର୍ମାନ ଯୁବତୀ
Advertisement

ଅଜବ କାଣ୍ଡ: ନିବସ୍ତ୍ର ହୋଇ ହିନ୍ଦୁ ମନ୍ଦିରକୁ ପ୍ରବେଶ କଲେ ଜର୍ମାନ ଯୁବତୀ

Shocking Newsଏକ ହିନ୍ଦୁ ମନ୍ଦିରରେ ଜଣେ ଜର୍ମାନ ଯୁବତୀ  ଉଲଗ୍ନ ହୋଇ ପ୍ରବେଶ କରିଥିଲେ । ଖାଲି ଏତିକି ନୁହେଁ ମନ୍ଦିରରେ ପ୍ରବେଶ କରି ସେ ହଙ୍ଗମା ମଧ୍ଯ କରିଥିଲେ । ଏହି କାରଣରୁ, ଦୀର୍ଘ ସମୟ ଧରି ମନ୍ଦିରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । 

ସୌ(ସୋସିଆଲ ମିଡିଆ)

German tourist stripped naked inside Hindu temple: ଦୁନିଆରେ ଏମିତି ଅନେକ ଘଟଣା ଘଟିଥାଏ ଯାହାକୁ ଆଖିରେ ନଦେଖିଲେ ବିଶ୍ବାସ କରିହେବ ନାହିଁ । ସେହିପରି ବେଳେ ଏମିତି ବି କିଛି ଘଟଣା ଘଟିଥାଏ ଯାହା ସମସ୍ତଙ୍କୁ ଚକିତ କରିଥାଏ । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଇଣ୍ଡୋନେସିଆ ବାଲିରେ । ଆପଣ ଶୁଣି ଆର୍ଶ୍ଚଯ୍ୟ ହେବେ ଏଠାରେ ଜଣେ ମହିଳା ହଠାତ୍ ନିଜର ସମସ୍ତ ପୋଷାକ ଖୋଲି ନିବସ୍ତ୍ର ହୋଇ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଏହି ଘଟଣା ସମୟରେ ସେଠାରେ ଅନେକ ଲୋକ ଉପସ୍ଥିତ ଥିଲେ । ଏହାକୁ ନେଇ ସେଠାରେ ଉତ୍ତେଜନା ପରିସ୍ଥିତି ମଧ୍ଯ ଦେଖାଦେଇଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାଲିର ଏକ ହିନ୍ଦୁ ମନ୍ଦିରରେ ଜଣେ ଜର୍ମାନ ଯୁବତୀ  ଉଲଗ୍ନ ହୋଇ ପ୍ରବେଶ କରିଥିଲେ । ଖାଲି ଏତିକି ନୁହେଁ ମନ୍ଦିରରେ ପ୍ରବେଶ କରି ସେ ହଙ୍ଗମା ମଧ୍ଯ କରିଥିଲେ । ଏହି କାରଣରୁ, ଦୀର୍ଘ ସମୟ ଧରି ମନ୍ଦିରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଲଗ୍ନ ହୋଇ ଯୁବତୀ ଜଣଙ୍କ ମନ୍ଦିରରେ ବୁଲିବା ସହ ସେଠାରେ ଉପସ୍ଥିତ କର୍ମଚାରୀଙ୍କ ସହ ବଚସା ମଧ୍ଯ କରିଥିଲେ । ପରେ ଏନେଇ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ସେଠାରେ ପହଁଞ୍ଚି କୌଶଳକ୍ରମେ ମହିଳାଙ୍କୁ କାବୁ କରିନେଇଥିଲେ ।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଏହି ୨୮ ବର୍ଷୀୟ ଜର୍ମାନ ଯୁବତୀଙ୍କ ନାମ ଦର୍ଜା ଅଟେ । ମନ୍ଦିରକୁ ଆସିବା ପରେ ଯୁବତୀ ଜଣଙ୍କ ହଠାତ୍ ନିଜର ସମସ୍ତ ପୋଷାକ ଖୋଲିଥିଲେ । ଏହା ଦେଖି ସେଠାରେ ଥିବା ଲୋକେ ଆର୍ଶ୍ଚଯ୍ୟ ହୋଇଯାଇଥିଲେ । ସେ ଉଲଗ୍ନ ହୋଇ ମନ୍ଦିର ଭିତରକୁ ପ୍ରବେଶ ନେଇ ଚେଷ୍ଟା କରୁଥିଲେ । ସେଠାରେ ଥିବା କର୍ମଚାରୀ ତାଙ୍କୁ ଅଟକାଇଥିଲେ । ମନ୍ଦିର ଭିତରକୁ ବାରଣ କରାଯିବାରୁ ଯୁବତୀ ଜଣଙ୍କ ଉପସ୍ଥିତ ମନ୍ଦିର କର୍ମଚାରୀଙ୍କ ସହ ଝଗଡ଼ା କରିଥିଲେ । ପରେ ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ପବିତ୍ର ସ୍ଥାନରେ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ପୋଲିସ ଯୁବତୀଙ୍କୁ ଗିରଫ କରିଥିଲା । ସେପଟେ ହଠାତ୍ ଯୁବତୀ ଜଣଙ୍କ ଏପରି କଣ ପାଇଁ କଲେ ସେ ନେଇ ପୋଲିସର ପଚରାଉଚରା କରିବାରୁ ତାଙ୍କ ମାନସିକ ଅବସ୍ଥା ସଠିକ୍ ନଥିବା ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ଇଣ୍ଡୋନେସିଆ ଅଧିକାରୀମାନେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରୋଟୋକଲ ଅନୁସରଣ କରି ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିଲେ। ଏ ଘଟଣାକୁ ନେଇ ପୋଲିସ କହିଛି ଯେ, ଯୁବତୀ ରହୁଥିବା ହୋଟେଲରେ ମଧ୍ୟ ବିନା ପୋଷାକରେ ବୁଲୁଥିଲେ। ପୋଲିସ ମୁଖପାତ୍ର ଷ୍ଟିଫାନଙ୍କ କହିଛନ୍ତି, ମହିଳା କ୍ରୋଧି ସହ ଦୁଃଖରେ ଥିବା ଜଣାପଡୁଥିଲେ ।

ଏହା ବି ପଢନ୍ତୁ-Assam: ଶିକ୍ଷକଙ୍କୁ ପସନ୍ଦ ଆସିଲା ନାହିଁ ହେୟାରଷ୍ଟାଇଲ; ୩୦ ଛାତ୍ରଛାତ୍ରୀଙ୍କ ସହ କଲେ ଏଭଳି କାମ

ଏହା ବି ପଢନ୍ତୁ-Shocking News: ରାତାରାତି କୋଟିପତି ହୋଇଗଲେ ଦିନ ମଜୁରିଆ, ଜାଣନ୍ତୁ କେମିତି...

ତେବେ ଏହି ପୂରା ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଯୁବତୀ ଜଣଙ୍କ ମନ୍ଦିରର ନୃତ୍ୟଶିଳ୍ପୀଙ୍କ ନିକଟରେ ଉଲଗ୍ନ ଅବସ୍ଥାରେ ଥିଲେ । ପ୍ରଥମେ ସେ ଏପରି ଅବସ୍ଥାରେ ମନ୍ଦିର ଭିତରକୁ ଯିବାକୁ ଚେଷ୍ଟା କଲା, ଯେତେବେଳେ ତାଙ୍କୁ ବାରଣ କରାଯାଇଥିଲା ସେଠାରେ ଉପସ୍ଥିତ କର୍ମଚାରୀଙ୍କ ଯୁକ୍ତିତର୍କ କରି ମନ୍ଦିରର ବାହାର ପଟକୁ ଯାଇ ସେଠାରେ ସେ ହଙ୍ଗମା କରିଥିଲେ । ଏହି ଘଟଣା ପରେ ପୂଜାରୀ ମାନେ ମନ୍ଦିରର ଶୁଦ୍ଧିକରଣ କରିଥିଲେ ।

ଏହା ବି ପଢନ୍ତୁ-Shocking News: ଅତିରିକ୍ତ ଲଗେଜ୍ ଜରିମାନା ନ ଦେବା ପାଇଁ ଯୁବତୀ କରି ବସିଲେ ଏଭଳି କାମ; ଜାଣନ୍ତୁ ପୁରା ଘଟଣାକ୍ରମ