Jeet Adani Engagement: ଗୌତମ ଆଦାନୀଙ୍କ ପୁଅର ସରିଲା ନିର୍ବନ୍ଧ, ଏହି ରାଜକୁମାରୀ ପାଲଟିବେ...
Advertisement

Jeet Adani Engagement: ଗୌତମ ଆଦାନୀଙ୍କ ପୁଅର ସରିଲା ନିର୍ବନ୍ଧ, ଏହି ରାଜକୁମାରୀ ପାଲଟିବେ...

Jeet Adani Engagement: ଆଦାନୀ ଗ୍ରୃପର ଚେୟାରମ୍ୟାନ୍ ଗୌତମ ଆଦାନୀଙ୍କ(Gautam Adani) ସାନ ପୁଅ ଜିତ୍ ଆଦାନୀଙ୍କ ନିର୍ବନ୍ଧ (Jeet Adani Engagement) ହୋଇଛି । ଡିଭା ଜୈମିନ ଶାହାଙ୍କ (Diva Jaimin Shah) ସହ ଜିତଙ୍କ ନିର୍ବନ୍ଧ ହୋଇଛି । ଡିଭାଙ୍କ ପିତା ଜୈମିନ ଶାହା (Jaimin Shah) ହେଉଛନ୍ତି ଜଣେ ଜଣାଶୁଣା ହୀରା ବ୍ୟବସାୟୀ। ଚଳିତ ମାସ ୧୨ରେ ଗୁଜୁରାଟର ଅହମ୍ମଦାବାଦରେ ଉଭୟଙ୍କ ନିର୍ବନ୍ଧ ହୋଇଥିବା ଜଣାପଡିଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Jeet Adani Engagement: ଆଦାନୀ ଗ୍ରୃପର ଚେୟାରମ୍ୟାନ୍ ଗୌତମ ଆଦାନୀଙ୍କ(Gautam Adani) ସାନ ପୁଅ ଜିତ୍ ଆଦାନୀଙ୍କ ନିର୍ବନ୍ଧ (Jeet Adani Engagement) ହୋଇଛି । ଡିଭା ଜୈମିନ ଶାହାଙ୍କ (Diva Jaimin Shah) ସହ ଜିତଙ୍କ ନିର୍ବନ୍ଧ ହୋଇଛି । ଡିଭାଙ୍କ ପିତା ଜୈମିନ ଶାହା (Jaimin Shah) ହେଉଛନ୍ତି ଜଣେ ଜଣାଶୁଣା ହୀରା ବ୍ୟବସାୟୀ। ଚଳିତ ମାସ ୧୨ରେ  ଗୁଜୁରାଟର ଅହମ୍ମଦାବାଦରେ ଉଭୟଙ୍କ ନିର୍ବନ୍ଧ ହୋଇଥିବା ଜଣାପଡିଛି । ଏଥିରେ ଉଭୟଙ୍କ ପରିବାର ସଦସ୍ୟ ଓ ନିକଟତମ ବନ୍ଧୁ ଉପସ୍ଥିତ ଥିଲେ। ଏବଂ ବହୁ ନାମୀଦାମୀ ଲୋକେ ଯୋଗ ଦେଇଥିଲେ। ତେବେ, ଏହି ନିର୍ବନ୍ଧର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫଟୋରେ ଉଭୟ ଖୁବ୍ ସୁନ୍ଦର ଦିଶୁଛନ୍ତି । ଜିତ୍ ଏକ କୁର୍ତ୍ତା ସହ ଜ୍ୟାକେଟ ପିନ୍ଧିଥିବା ବେଳେ ଡିଭା ଏକ ହାଲକା ଅରେଞ୍ଚ କର୍ଲରର ଲେହେଙ୍ଗା ପିନ୍ଧିଛନ୍ତି । 

ଆଦାନୀ ଗ୍ରୁପରେ ଜିତ୍ ବଡ ଦାୟିତ୍ବ ପରିଚାଳନା କରୁଛନ୍ତି: ଜିତ୍ ଆଦାନୀ ପେନସିଲଭାନିଆ ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଆପ୍ଲାଏଡ୍ ସାଇନ୍ସ ୟୁନିଭରସିଟିରୁ(University of Pennsylvania School of Engineering and Applied Science) ଅଧ୍ୟୟନ ସମାପ୍ତ କରିଛନ୍ତି । ଏହା ପରେ ସେ ୨୦୧୯ ରେ ଆଦାନୀ ଗ୍ରୁପରେ ଯୋଗ ଦେଇଥିଲେ ଏବଂ ବର୍ତ୍ତମାନ ସେ ଆଦାନୀ ଗ୍ରୃପର ଭାଇସ୍ -ପ୍ରେସିଡେଣ୍ଟ ପଦରେ ଅଛନ୍ତି। ଆଦାନୀ ଗ୍ରୁପର ୱେବସାଇଟ୍ ଅନୁଯାୟୀ, ଜିତ୍ ଗ୍ରୁପ୍ ର (CFO) ସିଏଫଓ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ଏ-ହି ସମୟରେ ସେ ଷ୍ଟ୍ରାଟେଜିକ୍ ଫାଇନାନ୍ସ, କ୍ୟାପିଟାଲ ମାର୍କେଟସ୍ ଏବଂ ରିସ୍କ ଏବଂ ଗଭର୍ନାନ୍ସ ପଲିସି ଭଳି ଦାୟିତ୍ବ ତୁଲାଉଥିଲା। 

Also Read : Chaitra Navratri 2023: ଚୈତ୍ର ନବରାତ୍ରୀରେ ଘଟିବ ଏହି ମହାସଂଯୋଗ, ଜାଣନ୍ତୁ ପୂଜା ଓ ଘଟସ୍ଥାପନର ସମୟ

Also Read :  Chaitra Navratri 2023: ଚୈତ୍ର ନବରାତ୍ରୀରୁ ଏହି ୪ ରାଶିଙ୍କ ଭାଗ୍ୟରେ ଲାଗିବ ଲଟେରୀ, ହେବେ ମାଲାମାଲ୍

ବର୍ତ୍ତମାନ, ଜିତ୍ ଆଦାନୀ ଗ୍ରୁପ୍ ର ବିମାନବନ୍ଦର ବ୍ୟବସାୟ ତଥା ଆଦାନୀ ଡିଜିଟାଲ୍ ଲ୍ୟାବ୍ ବ୍ୟବସାୟର ଦାୟିତ୍ବ ନେଇଛନ୍ତି । ଗ୍ରାହକଙ୍କ ପାଇଁ ଏକ ସୁପର ଆପ୍ ତିଆରି କରିବା ପାଇଁ ଆଦାନୀ ଡିଜିଟାଲ୍ ଲ୍ୟାବ୍ କାମ କରୁଛି । ଗୌତମ ଆଦାନୀଙ୍କ ବଡ ପୁଅ ହେଉଛନ୍ତି କରନ୍ । (Cyril Shroff) ସ୍ରିଲ୍ ସରାଫଙ୍କ ଝିଅ ପରିଧି ସରାଫଙ୍କୁ ବିବାହ କରିଛନ୍ତି କରନ୍ । କରଣ  ଆଦାନୀ ପୋର୍ଟସ ଆଣ୍ଡ ସେଜ୍ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ଏବଂ ଆଦାନୀ ବିମାନବନ୍ଦର ହୋଲ୍ଡିଂ ଲିମିଟେଡର ନିର୍ଦ୍ଦେଶକ ଅଛନ୍ତି।

Also Read : Krishna Mukherjee's Wedding Pics: ହାତକୁ ଦି ହାତ ହେଲେ ‘ୟେ ହେ ମହବତୈଁ’ ଫେମ୍‌ କୃଷ୍ଣା ମୁଖାର୍ଜୀ

Also Read : HBD Aamir Khan: ଗାଧୋଇବାକୁ ପସନ୍ଦ କରନ୍ତି ନାହିଁ "MR PERFECT", ଜାଣନ୍ତୁ ଏହା ପଛର ବଡ଼ କାରଣ