Saeed Anwar: 'ସମସ୍ତ ହିନ୍ଦୁ ହେଉଛି ଶୈତାନ, ଶୈତାନ ହିନ୍ଦୁ ଠାରୁ ପଳାୟନ କଲା ଆଜାନ'
Advertisement
Article Detail0/zeeodisha/odisha1598654

Saeed Anwar: 'ସମସ୍ତ ହିନ୍ଦୁ ହେଉଛି ଶୈତାନ, ଶୈତାନ ହିନ୍ଦୁ ଠାରୁ ପଳାୟନ କଲା ଆଜାନ'

Saeed Anwar Viral Video:  ପାକିସ୍ତାନୀ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସଇଦ ଅନୱାର ହିନ୍ଦୁଙ୍କୁ ସୈତାନ ବୋଲି କହିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପାକିସ୍ତାନୀ କ୍ରିକେଟର ଜଣଙ୍କ ମୁସଲିମ ଅନୁଗାମୀଙ୍କ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉଲ୍ଲେଖ କରିବା ବେଳେ ଏପରି କଥା କହିଥିଲେ।

Saeed Anwar: 'ସମସ୍ତ ହିନ୍ଦୁ ହେଉଛି ଶୈତାନ, ଶୈତାନ ହିନ୍ଦୁ ଠାରୁ ପଳାୟନ କଲା ଆଜାନ'

Saeed Anwar Described Hindu As Shaitan: ଗୋଟିଏ ପଟେ ଦେଶରେ ସୃଷ୍ଟି ହୋଇଥିବା ଆର୍ଥିକ ସଂକଟ ପାଇଁ ବିଶ୍ୱ ସମୁଦାୟ ପାଖରୁ ସାହାଯ୍ୟ ପାଇଁ ପାକିସ୍ତାନ ନେହୁରା ହେଉଛି। ଅନ୍ୟପକ୍ଷରେ ପାକିସ୍ତାନୀ  ନେତା ଭାରତ ବିରୋଧୀ ଘୃଣ୍ୟ ଭାଷଣ ଦେବା କିମ୍ବା ବୟାନବାଜି କରିବାରୁ ଦୂରେଇ ରହୁନାହାଁନ୍ତି। ଦେଶରେ ସୃଷ୍ଟି ହୋଇଥିବା ଆର୍ଥିକ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଅନେକ ପାକିସ୍ତାନୀ ସେଲିବ୍ରିଟି ଭାରତ ଏବଂ ଭାରତୀୟଙ୍କୁ ପରିହାସ ଏବଂ ଅଟ୍ଟହାସ୍ୟ କରୁଥିବାର ଦେଖିବାକୁ ମିଳିଛି। ପାକିସ୍ତାନୀ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସଇଦ ଅନୱାର ମଧ୍ୟ ଏବେ ଭାରତ ବିରୋଧୀ ବୟାନବାଜି କରି ଚର୍ଚ୍ଚାକୁ ଆସିଛନ୍ତି।

ପାକିସ୍ତାନୀ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସଇଦ ଅନୱାର ହିନ୍ଦୁଙ୍କୁ ସୈତାନ ବୋଲି କହିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପାକିସ୍ତାନୀ କ୍ରିକେଟର ଜଣଙ୍କ ମୁସଲିମ ଅନୁଗାମୀଙ୍କ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉଲ୍ଲେଖ କରିବା ବେଳେ ଏପରି କଥା କହିଥିଲେ। ଏହି କାର୍ଯ୍ୟକ୍ରମରେ ସଇଦ ଅନୱାର ହିନ୍ଦୁଙ୍କ ବିରୋଧରେ ଘୃଣ୍ୟ ଭାଷଣ ଦେଇଥିଲେ। ଯାହାର ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଏହା କହୁଥିବାର ଶୁଣିବାକୁ ମିଳୁଛି ଯେ, ମୁସଲମାନଙ୍କ ଧାର୍ମିକ ପ୍ରାର୍ଥନା ଅଜାନ ମଧ୍ୟ ସୈତାନ ହିନ୍ଦୁଙ୍କ ଠାରୁ ପଳାୟନ କରିଛି। ଏହା ସହିତ ସେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୈତାନ ବୋଲି କହୁଥିବାର ଶୁଣିବାକୁ ମିଳୁଛି।

ସଇଦ ଅନୱାରଙ୍କ ଏହି ଭିଡ଼ିଓ ପାକିସ୍ତାନ ଅନଟୋଲ୍ଡ ନାମକ ଟ୍ୱିଟର ହ୍ୟାଣ୍ଡେଲ ଦ୍ୱାରା ପୋଷ୍ଟ କରାଯାଇଛି। ଯେଉଁଥିରେ ପାକିସ୍ତାନୀ କ୍ରିକେଟର ଜଣଙ୍କ କହୁଛନ୍ତି ଯେ, "ସେ ହେଉଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ... ଯିଏ ଆଜାନ ହେବା ସମୟରେ ମାଇକ ତଳେ ପକାଇ ଦେଇ ତାଙ୍କ ଭାଷଣ ବନ୍ଦ କରିଦେଇଛନ୍ତି। ସେ ସଦଭାବନା ଦେଖାଉଥିଲେ। ହେଲେ ଆପଣ ଆଜାନ ପାଇଁ କେତେ ଥର ନିଜର ଭାଷଣ ବନ୍ଦ କରିଦେଲେ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆପଣ ସୈତାନ ପ୍ରବଣ ହିନ୍ଦୁ ହୋଇ ରହିବେ। ଆଜାନ ମଧ୍ୟ ସୈତାନ ହିନ୍ଦୁଙ୍କ ଠାରୁ ଦୂରେଇ ଯାଇଥିଲା। " ଏହି ଭିଡ଼ିଓ ସେତେବେଳର ସମୟରେ ଆସିଛି, ଯେତେବେଳେ ପାକିସ୍ତାନ ଗୁରତୁର ଆର୍ଥିକ ଏବଂ ଖାଦ୍ୟ ସଂକଟ ଭଳି ସମସ୍ୟାର ସାମ୍ନା କରୁଛି। ସଇଦ ଅନୱାରଙ୍କ ଭିଡ଼ିଓ ଭାଇରାଲ ହେବା ପରେ ଅନେକ ସୋସିଆଲ ମିଡ଼ିଆ ୟୁଜର ତାଙ୍କୁ ଜବାବ ଦେଇଛନ୍ତି। 

Also Read: 'ହିନ୍ଦୁଙ୍କ ମଧ୍ୟରେ ପାକିସ୍ତାନୀ ଖେଳାଳି ନମାଜ ପଢିବା T20 ମ୍ୟାଚରେ ମୋର ପସନ୍ଦଯୋଗ୍ୟ ଅଂଶ ଥିଲା'

ଗୁଜୁରାଟ ନିର୍ବାଚନ ସମୟରେ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ କିଛି ମୁସଲମାନ ନେତାଙ୍କ ଦ୍ୱାରା ଦିଆଯାଇଥିବା ଟୋପି ପିନ୍ଧିବାକୁ ମନା କରିଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜୁରାଟ ଠାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ସମୟରେ ନିକଟସ୍ଥ ମସଜିଦରୁ 'ଆଜାନ' ଶୁଣିବା ପରେ ନିଜ ଭାଷଣକୁ ସ୍ଥଗିତ ରଖି ଦେଇଥିଲେ ପ୍ରଧାନମନ୍ତ୍ରୀ। ସେହିଭଳି ଗତ ବର୍ଷ  ଜାମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ଏକ ମସଜିଦରେ 'ଆଜାନ' ଚାଲିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ତାଙ୍କ ଭାଷଣକୁ ବନ୍ଦ କରି ଦେଇଥିଲେ।