Former Mla Ramamurthy Gamango: ୨୮ ବର୍ଷ ପରେ ଆସିଲା ରାୟ, ପୂର୍ବତନ ଗୁଣପୁର ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ, ଜାଣନ୍ତୁ କ'ଣ ରହିଛି ପୂରା ମାମଲା?
Advertisement
Article Detail0/zeeodisha/odisha1752723

Former Mla Ramamurthy Gamango: ୨୮ ବର୍ଷ ପରେ ଆସିଲା ରାୟ, ପୂର୍ବତନ ଗୁଣପୁର ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ, ଜାଣନ୍ତୁ କ'ଣ ରହିଛି ପୂରା ମାମଲା?

Former Mla Ramamurthy Gamango: ଜେଲରେ ଚକି ପେଶିବେ ପୂର୍ବତନ ବିଧାୟକ ବାବୁ (Former Mla Ramamurthy Gamango) ! ପତ୍ନୀ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ରାୟଗଡା ଜିଲ୍ଲା ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ (Ramamurthy Gamango convicted) ଦୋଷୀ ସାବ୍ୟସ୍ତ କରିଛନ୍ତି ଭୁବନେଶ୍ୱରର ସ୍ପେଶାଲ କୋର୍ଟ (Bhubaneswar Special Court) । ପଢନ୍ତୁ ପୂରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Former Mla Ramamurthy Gamango: ଜେଲରେ ଚକି ପେଶିବେ ପୂର୍ବତନ ବିଧାୟକ ବାବୁ(Former Mla Ramamurthy Gamango) ! ପତ୍ନୀ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ରାୟଗଡା ଜିଲ୍ଲା ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ (Ramamurthy Gamango convicted)  ଦୋଷୀ ସାବ୍ୟସ୍ତ କରିଛନ୍ତି ଭୁବନେଶ୍ୱରର ସ୍ପେଶାଲ କୋର୍ଟ (Bhubaneswar Special Court) । ପତ୍ନୀ ହତ୍ୟାକାଣ୍ଡର ୨୮ ବର୍ଷ (28 Year) ପରେ ରାୟ ଶୁଣାଇଛନ୍ତି କୋର୍ଟ । ଆସନ୍ତା ମଙ୍ଗଳବାର ରାମମୂର୍ତ୍ତିଙ୍କ (Former Gunupur MLA Ramamurthy Gamango) ବିରୋଧରେ ଦଣ୍ଡାଦେଶ ଶୁଣାଇବେ କୋର୍ଟ। ପଢନ୍ତୁ ପୂରା ରିପୋର୍ଟ...

Also Read: Sunday Remedies: ରବିବାର କରନ୍ତୁ ଏହି ୫ଟି ଉପାୟ, ହେବ ବିଗିଡି ଯାଇଥିବା କାମ, ଧନର ବର୍ଷା କରିବେ ମାଆ ଲକ୍ଷ୍ମୀ!

Also Read: Horoscope Today 25 June 2023: ଏହି ୩ ରାଶିଙ୍କୁ ରହିବାକୁ ପଡ଼ିବ ସାବଧାନ! ଜାଣନ୍ତୁ କେମିତି କଟିବ ଆପଣଙ୍କ ରବିବାର

କ'ଣ ଥିଲା ପୂରା ଘଟଣାକ୍ରମ?
୧୯୯୫ ଅଗଷ୍ଟ ୨୯ରେ ରାମମୂର୍ତ୍ତି ଗମାଙ୍ଗଙ୍କ ସ୍ତ୍ରୀ ଶଶୀରେଖାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଖାରବେଳନଗରସ୍ଥିତ ଏମ୍‌ଏଲ୍‌ଏ କଲୋନୀରେ ଥିବା ସରକାରୀ ଘରୁ ଶଶୀରେଖାଙ୍କ ପୋଡ଼ା ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣା ଦିନ ୧୦ଟା ୪୫ ମିନିଟ୍‌ରେ ରାମମୂର୍ତ୍ତି ପୋଲିସକୁ ଖବର ଦେଇଥିଲେ ଯେ, ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ତେବେ ଘଟଣାର ତଦନ୍ତ ବେଳେ ଏହା ଆତ୍ମହତ୍ୟା ନୁହେଁ ବରଂ ସୁଚିନ୍ତିତ ହତ୍ୟା ବୋଲି ପୋଲିସ ଜାଣିବା ସହ ଗମାଙ୍ଗଙ୍କର ଏହି ଘଟଣାରେ ସଂପୃକ୍ତି ଥିବା କଥା ସାମ୍ନାକୁ ଆସିଥିଲା। ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। 

Also Read: Rath Yatra 2023: ଏହି ଦିନ ଅପରାହ୍ନ ୫ଟାରୁ ଦର୍ଶନ ବନ୍ଦ, ଦିନରେ ଦେବ ଶ୍ରୀଜିଉଙ୍କୁ ‘ସନ୍ଧ୍ୟା ଦର୍ଶନ’

Also Read:  Khorda News: ଲଭ୍ ଜିହାଦ୍ ର କରୁଣ ପରିଣତି! ଝିଅ ପରେ ଜୀବନ ହାରିଲା ବାପା

Also Read: Lipsa Mishra: ଫ୍ୟାନ୍ସଙ୍କ ମନ କିଣେ ଲିପ୍ସାଙ୍କ ଟ୍ରାଡି଼ସନାଲ ଲୁକ୍, ଦେଖନ୍ତୁ ଫଟୋ

ସେହି ଆଧାରରେ ପୋଲିସ ଏହି ଘଟଣାରେ ପ୍ରଥମେ ଅପମୃତ୍ୟୁ ରୁଜୁ କରିଥିଲା।  ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟା ମାମଲା ରୁଜୁ କରି ପୋଲିସ୍ ସ୍ୱାମୀ ରାମମୂର୍ତ୍ତି ଗମାଙ୍ଗଙ୍କୁ ଗିରଫ କରି ଝାରପଡା ଜେଲକୁ ପଠାଇ ଦେଇଥିଲା। ଏହାପରେ ହାଇକୋର୍ଟରୁ ଜାମନ ପାଇ ଜେଲରୁ ମୁକୁଳି ଥିଲେ ରାମମୂର୍ତ୍ତି। କିନ୍ତୁ, ଶନିବାର ଦିନ ଭୁବନେଶ୍ୱରର ଅତିରିକ୍ତ ସେସନ୍‌ସ ଜଜ୍‌ କୋର୍ଟ  ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୫ ଟି ଦସ୍ତାବିଜ ଆଧାରରେ ପୂର୍ବତନ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ରାୟ ଆସିବା ପରେ ଛାନିଆ ହୋଇ ଯାଇଛନ୍ତି ପୂର୍ବତନ ବିଧାୟକ । ଏହି ଘଟଣାରେ ଆସନ୍ତା ମଙ୍ଗଳବାର ରାମମୂର୍ତ୍ତିଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇବେ କୋର୍ଟ ବୋଲି ଜଣାପଡିଛି। ରାୟଗଡ଼ାରୁ ୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରାମମୂର୍ତ୍ତି ଗମାଙ୍ଗ। ପୂର୍ବରୁ ସେ ବିଜେଡିରେ ଥିବାବେଳେ ପରେ ସେ ବିଜେପିରେ ଯୋଗ ଦେଇଥିଲେ ।

Also Read: Jasprit Bumrah Update: ପ୍ରଶଂସକଙ୍କ ପାଇଁ ଖୁସି ଖବର; ଜସପ୍ରୀତ ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଆସିଲା ବଡ ଅପଡେଟ୍, ଏହି ଦିନ ଟିମ୍ ଇଣ୍ଡିଆରେ ହେବେ ସାମିଲ

Also Read: Pujara vs Virat: ବିସିସିଆଇର ପାତର ଅନ୍ତର! କୋହଲିଙ୍କ ପରି ସମାନ ପଦର୍ଶନ କରିବା ସତ୍ତ୍ୱେ ମଧ୍ୟ ଦଳରୁ କାହିଁକି ବାଦ ପଡିଲେ ପୂଜାରା?