Flight Service Disruption: କେବଳ କୁହୁଡ଼ି ନୁହେଁ ଏହି ୩ କାରଣରୁ ବଢୁଛି ଯାତ୍ରୀଙ୍କ ସମସ୍ୟା
Advertisement
Article Detail0/zeeodisha/odisha2064228

Flight Service Disruption: କେବଳ କୁହୁଡ଼ି ନୁହେଁ ଏହି ୩ କାରଣରୁ ବଢୁଛି ଯାତ୍ରୀଙ୍କ ସମସ୍ୟା

Fog Flight Delhi: ଶୀତ ଋତୁରେ ହେଉଥିବା କୁହୁଡ଼ି କାରଣରୁ ବିମାନ ସେବା ଅନେକାଂଶରେ ପ୍ରଭାବିତ ହୋଇଛି। କେବଳ କୁହୁଡ଼ି ନୁହେଁ ଅନ୍ୟ ୩ କାରଣରୁ ମଧ୍ୟ ବିମାନ ଯାତ୍ରୀଙ୍କ ସମସ୍ୟା ବଢିଯାଇଛି।

Flight Service Disruption: କେବଳ କୁହୁଡ଼ି ନୁହେଁ ଏହି ୩ କାରଣରୁ ବଢୁଛି ଯାତ୍ରୀଙ୍କ ସମସ୍ୟା

Flight Services Disrupted due to Fog in Delhi: ବିଗତ କିଛି ଦିନ ହେବ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୁହୁଡ଼ି କାରଣରୁ ବିମାନ ସେବା ବାଧାପ୍ରାପ୍ତ ହୋଇଥିବାର ଖବର ଆସୁଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କ'ଣ କେବଳ କୁହୁଡ଼ି କାରଣରୁ ବିମାନ ସେବା ବାଧାପ୍ରାପ୍ତ ହେଉଛି କି ସେ ନେଇ ପ୍ରଶ୍ନ ଉଠୁଛି। ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଦେଶର ଏକ ପ୍ରମୁଖ ବିମାନ ଚଳାଚଳ କେନ୍ଦ୍ର ଭାବେ ଜଣାଶୁଣା।  ହେଲେ ଶୀତ ଦିନେ ଯେତେବେଳେ ଘନ କୁହୁଡ଼ି ହୁଏ, ସେତେବେଳେ ଦିଲ୍ଲୀ ସମେତ ଅନ୍ୟାନ୍ୟ ବିମାନବନ୍ଦରରେ ବିମାନ ସେବାରେ ବାଧା ଉପୁଜିଥାଏ। ବର୍ତ୍ତମାନ ଅନେକ ସହରରେ ବିମାନ ସେବା ସମୟରେ ବିଳମ୍ବ, ଦିଗ ପରିବର୍ତ୍ତନ ଏବଂ କମ୍ ଦୃଶ୍ୟମାନତା କାରଣରୁ ପ୍ରଭାବିତ ହୋଇଛି। ଚଳିତ ବର୍ଷ ଶୀତ ତୁରେ ବିମାନ ସେବାରେ ଅସୁବିଧା କେବଳ ପାଗ କାରଣରୁ ହୋଇନାହିଁ।

ଏନେଇ ବିମାନ ଚଳାଚଳ ବିଶେଷଜ୍ଞ ମାଇକେଲ ଜୈନ ପରାମର୍ଶ ଦେଇଛନ୍ତି ଯେ କୁହୁଡ଼ି କାରଣରୁ ବିମାନ ସେବାରେ ହେଉଥିବା ବିଳମ୍ବ ପାଇଁ କୌଣସି ଏୟାରଲାଇନ୍ସ ଦାୟୀ ନୁହେଁ। ହେଲେ ସଠିକ୍ ସମୟରେ ଉପଯୁକ୍ତ ସୂଚନା ଦେଇ କୌଣସି ଏୟାରଲାଇନ୍ସ ଏହାର ଯାତ୍ରୀଙ୍କ ସମସ୍ୟାକୁ ଅନେକାଂଶରେ ହ୍ରାସ କରିପାରିବେ। ବିମାନ ଉଡ଼ାଣ ପ୍ରଭାବିତ ହେବା ପଛରେ ରହିଥିବା ଅନ୍ୟ ଏକ କାରଣ ହେଉଛି ବିମାନ ବନ୍ଦର ଅପରେଟର ଏବଂ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଭିନ୍ନ ଋତୁ ଅନୁଯାୟୀ କରାଯାଉଥିବା ପ୍ରସ୍ତୁତିରେ ରହିଥିବା ଅଭାବ। ଏହି ସମସ୍ୟାର ସାମାଧାନ କରିବାକୁ ଯାଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କିଛି ପଦକ୍ଷେପ ନେବା ସମ୍ପର୍କରେ ଘୋଷଣା କରାଯାଇଛି। ଯାହାକୁ ସ୍ୱାଗତ କରାଯିବା ଆବଶ୍ୟକ।

୧. ବୈଷୟିକ ଜ୍ଞାନକୌଶଳ: ଯାତ୍ରୀ ଏକଥାନିଶ୍ଚିତ ଭାବରେ ବୁଝନ୍ତି କୌଣସି ବିମାନ ଶୂନ୍ୟ ଦୃଶ୍ୟମାନତାରେ ଉଡାଣ ଭରିପାରିବେ ନାହିଁ। ହେଲେ CAT III Technology ସହାୟତାରେ ଏୟାର ଟ୍ରାଫିକ୍ ବ୍ୟବସ୍ଥାକୁ କିଛି ମାତ୍ରାରେ ଦୃଶ୍ୟମାନତା ସହିତ ସ୍ୱାଭାବିକ ହୋଇପାରିବ। ଏକ ଦଶନ୍ଧିରୁ ଅଧିକ ସମୟ ଧରି ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ଦୁଇଟି CAT III ସଜ୍ଜିତ ରନୱେ ରହିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୁଇଟି CAT III ସଜ୍ଜିତ ରନୱେ, ମଧ୍ୟରୁ କେବଳ ଗୋଟିଏ ଶୀତ ଋତୁରେ କାର୍ଯ୍ୟକ୍ଷମ ରହିଥିବା ବେଳେ ଅନ୍ୟଟିର ମରାମତି ଚାଲିଛି। ଯାହା ଘନ କୁହୁଡ଼ି ଅବସ୍ଥାରେ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଉଠିଛି। ପରିସ୍ଥିତି ଏପରି ହୋଇଛି ଯେ ୨୪ ଘଣ୍ଟା ପୂର୍ବରୁ ଗୋଟିଏ ରନୱେ ମଧ୍ୟ କାର୍ଯ୍ୟକ୍ଷମ ହୋଇନଥିଲା। କାରଣ ନିକଟରେ ଏକ ଏକ୍ସପ୍ରେସ ୱେ ପ୍ରକଳ୍ପ ହେତୁ ସିଗନାଲ୍ ସମସ୍ୟା କାରଣରୁ ଏହାକୁ CAT I ମଧ୍ୟରେ Downgrade କରାଯାଇଥିଲା। ମୋଟ ଉପରେ କହିବାକୁ ଗଲେ କିଛି ଦିନ ପାଇଁ ବିମାନବନ୍ଦରରେ ମାତ୍ର 25% CAT III କ୍ଷମତା ରହିଥିଲା।

୨. ପାଇଲଟ୍: ଶାୀତ ଦିନେ ଯେତେବେଳେ କୁହୁଡି ଥାଏ, ସେତେବେଳେ ଗଣମାଧ୍ୟମରେ ଖବର ଆସିଥାଏ। ହେଲେ ପାଇଲଟ୍ ସାମ୍ନା କରୁଥିବା ସମସ୍ୟା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି। ଯଦି କିଛି ଦିନ ପୂର୍ବେ ଘଟିଥିବା ଘଟଣାକୁ ଦେଖାଯାଏ ତାହେଲେ ଆମେ ସ୍ଥିତି ସମ୍ପର୍କରେ ଜାଣିପାରିବା।  ଗତ ମାସରେ ୨୪-୨୫ ଏବଂ ୨୭-୨୮ ତାରିଖରେ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରେ ୫୮ ବିମାନ ଉଡ଼ାଣ ମଧ୍ୟରୁ ୫୦ ଉଡ଼ାଣର ମାର୍ଗ ପରିବର୍ତ୍ତନ କରାଯାଇଥିଲା। କାରଣ ପାଇଲଟ କମ୍ ଦୃଶ୍ୟମାନକାରେ ବିମାନ ଉଡ଼ାଇବା ପାଇଁ ତାଲିମ ପାଇନଥିଲେ। ଏନେଇ ବେସମାରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏୟାର ଇଣ୍ଡିଆ ଏବଂ ସ୍ପାଇସଜେଟ ଉଦ୍ଦେଶ୍ୟରେ ନୋଟିସ ଜାରି କାରିସାରିଛି। ଏକ ଦଶନ୍ଧି ଧରି ବୁଝାଇବା ସତ୍ତ୍ୱେ ସମସ୍ତ ହିତାଧିକାରୀ CAT III Technology କାର୍ଯ୍ୟଦକ୍ଷତାକୁ ଢିଲା ଛାଡ଼ି ଦେଇଛନ୍ତି। ଘରୋଇ ଯାତ୍ରୀବାହୀ ଯାତାୟାତ ବୃଦ୍ଧି ପାଉଥିବାବେଳେ ଗତ ଡିସେମ୍ବର ମାସରେ ସର୍ବାଧିକ ମାସିକ ସଂଖ୍ୟା ଦେଖାଦେଇଥିଲା। ଏଭଳି ପରିସ୍ଥିତିରେ ଉତ୍ତର ଭାରତରେ ଅବସ୍ଥିତ ଅନେକ ସହର ପାଇଁ  CAT III Technology ଯୋଗାଇବାର ଆବଶ୍ୟକତା କ'ଣ ରହିଛି ତାହା ସ୍ପଷ୍ଟ ଭାବେ ବୁଝା ପଡୁଛି।

୩.ଯାତ୍ରୀ: ବର୍ତ୍ତମାନ ଟ୍ରେନ ଚଳାଚଳକୁ ନେଇ ଏପରି ଏକ ବ୍ୟବସ୍ଥା ହୋଇଛି ଯେ ଯଦି ଆପଣଙ୍କ ବୋର୍ଡିଂ ଷ୍ଟେସନ ଠାରେ ପହଞ୍ଚୁଥିବା ଟ୍ରେନ୍ ବିଳମ୍ବ ହୁଏ, ତାହେଲେ ଯାତ୍ରୀଙ୍କୁ ଏ ସମ୍ପର୍କରେ ଜଣାଇବା ପାଇଁ ଆଗୁଆ ବାର୍ତ୍ତା ପଠାଯାଉଛି। ଯାତ୍ରୀ ସେହି ଅନୁଯାୟୀ ପ୍ଲାଟଫର୍ମ ପାଖରେ ପହଞ୍ଚିଥାନ୍ତି। ଯାହା ଦ୍ୱାରା ସେମାନଙ୍କ ସମସ୍ୟା ଅନେକାଂଶରେ ହ୍ରାସ  ପାଇଥଏ। ଏଭଳି ପରିସ୍ଥିତିରେ ଟିକେଟ୍ ବୁକିଂ ଆପ୍ ସହିତ ଫ୍ଲାଇଟ୍ ଅପଡେଟ୍ ସିଷ୍ଟମ୍ କାହିଁକି ନାହିଁ? ସୋମବାର ଡିଜିସିଏ ଯାତ୍ରୀଙ୍କୁ ପ୍ରକୃତ ସମୟ ସୂଚନା ପ୍ରଦାନ କରିବା ଲାଗି ଏୟାରଲାଇନ୍ସ ଉଦ୍ଦେଶ୍ୟରେ ନିର୍ଦ୍ଦେଶନାମା ଜାରି କରିଛି। ଯାତ୍ରୀଙ୍କ ସୁବିଧାକୁ ନେଇ ଏକ ଅସମ୍ବେଦନଶୀଳ ଆଭିମୁଖ୍ୟ ଗ୍ରହଣ କରାଯାଉଛି। ପରବର୍ତ୍ତୀ ସମୟରେ ଏପରି ସମସ୍ୟା ସମାଧାନ ପାଇଁ ସର୍ବପ୍ରଥମେ ମାନସିକତା ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି।