Road Accident: ପିକଅପ ଭ୍ୟାନକୁ ପିଟିଲା ଟ୍ରକ, ଘଟଣାସ୍ଥଳରେ ୫ ମୃତ, ଏକାଧିକ ଗୁରୁତର
Advertisement

Road Accident: ପିକଅପ ଭ୍ୟାନକୁ ପିଟିଲା ଟ୍ରକ, ଘଟଣାସ୍ଥଳରେ ୫ ମୃତ, ଏକାଧିକ ଗୁରୁତର

Road Accident: ମଧ୍ୟ ପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ନେଲା ୫ ଜୀବନ । ଏକ ଟ୍ରକ ଓ ପିକଅପ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅନେକ ଗୁରୁତର ମଧ୍ୟ ରହିଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ବୁରହାନପୁରର ଦତ୍ତଲାଇଶେଖପୁରା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ସୌଜନ୍ୟ- ସୋସିଆଲ ମିଡିଆ

ଉଭୟ ଗାଡି ବିପରୀତ ଦିଗରୁ ଆସୁଥିବା ବେଳେ  ଦୁର୍ଘଟଣାଗ୍ରସ୍ତ ହୋଇଥିବା ସନ୍ଦେହ କରାଯାଉଛି।  ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ପୋଲିସ ଘଚଣାସ୍ଥଳରେ ପହଞ୍ଚିଛି ।  ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁର୍ଘଟଣାଗସ୍ତ ପିକଅପ ଭ୍ୟାନରୁ ମୃତହତଙ୍କୁ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ୭ ଜଣଙ୍କ ଅବସ୍ଥା ମଧ୍ୟ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି  । ସମସ୍ତ ମୃତଦେହକୁ ନିକଟସ୍ତ ହସପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।  

ଗୁରୁତରଙ୍କୁ ତ୍ବରିତ ଚିକିତ୍ସା ଯୋଗାଇ ଦେବା ପାଇଁ ସ୍ଥାନୀୟ ପ୍ରଶାସନ ଅଧିକାରୀମାନେ ହସପିଟାଲରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଅନ୍ୟପଟେ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ।  ପ୍ରତ୍ୟକ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଓ ଆହତଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

ନିକଟରେ,ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ୟୁପିର ଲକ୍ଷ୍ମୀପୁର ଖେରୀ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା । ମିଳିଥିବା ସୂଚନା ଅନୁସାରେ,ପାଙ୍ଗି ଗାଁରେ ଖୋରି ଭରାଇଚ ରାଜପଥରେ ଏକ ସ୍କୁର୍ଟି ଓ କାର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା ।  ଏହି ସମୟରେ ଦୃତଗାମୀ ଟ୍ରକଟି ଭାରସାମ୍ୟ ହରାଇ ଲୋକଙ୍କ ଉପରେ ମାଡି ଆସିଥିଲା। ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ମୃତକ ଲକ୍ଷ୍ମୀପୁର ଖେରି ପାଙ୍ଗୀ ଖୁରଦା ଗାଁର ବୋଲି ଜଣାପଡିଛି ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିବା ସହ ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।  

ଏନେଇ ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ଯେ,ଦୁର୍ଘଟଣା ସମ୍ପର୍କରେ ପୋଲିସ ଖବର ପାଇବା ପରେ ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରି ତଦନ୍ତ ଆରମ୍ଭ କରିଛି । ଏକ ସ୍କୁର୍ଟି ଓ  କାର ମଧ୍ୟରେ ଧକ୍କା ହେବାରୁ ସେଠାରେ ସ୍ଥାନୀୟ ଲୋକଙ୍କ ଭିଡ ଜମାଇଥିଲେ । ଏହି ସମୟରେ ଦୃତଗାମୀ ଟ୍ରକ ସେମାନଙ୍କ ଉପରେ ଚଢି ଯିବାରୁ ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ଘଟିଥିଲା।  ତେବେ,ଏହି ଦୁର୍ଘଟଣା ନେଇ ଶୋକବ୍ୟକ୍ତ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆତିତ୍ୟନାଥ ।