Bangladesh Dhaka Building Fire Updates: ଲୋକମାନେ ସାଙ୍ଗ ଏବଂ ପରିବାର ସହିତ ବିରିୟାନି ଖାଇବାରେ ବ୍ୟସ୍ତ ଥିଲେ, ହଠାତ୍ ଶୁଭିଲା ଚିତ୍କାର ଶବ୍ଦ। ଭୟଙ୍କର ନିଆଁ ସବୁ କିଛି ଜାଳି ପୋଡ଼ି ପାଉଁଶ କରି ଦେଲା । ଏହି ଅଗ୍ନିକାଣ୍ଡରେ ପ୍ରାୟ ୪୪ ଜଣ ପ୍ରାଣ ହରାଇଛନ୍ତି। ମୃତଦେହ ଏତେ ମାତ୍ରାରେ ଜଳିଯାଇଛି ଯେ ସେମାନଙ୍କୁ ଚିହ୍ନିବା ମଧ୍ୟ କଷ୍ଟସାଧ୍ୟ ହୋଇଛ
Trending Photos
Bangladesh Dhaka Building Fire Updates: ଫେବୃଆରୀ ୨୯ ରାତିରେ ବାଂଲାଦେଶର ରାଜଧାନୀ ଢାକାରେ ଘଟିଥିବା ହୃଦୟ ଥରା ଅଗ୍ନିକାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ବେଲି ରୋଡରେ ଥିବା ଗ୍ରୀନ୍ କୋଜି କଟେଜ୍ ନାମକ ୭ ମହଲା କୋଠାର ପ୍ରଥମ ମହଲାରେ ଥିବା ବିରିୟାନି ରେଷ୍ଟୁରାଣ୍ଟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡ ଉପର ମହଲାକୁ ମଧ୍ୟ ବ୍ୟାପି ଯାଇଥିବା ଦେଖିବାକୁ ମିଳିଥିଲା। ବହୁ କସରତ ପରେ ଅଗ୍ନିଶମ କର୍ମଚାରୀ ୧୦ଟି ଦମକଳ ଗାଢ଼ୀ ସାହାଯ୍ୟରେ ଦୀର୍ ଅଢ଼େଇ ଘଣ୍ଟା ମଧ୍ୟରେ ନିଆଁ ଲିଭାଇ ଥିଲେ।
At least 43 people have died in a fire in Bangladesh's capital city of Dhaka, reports AFP, citing the health minister of Bangladesh.
— ANI (@ANI) February 29, 2024
ରେଷ୍ଟୁରାଣ୍ଟ ଭିତରେ ପ୍ରାୟ ୭୦ ଜଣ ଚେତାଶୂନ୍ୟ ହୋଇପଡିଥିଲେ:
ଏହି ଭୟଙ୍କର ଅଗ୍ନିକାଣ୍ଡରେ ୪୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ରେଷ୍ଟୁରାଣ୍ଟରୁ ୭୦ ରୁ ଅଧିକ ଲୋକଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଆହତମାନେ ଢାକା ମେଡିକାଲ କଲେଜ ଏବଂ ଶେଖ ହସିନା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବର୍ନ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀରେ ଚିକିତ୍ସିତ ହେଉଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ସାମନ୍ତ ଲାଲ ସେନ, ଢାକା-୮ ସାଂସଦ ଏଫଏମ ବାହାଉଦ୍ଦିନ ନସିମ ଏବଂ କିଛି ପୋଲିସ-ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିଥିଲେ।
#Bangladesh: A massive fire in a six-story building in Dhaka, killed at least 43, injured 22. The fire originated in a restaurant and quickly spread to other floors. pic.twitter.com/XlyJk6BjYR
— DD News (@DDNewslive) March 1, 2024
ବାଂଲାଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ସାମନ୍ତ ଲାଲ ସେନ ଏହି ଦୁର୍ଘଟଣାକୁ ନିଶ୍ଚିତ କରି କହିଛନ୍ତି ଯେ ଗୁରୁବାର ରାତି ପ୍ରାୟ ୧୦:୪୫ ମିନିଟ୍ ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି। ଦୁର୍ଘଟଣାର ଖବର ପାଇବା ମାତ୍ରେ ପୋଲିସ, ପ୍ରଶାସନ ଏବଂ ଅଗ୍ନିଶମ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁରେ ଫସି ରହିଥିବା ଲୋକଙ୍କୁ ବାହାର କରିବାରେ ମଧ୍ୟ ଲୋକମାନେ ସାହାଯ୍ୟ କରିଥିଲେ। ଆହତମାନଙ୍କୁ ଆମ୍ବୁଲାନ୍ସ ଏବଂ ଘରୋଇ ଗାଡିରେ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଅଧିକାଂଶ ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା। ତାଙ୍କୁ ଉଦ୍ଧାର କରାଯାଇ ପାରିଲା ନାହିଁ। ଯେଉଁମାନେ ଜୀବିତ ଅଛନ୍ତି ସେମାନଙ୍କୁ ନିଶ୍ୱାସ ନେବାରେ ବହୁତ ଅସୁବିଧା ହେଉଛି।