FIFA World Cup 2022: ଧୈର୍ଯ୍ୟ ହରାଇଲେ ବ୍ରାଜିଲ-ଆର୍ଜେଣ୍ଟିନା ପ୍ରଶଂସକ, ଭିଡ଼ିଓ ଭାଇରାଲ
Advertisement

FIFA World Cup 2022: ଧୈର୍ଯ୍ୟ ହରାଇଲେ ବ୍ରାଜିଲ-ଆର୍ଜେଣ୍ଟିନା ପ୍ରଶଂସକ, ଭିଡ଼ିଓ ଭାଇରାଲ

Fight for Football: ଯଦିଓ ଭାରତ ଫିଫା ବିଶ୍ୱକପରେ ଅଂଶଗ୍ରହଣ କରିନାହିଁ, ହେଲେ ଦେଶରେ ଫୁଟବଲ ପ୍ରଶଂସକଙ୍କ ସଂଖ୍ୟା କିଛି କମ ନୁହେଁ। ଫିଫା ବିଶ୍ୱକପକୁ ନେଇ ଦେଶରେ ଅନେକ ଆଲୋଚନା ହେଉଛି। ଦେଶରେ ଏବେ ଫୁଟବଲ ପ୍ରଶଂସକ ଏବଂ ସେମାନଙ୍କର ଉତ୍ସାହ ଏବେ ଆକାଶ ଛୁଆଁ ହୋଇଛି। 

FIFA World Cup 2022: ଧୈର୍ଯ୍ୟ ହରାଇଲେ ବ୍ରାଜିଲ-ଆର୍ଜେଣ୍ଟିନା ପ୍ରଶଂସକ, ଭିଡ଼ିଓ ଭାଇରାଲ

Fight in Brazil Agrentina Fans: ଚଳିତ ବର୍ଷ କତାର ଠାରେ ଆୟୋଜିତ ହୋଇଯାଇଛି ଫିଫା ବିଶ୍ୱକପ। ଯଦିଓ ଭାରତ ଏହି କ୍ରୀଡା଼ ମହାକୁମ୍ଭରେ ଅଂଶଗ୍ରହଣ କରିନାହିଁ। ହେଲେ ଦେଶରେ ଫୁଟବଲ ପ୍ରଶଂସକଙ୍କ ସଂଖ୍ୟା କିଛି କମ ନୁହେଁ। ଫିଫା ବିଶ୍ୱକପକୁ ନେଇ ଦେଶରେ ଅନେକ ଆଲୋଚନା ହେଉଛି। ଦେଶରେ ଏବେ ଫୁଟବଲ ପ୍ରଶଂସକ ଏବଂ ସେମାନଙ୍କର ଉତ୍ସାହ ଏବେ ଆକାଶ ଛୁଆଁ ହୋଇଛି। ଯାହାର ପ୍ରଭାବ ଫୁଟବଲ ଦୁନିଆର ଦୁଇ ଚର୍ଚ୍ଚିତ ଚେହେରା ଭାବେ ଜଣାଶୁଣା ବ୍ରାଜିଲ-ଆର୍ଜେଣ୍ଟିନା ପ୍ରଶଂସକଙ୍କ ମଧ୍ୟରେ ସଂଘର୍ଷରୁ ଆକଳନ କରିହେବ। 

ଏପରି ଘଟଣା କେରଳରେ (Kerala) ଘଟିଛି। ରାଜ୍ୟର କୋଲାମ ଜିଲ୍ଲାର (Kollam District) ଶକ୍ତିକୁଲଙ୍ଗାରା ଠାରେ ଉଭୟ ବ୍ରାଜିଲ-ଆର୍ଜେଣ୍ଟିନା ପ୍ରଶଂସକଙ୍କ ମଧ୍ୟରେ ଜବରଦସ୍ତ ଲଢେଇ ଦେଖିବାକୁ ମିଳିଛି। ଏହି ଘଟଣାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ବ୍ରାଜିଲ-ଆର୍ଜେଣ୍ଟିନା ପ୍ରଶଂସକଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳ (Fight in Brazil Agrentina Fans) ଘଟଣାରେ କେରଳ ପୋଲିସ (Kerala Police) ମାମଲା ରୁଜୁ କରିଛି। ଏନେଇ ପ୍ରତିକ୍ରିୟା ରଖି ପୋଲିସ ଅଧିକାରୀ କହିଛନ୍ତି ଯେ ରବିବାର ଅପରାହ୍ନରେ ଶକ୍ତିକୁଲଙ୍ଗରା ଗ୍ରାମରେ ଘଟିଥିବା ଏହି ଘଟଣା ସମ୍ପର୍କରେ ଖବର ମିଳିଥିଲା। ଭାରତୀୟ ପିଙ୍ଗଳ କୋର୍ଡ ଧାରା ୧୬୦ ଅନୁଯାୟୀ ଏହି ଘଟଣାରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଏହି ଘଟଣାର ଦୁଇଟି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଉଭୟ ବ୍ରାଜିଲ-ଆର୍ଜେଣ୍ଟିନା ପ୍ରଶଂସକଙ୍କୁ ଏକ ରୋଡ୍ ଶୋ ସମୟରେ ପରସ୍ପର ସହ ସଂଘର୍ଷ କରୁଥିବା ଦେଖିବାକୁ ମିଳୁଛି। କାତାର ଠାରେ ଅନୁଷ୍ଠିଚ ହେଉଥିବା ବିଶ୍ୱ ଫୁଟବଲ କପ୍ ଉଦଘାଟନର ଏକ ଅଂଶ ଭାବରେ ଏହି ରୋଡ୍ ଶୋ କାର୍ଯ୍ୟକ୍ରମକୁ ନିଆଯାଇଥିବା ପୋଲିସ କହିଛି। ବ୍ରାଜିଲ-ଆର୍ଜେଣ୍ଟିନା ଫୁଟବଲ ଦଳର ପ୍ରଶଂସକଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ମାଡ଼ଗୋଳ ହୋଇଥିଲା।

ବ୍ରାଜିଲ-ଆର୍ଜେଣ୍ଟିନା ପ୍ରଶଂସକଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ପ୍ରତିକ୍ରିୟା ରଖିଛି ପୋଲିସ। ଏନେଇ କୁହାଯାଇଛି ଯେ ଉଭୟ ଗୋଷ୍ଠୀର ରୋଡ୍ ଶୋ ଶକ୍ତିକୁଲଙ୍ଗାରାସ୍ଥିତ ଏକ ଶ୍ମଶାନ ଠାରେ ପହଞ୍ଚିବା ପରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଏହା ପରେ ଉଭୟ ଦଳର ପ୍ରଶଂସକଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପରେ ଏହା ମାଡ଼ଗୋଳରେ ପରିଣତ ହୋଇଥିଲା।