Wedding News: ନାତୁଣୀ ବୟସର ଯୁବତୀଙ୍କୁ ବିବାହ କଲେ ୬ଟି ଛୁଆର ବାପା, ଜାଣନ୍ତୁ ଏହି ନିଆରା ବାହାଘର ବିଷୟରେ...
Advertisement

Wedding News: ନାତୁଣୀ ବୟସର ଯୁବତୀଙ୍କୁ ବିବାହ କଲେ ୬ଟି ଛୁଆର ବାପା, ଜାଣନ୍ତୁ ଏହି ନିଆରା ବାହାଘର ବିଷୟରେ...

Wedding News: ବର୍ତ୍ତମାନ ଚାଲିଛି ବିବାହ ସିଜିନ୍ । ଉତ୍ତରପ୍ରଦେଶର ବାରବାଙ୍କୀରେ ଏଭଳି ଏକ ନିଆରା ବାହାଘର ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଜଣେ ୬୩ ବର୍ଷିୟ ବୃଦ୍ଧ ଜଣେ ୨୪ ବର୍ଷୀୟ ଯୁବତୀଙ୍କୁ ବିବାହ କରିଛନ୍ତି। ତେବେ, ଏହି ବୃଦ୍ଧଙ୍କର ୬ଟି ସନ୍ତାନ ମଧ୍ୟ ଅଛନ୍ତି। ତେବେ, ବୃଦ୍ଧଙ୍କର ପ୍ରଥମ ପତ୍ନୀଙ୍କ ଦେହାନ୍ତ ପରେ ସେ ଏକାକୀ ରହୁଥିଲେ। ଏକାକୀ ରହି ତାଙ୍କ ଜୀବନ ଦୁର୍ବିଶ ହୋଇ ପଡିଥିଲା । ଏ-ନେଇ ସେ ପୁଣିଥରେ ବିବାହ କରିବାକୁ ନିସ୍ପତି ନେଇଥିଲେ। ତେବେ, ଏହି ନିଆରା ବିବାହ କେବଳ ଜିଲ୍ଲାରେ ନୁହେଁ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ୍ ହେଉଛି।

ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ବୃଦ୍ଧ ଦ୍ୱିତୀୟ ଥର ବିବାହ କରିଛନ୍ତି: ବାରବାଙ୍କୀ ଜିଲ୍ଲାର ସୁବେହା ଥାନା ଅଞ୍ଚଳରେ ଚୌଧୁରୀ ଗାଁରେ ରୁହନ୍ତି ୬୩ ବର୍ଷିୟ ନାକାଖେଦ୍  ଯାଦବ । ବୟସର ଅପରାହ୍ନରେ ନାକାଖେଦ୍ ପହଞ୍ଚିଲେଣୀ । ଦିର୍ଘ ବର୍ଷ ତଳେ ତାଙ୍କ ପ୍ରଥମ ପତ୍ନୀଙ୍କ ଦେହାନ୍ତ ହୋଇଥିଲା । ନାକାଙ୍କ ପରିବାର କହିଲେ ତାଙ୍କର ୬ଟି ସନ୍ତାନ ମଧ୍ୟ ଅଛନ୍ତି। ପ୍ରଥମ ପତ୍ନୀର ମୃତ୍ୟୁ ପରେ ପୁରା ଏକାକୀ ହୋଇଯାଇଥିଲେ ସେ। ଜୀବନ ହୋଇଯାଇଥିଲା ଦୁର୍ବିଶ । ଏସବୁ ଭିତରେ ସେ ଭାଙ୍ଗି ପଡିଥିଲେ ଆଉ ପୁଣି ଥରେ ସଂସାର କରିବାକୁ ମନ ବଳାଇଥିଲେ । ଶେଷରେ ସେ ଦ୍ବୀତିୟ ବିବାହ କରିବାକୁ ନିସ୍ପତି ନେଇଥିଲେ। ଏବଂ ରାଞ୍ଚିର ଜଣେ ୨୪ ବର୍ଷିୟ ଯୁବତୀ ନନ୍ଦିନୀଙ୍କୁ ବିବାହ କରି ସବୁଦିନ ପାଇଁ ସାତ ଜନ୍ମର ସାଥୀ କରିଥିଲେ। ତେବେ,ବୃଦ୍ଧଙ୍କ ଏହି ବିବାହରେ ବେଶ୍ ଖୁସି ଥିବା କହିଛନ୍ତି ।ଏବଂ ନିଜ ବିବାହରେ ସେ ଧୁମ୍ ନାଚିଥିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । 

Also Read :  Wedding Viral Video: କାର କି ଘୋଡା ଗାଡ଼ି ନୁହେଁ, JCBରେ ଆସିଲା ବର

Also Read : Shocking News: ଅଜବ ପରମ୍ପରା, ଘରେ କାହାର ମୃତ୍ୟୁ ହେଲେ ଏଠାରେ କଟାଯାଏ ମହିଳାଙ୍କ ଆଙ୍ଗୁଳି

୬୩ ବର୍ଷିୟ ବୃଦ୍ଧଙ୍କ ଦ୍ବୀତିୟ ବିବାହକୁ ନେଇ ଚର୍ଚ୍ଚା ଜୋର: ଅଯୋଧ୍ୟା ଜିଲ୍ଲାର କାମାକ୍ଷୀ ଦେବ ମନ୍ଦିରରେ ନାକଖେଦ ଯାଦବ ତାଙ୍କର ଦ୍ୱିତୀୟ ବିବାହ ହୋଇଛି । ହିନ୍ଦୁ ରୀତିନୀତି ଅନୁଯାୟୀ ସେ ନନ୍ଦିନୀଙ୍କୁ ବିବାହ କରିଛନ୍ତି। ବେଶ ଧୁମଧାମରେ ବିବାହ ହୋଇଥିବା ବେଳେ ବିରାଟ ଭୋଜିର ଆୟୋଜନ ମଧ୍ୟ କରାଯାଇଥିଲା। ଏହି ବିବାହରେ ୫୦ରୁ ଅଧିକ ଲୋକେ ବରଘର ପକ୍ଷରୁ ଆସିଥିବା ବେଳେ ଡିଜେ ଓ ଡ୍ୟାନ୍ସର ତାଳେ ତାଳେ ନାଚିଥିଲେ ବରଯାତ୍ରୀ।  ବର୍ତ୍ତମାନ ଏହି ବିବାହ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। 

ନିକଟରେ,ଗୁଜୁରାଟ ନବସାରୀରେ ଏକ ନିଆରା ବିବାହ ଦେଖିବାକୁ ମିଳିଥିଲା। କନ୍ୟାଙ୍କୁ ନେବାକୁ ଜେସିବିରେ ଧରି ବର ଆସିଥିଲା  । ଆଉ ବରଙ୍କୁ ଦେଖିବାକୁ ହଜାର ହଜାର ଲୋକଙ୍କ ଏକାଠି ହୋଇଥିଲେ । କାରଣ ଜେସିବିରେ ବର ଆସିବାର କେବେ ଦେଖିନଥିଲେ ଅଞ୍ଚଳବାସୀ । ଯେଉଁଥିପାଇଁ ପ୍ରବଳ ଭିଡ଼ ହୋଇଥିଲା । ତେବେ ବାହାଘର ପ୍ରେସସନର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

ଭିଡିଓରେ ଦେଥିବାକୁ ମିଳିଛି ଯେ, ଜେସିବିକୁ ବିଭିନ୍ନ ଫୁଲରେ ସୁନ୍ଦର ଭାବେ ସଜା ଯାଇଛି ।  ମାଟି ଖୋଳା ଯାଉଥିବା ଏହି ମେସିନରେ ବର ମଝିରେ ବସିଥିବା ବେଳେ ସାଙ୍ଗରେ ତାଙ୍କର ସମ୍ପର୍କୀୟମାନେ ମଧ୍ୟ ବସିଛନ୍ତି ।  ଏବଂ ପ୍ରସେସନରେ ଡିଜେ ସାଙ୍ଗକୁ ବାଣ ମଧ୍ୟ ଫୁଟୁଛି । ବରଯାତ୍ରୀ ମଧ୍ୟ ଧମାକାଦାର ଡାନ୍ସ କରୁଛନ୍ତି । ବରଯାତ୍ରୀଙ୍କ ଡ୍ୟାନ୍ସ ଦେଖିବାକୁ ନୁହେଁ, ବରଂ ଜେସିବିରେ ବିବାହ ପାଇଁ ଆସିଥିବା ବରକୁ ଦେଖିବାକୁ ଲୋକଙ୍କର ନାହିଁ ନଥିବା ଭିଡ ଜମିଥିଲା।  ତେବେ ବର ଜଣକ ଗୁଜୁରାଟ ଚିକଲି ତାଲୁକା ଅଞ୍ଚଳର କଲିୟାରି ଗାଁର କେୟୁର ପଟେଲ ବୋଲି ଜଣାପଡିଛି । ତେବେ ଏହି ଭିଡିଓଟିକୁ (Dilip Singh Kshatriya) ଦିଲ୍ଲୀପ ସିଂ ନାମକ ଜଣେ ୟୁଜର୍ସ ନିଜ ଟ୍ବିଟର ହ୍ୟାଣ୍ତେଲରେ ସେୟାର କରିଛନ୍ତି ।  ଏବଂ ଏହି ଭିଡିଓ ଦେଖି  ଦିଲ୍ଲୀପ ମଧ୍ୟ ଏପରି ବିବାହ କରିବ ବୋଲି ନିଷ୍ପତି ନେଇଛନ୍ତି।