Bharat Ratna 2024: ସେହି ଭାରତୀୟ କୃଷି ବିଜ୍ଞାନୀ; ଯିଏ ଦେଶକୁ ଅନାହାରରୁ କରିଥିଲେ ରକ୍ଷା
Advertisement
Article Detail0/zeeodisha/odisha2102593

Bharat Ratna 2024: ସେହି ଭାରତୀୟ କୃଷି ବିଜ୍ଞାନୀ; ଯିଏ ଦେଶକୁ ଅନାହାରରୁ କରିଥିଲେ ରକ୍ଷା

Father of Green Revolution of India: ଡକ୍ଟର ଏମଏସ ସ୍ୱାମୀନାଥନ ୧୯୬୦-୧୯୭୦ ଦଶକରେ  ସେତେବେଳର କୃଷି କ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ ଆଣିଥିଲେ। ତାଙ୍କର ଏହି ପ୍ରୟାସର ଫଳାଫଳ ଦେଶର କୃଷିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। 

Bharat Ratna 2024: ସେହି ଭାରତୀୟ କୃଷି ବିଜ୍ଞାନୀ; ଯିଏ ଦେଶକୁ ଅନାହାରରୁ କରିଥିଲେ ରକ୍ଷା

Bharat Ratna Awardee Dr. MS Swaminathan: ୨୦୨୪ ଫେବୃଆରୀ ୯ ତାରିଖ ଶୁକ୍ରବାର ଭାରତ ରତ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି ସ୍ୱାଧିନତ୍ତୋର ଭାରତ ବର୍ଷର ମହାନ କୃଷି ବୈଜ୍ଞାନିକ ଡକ୍ଟର ଏମଏସ ସ୍ୱାମୀନାଥନ। ଯିଏ ଦେଶକୁ ଅନାହାରରୁ ରକ୍ଷା କରିଥିଲେ। ଦେଶର କୃଷି କ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ ଆଣିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲେ। ଡକ୍ଟର ଏମଏସ ସ୍ୱାମୀନାଥନଙ୍କୁ ଦେଶରେ ହୋଇଥିବା "ସବୁଜ ବିପ୍ଳବର ଜନକ' କୁହାଯାଏ। ଡକ୍ଟର ଏମଏସ ସ୍ୱାମୀନାଥନ ୧୯୬୦-୧୯୭୦ ଦଶକରେ କୃଷି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିଥିଲେ। ତାଙ୍କର ଏହି ପ୍ରୟାସର ଫଳାଫଳ ଦେଶର କୃଷିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। ଭାରତ ଭଳି ଏକ ଜନବହୁଳ ଖାଦ୍ୟ ସୁରକ୍ଷା ହାସଲ କରିପାରିଥିଲା। 

କିପରି କୃଷି ବୈଜ୍ଞାନିକ ହୋଇଥିଲେ ଡକ୍ଟର ଏମଏସ ସ୍ୱାମୀନାଥନ?
ଡକ୍ଟର ଏମଏସ ସ୍ୱାମୀନାଥନଙ୍କ ବାପା ଜଣେ ଡାକ୍ତର ଥିଲେ। ସମସ୍ତେ ଭାବୁଥିଲେ ଯେ ସେ ମଧ୍ୟ ଡାକ୍ତରୀ କ୍ଷେତ୍ରକୁ ଯିବେ। ହେଲେ ୧୯୪୨ ମସିହାରେ ସବୁକିଛି ବଦଳିଗଲା। ସେତେବେଳେ ସେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ହେଲେ ଚାଷବାସ ପ୍ରତି ତାଙ୍କର ଆଗ୍ରହ ଥିଲା। ଯଥାଶୀଘ୍ର ସେ ସବୁକିଛି ଛାଡି ଗବେଷଣା କରିବା ଆରମ୍ଭ କରିଥିଲେ। ଏମଏସ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ସହ ଏକ ସାକ୍ଷାତକାରରେ ଡକ୍ଟର ଡକ୍ଟର ଏମଏସ ସ୍ୱାମୀନାଥନ ସେହି ଦିନ ବିଷୟରେ କହିଥିଲେ। ସେ କହିଥିଲେ ଯେ ୧୯୪୨ ମସିହାରେ ମହାତ୍ମା ଗାନ୍ଧୀଜୀ ଭାରତ ଛାଡ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଥିଲେ। ୧୯୪୨-୪୩ ମସିହାରେ ସେତେବେଳର ବଙ୍ଗଳାରେ ଦୁର୍ଭିକ୍ଷ ପଡ଼ିଥିଲା। ଆମମାନଙ୍କ ମଧ୍ୟରୁ ଅନେକ ସେହି ସମୟରେ ଆଦର୍ଶବାଦୀ ଛାତ୍ର ରହିଥିଲେ। ଆମେ ନିଜକୁ ପଚାରିଲୁ ସ୍ୱାଧୀନ ଭାରତ ପାଇଁ ଆମେ କ’ଣ କରିପାରିବୁ? ବଙ୍ଗଳାରେ ପଡ଼ିଥିବା ଦୁର୍ଭିକ୍ଷ ହେତୁ ମୁଁ କୃଷି କ୍ଷେତ୍ରରେ ଅଧ୍ୟୟନ କରିବାକୁ ସ୍ଥିର କରିଥିଲି। ମୁଁ ମୋର କ୍ଷେତ୍ର ବଦଳାଇଲି ଏବଂ ମେଡିକାଲ କଲେଜ ଯିବା ପରିବର୍ତ୍ତେ କୋଏମ୍ବାଟୁର ଏଗ୍ରିକଲଚର କଲେଜ ଚାଲି ଯାଇଥିଲି।

ପଶ୍ଚିମବଙ୍ଗରେ ପଡ଼ିଥିବା ଦୁର୍ଭିକ୍ଷ କାରଣରୁ ସେତେବେଳେ ପ୍ରାୟ ୨୦-୩୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେହି ଦୁର୍ଭିକ୍ଷ ବ୍ରିଟିଶ ସରକାରଙ୍କ ନୀତି କାରଣରୁ ହୋଇଥିଲା। ଡକ୍ଟର ଏମଏସ ସ୍ୱାମୀନାଥନ ଆହୁରି କହିଛନ୍ତି, 'ମୁଁ ଜେନେଟିକ୍ସ ଏବଂ ପ୍ରଜନନ କ୍ଷେତ୍ରରେ ଗବେଷଣା କରିବାକୁ ନିଷ୍ପତ୍ତି ନେଇଥିଲା। ଏହାର କାରଣ ହେଉଛି ଏକ ଭଲ କିସମର ଏକ ବଡ଼ ପ୍ରଭାବ ରହିଛି। ଯାହା ଦ୍ୱାରା ବହୁ ସଂଖ୍ୟକ କୃଷକ ଭଲ ଫସଲ କିସମରୁ ଉପକୃତ ହୋଇପାରିବେ। ତାଙ୍କର ଅନୁସନ୍ଧାନ ତାଙ୍କୁ ୟୁରୋପ ଏବଂ ଆମେରିକା ସ୍ଥିତ ଅନୁଷ୍ଠାନକୁ ନେଇଯାଇଥିଲା। ୧୯୫୪ ମସିହାରେ ସେ କଟକ ସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ କାମ କରିବା ଆରମ୍ଭ କରିଥିଲେ। ସେ ଏପରି କିସମ ଉପରେ କାମ କରୁଥିଲେ ଯାହା ଦ୍ୱାରା ଅଧିକ ଅମଳ ହୋଇପାରିବ। ଏହା ଆବଶ୍ୟକ ରହିଥିଲା। କାରଣ ସ୍ୱାଧୀନ ଭାରତ ବର୍ଷରେ କୃଷି କ୍ଷେତ୍ରରେ ଅଧିକ ଉତ୍ପାଦନ ହେଇନଥିଲା। ଏପରି ଅତ୍ୟାବଶ୍ୟକ ଫସଲକୁ ଆମେରିକା ଭଳି ଦେଶରୁ ଆମଦାନୀ କରିବାକୁ ହେଉଥିଲା।

ସବୁଜ ବିପ୍ଳବ କାରଣରୁ ଭାରତ ବର୍ଷରେ ବଢିଥିଲା କୃଷି ଉତ୍ପାଦନ
ସେହି ସାକ୍ଷାତକାର ଦେବା ସମୟରେ ଡକ୍ଟର ଏମଏସ ସ୍ୱାମୀନାଥନ କହିଥିଲେ ଯେ ସବୁଜ ବିପ୍ଳବ ମୁଖ୍ୟତ ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ କୃଷକଙ୍କ ଜୀବନକୁ ବଦଳାଇ ଦେଇଥିଲା। ସେ କହିଥିଲେ, ଯେତେବେଳେ ୧୯୪୭ ମସିହାରେ ଭାରତ ସ୍ୱାଧୀନ ହୋଇଥିଲା ଆମେ ବର୍ଷକୁ ପ୍ରାୟ ୬ ମିଲିୟନ ଟନ୍ ଗହମ ଚାଷ କରୁଥିଲୁ। ୧୯୬୨ ସୁଦ୍ଧା ଗହମ ଉତ୍ପାଦନ ୧୦ ମିଲିୟନ ଟନ ହୋଇଥିଲା। ୧୯୬୪ ମସିହାରୁ ୧୯୬୮ ମଧ୍ୟରେ  ବାର୍ଷିକ ଗହମ ଉତ୍ପାଦନ ପ୍ରାୟ ୧୦ ମିଲିୟନ ଟନ୍ ରହିଥିଲା। ଯାହା ପ୍ରାୟ ୧୭ ମିଲିୟନ ଟନ୍ ହୋଇଥିଲା।