Shocking News: ୱେବ୍ ସିରିଜ୍ ଦେଖିବା ପରେ ମୁଣ୍ଡକୁ ଆସିଥିଲା ଏପରି ବୁଦ୍ଧି, କରି ବସିଲେ ଏଭଳି କାମ
Advertisement
Article Detail0/zeeodisha/odisha1677682

Shocking News: ୱେବ୍ ସିରିଜ୍ ଦେଖିବା ପରେ ମୁଣ୍ଡକୁ ଆସିଥିଲା ଏପରି ବୁଦ୍ଧି, କରି ବସିଲେ ଏଭଳି କାମ

Fake Currency Gang Exposed: ନକଲି ନୋଟ ଛାପିବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନକଲି ନୋଟ ଛାପିବା ପାଇଁ ଗିରଫ ଅଭିଯୁକ୍ତ ଯେଉଁ ଉପାୟ ବ୍ୟବହାର କରୁଥିଲେ ତାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। 

Shocking News: ୱେବ୍ ସିରିଜ୍ ଦେଖିବା ପରେ ମୁଣ୍ଡକୁ ଆସିଥିଲା ଏପରି ବୁଦ୍ଧି, କରି ବସିଲେ ଏଭଳି କାମ

Fake Currency Printing: ଆଜିର ଦିନରେ ହେଉଥିବା ବେଆଇନ କାର୍ଯ୍ୟକଳାପ ପାଇଁ ବିଭିନ୍ନ ପ୍ରକାର କଳା କୌଶଳ ଅବଲମ୍ବନ କରୁଛନ୍ତି ବିଭିନ୍ନ ବ୍ୟକ୍ତିବିଶେଷ। ଏପରିକି ଅନେକ ଲୋକ ଅଛନ୍ତି ଯେଉଁମାନେ ବିଭିନ୍ନ ଚଳଚ୍ଚିତ୍ରରେ ଦେଖାଯାଉଥିବା ଦୃଶ୍ୟକୁ ଦେଖିବା ପରେ ଏଭଳି କାର୍ଯ୍ୟ କରୁଛନ୍ତି। ଯାହାର ପର୍ଦ୍ଦାଫାଶ ବିଭିନ୍ନ ସମୟରେ ହୋଇଛି। ଏଭଳି କାର୍ଯ୍ୟ ମଧ୍ୟରେ ରହିଛି ନକଲି ଟଙ୍କା ମୁଦ୍ରଣ କରିବା।  

ସଦ୍ୟ ଉତ୍ତର ପ୍ରଦେଶ ପୋଲିସ ରାଜ୍ୟର ନୋଏଡ଼ା ଅଞ୍ଚଳରୁ ଜଣେ ଯୁବତୀଙ୍କ ସହିତ ୩ ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ନକଲି ମୁଦ୍ରା ପ୍ରସ୍ତୁତ କରିଥିବାର ଅଭିଯୋଗ ହୋଇଛି। ସେମାନେ "ଫର୍ଜି" ନାମକ ଚଳଚ୍ଚିତ୍ରରୁ ଏଭଳି ଧାରଣା ପାଇଥିବାର ଜଣାପଡ଼ିଥିଲା। ସେମାନେ କଲର ପ୍ରିଣ୍ଟର ସହୟତାରେ ନକଲି ନୋଟ ପ୍ରସ୍ତୁତ କରୁଥିବାର ଜଣାପଡ଼ିଥିଲା। କାଳେ କାହାର ସନ୍ଦେହ ହେବ ସେଥିପାଇଁ ସେମାନେ ନିରୀହ ପିଲାଙ୍କୁ ନେଇ ବଜାରରେ ଏହି ନୋଟ୍ ବ୍ୟବହାର କରୁଥିଲେ। ସେମାନେ ସେମାନଙ୍କ ଠାରୁ ୨୦-୩୦ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ଅର୍ଡର କରି ସେମାନଙ୍କୁ ଖାଇବାକୁ ଦେଉଥିଲେ। ନୋଏଡା ସେକ୍ଟର ୬୩ ପୋଲିସ ଯେଉଁ ୩ ଜଣଙ୍କୁ ଗିରଫ କରିଛି ସେମାନଙ୍କର ପରିଚୟ ମଧ୍ୟ ମିଳିସାରିଛି। ସେମାନେ ହେଉଛନ୍ତି ଶର ଗୁନ୍, ଧୀରଜ ଏବଂ କୋମଲ ଓରଫ୍ ପ୍ରିୟା ଯାଦବ। ଗିରଫ ଅଭିଯୁକ୍ତ ପ୍ରାୟ ୧୫ ହଜାର ଟଙ୍କା ନକଲି ମୁଦ୍ରା ଖର୍ଚ୍ଚ କରିସାରିଛନ୍ତି।

"ଫର୍ଜି" ଫିଲ୍ମ ଦେଖିବା ପରେ ସେମାନେ ୟୁଟ୍ୟୁବ ରୁ ନକଲି ନୋଟ୍ ପ୍ରସ୍ତୁତ କରିବାର କୌଶଳ ଶିଖିଥିଲେ। ଏହା ପରେ ଗୁଗୁଲ ରୁ ଏପରି ଅନେକ ସଫ୍ଟୱେର୍ ଡାଉନଲୋଡ୍ କରିଥଲେ। ଯାହା ଦ୍ୱାରା ସେମାନେ ନକଲି ନୋଟ୍ ଛାପି ପାରିବେ। ପ୍ରତ୍ୟେକ ଥର ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍ ତିଆରି କରିବାରେ ବିଭିନ୍ନ ସମସ୍ୟାର ସାମ୍ନା କରୁଥିଲେ। ସେଥିପାଇଁ ସେମାନେ ୧୦୦ ଏବଂ ୨୦୦ ଟଙ୍କିଆ ନୋଟ୍ ଛାପୁଥିଲେ। କାରଣ ଏହାକୁ ବ୍ୟବହାର କରିବା ସହଜ ଥିଲା। ପୋଲିସ ସେମାନଙ୍କ ନିକଟରୁ ୩୨୭ ଖଣ୍ଡ ୧୦୦ ଟଙ୍କିଆ ନୋଟ ଏବଂ ୧୦୭ ଖଣ୍ଡ ୨୦୦ ଟଙ୍କିଆ ନୋଟ ପ୍ରସ୍ତୁତ କରିଛି। ପୋଲିସ ଦ୍ୱାରା ଜବତ ହୋଇଥିବା ଟଙ୍କାର ପରିମାଣ ଯଥାକ୍ରମେ ୩୨ ହଜାର ୭୦୦ ଏବଂ ୨୧ ହଜାର ୪୦୦ ଟଙ୍କା ବୋଲି ଜଣାପଡ଼ିଛି।  

ଗିରଫ ୩ ଅଭିଯୁକ୍ତଙ୍କ ଶୌକ ଏବଂ ଖର୍ଚ୍ଚ ବହୁତ ଅଧିକ ଥିଲା। ହେଲେ ସେମାନଙ୍କୁ କୌଣସି ସ୍ଥାନରୁ ଟଙ୍କା ଉପଲବ୍ଧ ନଥିଲା। ସେମାନେ ପ୍ରାୟ ୩ ମାସ ପୂର୍ବରୁ ଏକ କଲର ପ୍ରିଣ୍ଟର୍ କିଣିଥିଲେ। ହେଲେ ସେମାନେ ପ୍ରିଣ୍ଟିଂ ଶିଖିବା ସମୟରେ ଏହା ନଷ୍ଟ ହୋଇଯାଇଥିଲା। ଏହା ପରେ ପୁଣି ଶିପ୍ରା ମଲ ଠାରୁ ଅନ୍ୟ ଏକ କଲର ପ୍ରିଣ୍ଟର୍ କିଣାଯାଇଥିଲା। ହେଲେ ସେମାନେ ଏହା ପୂର୍ବରୁ ଯାଇ ଏକ ସାଇବର କାଫେ ଠାରେ କାମ କରୁଥିଲେ। ଯାହାଫଳରେ ସେମାନେ ପ୍ରିଣ୍ଟର ଚଳାଇବା ଶିଖିପାରିବେ। ସେମାନେ କଲର ପ୍ରିଣ୍ଟର୍ ସହାୟତାରେ ୧୦୦-୨୦୦ ଟଙ୍କିଆ ନୋଟ ପ୍ରିଣ୍ଟ୍ ବାହାର କରୁଥିଲେ। ନୋଟ ଛାପିବା ପାଇଁ ସେମାନେ A4 ଆକାରର କାଗଜ ବ୍ୟବହାର କରୁଥିଲେ।

ପ୍ରଥମେ, ଗୋଟିଏ ପାର୍ଶ୍ୱରୁ ଏବଂ ପରେ ଅନ୍ୟ ପାର୍ଶ୍ୱରୁ ମୁଦ୍ରଣ ବାହାର କରି, ଉଭୟଙ୍କୁ ଫେଭିକଲ ଅଠାରେ ଯୋଡ଼ି ଏହାକୁ ଏକ କଟର ସହାୟତାରେ କାଟି, ନୋଟ୍ ପ୍ରସ୍ତୁତ କରୁଥିଲେ। ଏହା ବ୍ୟତୀତ ସେମାନେ ଏକ ପ୍ରକାରର କାଗଜ ବ୍ୟବହାର କରୁଥିଲେ। ଯାହା ଟିକିଏ ମୋଟା ରହିଥିଲା। ଯେଉଁଥିରେ ନୋଟ୍ ଯୋଡ଼ିବାର କୌଣସି ଆବଶ୍ୟକତା ନଥିଲା।

ଜେରା ବେଳା ଏକଥା କୁହାଯାଇଥିଲା ଯେ ସେମାନେ କୋମଲ ଜରିଆରେ ଗାଡ଼ିରେ ଯାଉଥିବା ଲୋକଙ୍କୁ ଅଟକାଇବା ଏବଂ କୌଣସି ବାହାନରେ ଗାଡ଼ି ଚାଳକଙ୍କୁ କ୍ଲୋରୋଫର୍ମ ଶୁଂଘାଇ ତାଙ୍କୁ ଲୁଟିବା ପାଇଁ ଯୋଜନା କରୁଥିଲେ। ଏହି ଉଦ୍ଦେଶ୍ୟରେ ସେମାନେ କିଛି ଲୋକଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ଏହା ସହିତ ସେମାନେ ୫୦୦ ଏବଂ ୨୦୦୦ ଟଙ୍କିଆ ନକଲି ନୋଟ୍ ଛାପିବା ପାଇଁ ମଧ୍ୟ ଏକ ଯୋଜନା ପ୍ରସ୍ତୁତ କରିଥିଲେ।