Eve Jobs mocks new iPhone: Apple ମାଲିକଙ୍କ ସାନ ଝିଅଙ୍କୁ ପସନ୍ଦ ହେଲାନାହିଁ iPhone 14, ଜାଣନ୍ତୁ କାହିଁକି?
Advertisement

Eve Jobs mocks new iPhone: Apple ମାଲିକଙ୍କ ସାନ ଝିଅଙ୍କୁ ପସନ୍ଦ ହେଲାନାହିଁ iPhone 14, ଜାଣନ୍ତୁ କାହିଁକି?

Eve Jobs mocks new iPhone: ଗୁରୁବାର ପ୍ରତିଷ୍ଠିତ ସ୍ମାର୍ଟ ଫୋନ କମ୍ପାନୀ Apple ତାର iPhone 14 ଲଞ୍ଚ କରିଛି। ମୋବାଇଲ ଲଞ୍ଚ ହେବାର କିଛି ସମୟ ମଧ୍ୟରେ ଫୋନକୁ ନେଇ କୌତୁହଳିଆ ମିମ୍ ଭାଇରାଲ ହୋଇଥିଲା। ଆଉ ଏହି ଅଭିଯାନରେ ଖୋଦ ଆପଲ ମାଲିକ ଷ୍ଟିବ ଜବ୍ସଙ୍କ ସାନ ଝିଅ ସାମିଲ ହୋଇଥିଲେ। 

Eve Jobs mocks new iPhone: Apple ମାଲିକଙ୍କ ସାନ ଝିଅଙ୍କୁ ପସନ୍ଦ ହେଲାନାହିଁ iPhone 14, ଜାଣନ୍ତୁ କାହିଁକି?

Eve Jobs mocks new iPhone, ନୂଆଦିଲ୍ଲୀ: iPhoneର ନୂଆ ମୋଡେଲ ଲଞ୍ଚ କରି ସୋସିଆଲ ମିଡିଆରେ ଟ୍ରୋଲ ହେଲା Apple କମ୍ପାନୀ। ଖୋଦ୍ ମାଲିକଙ୍କ ଝିଅଙ୍କୁ ପସନ୍ଦ ଆସିଲା ନାହିଁ ସ୍ମାର୍ଟ ଫୋନ।  iPhone 14କୁ ନେଇ Apple କମ୍ପାନୀର ସହପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସଙ୍କ ସାନ ଝିଅ ଇଭ୍ ଜବ୍ସ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଯାହାପରେ ଫୋନର ଡିଜାଇନକୁ ନେଇ ପ୍ରଶ୍ନ ଉଠିଛି। ସୋସିଆଲ ମିଡିଆରେ ଭଳିକି ଭଳି ମିମ୍ ମଧ୍ୟ ସେୟାର କରାଯାଉଛି। 

ଗୁରୁବାର ପ୍ରତିଷ୍ଠିତ ସ୍ମାର୍ଟ ଫୋନ କମ୍ପାନୀ Apple ତାର iPhone 14 ଲଞ୍ଚ କରିଛି। ମୋବାଇଲ ଲଞ୍ଚ ହେବାର କିଛି ସମୟ ମଧ୍ୟରେ ଫୋନକୁ ନେଇ କୌତୁହଳିଆ ମିମ୍ ଭାଇରାଲ ହୋଇଥିଲା। ଆଉ ଏହି ଅଭିଯାନରେ ଖୋଦ ଆପଲ ମାଲିକ ଷ୍ଟିବ ଜବ୍ସଙ୍କ ସାନ ଝିଅ ସାମିଲ ହୋଇଥିଲେ। ଇଭ୍ ଜବ୍ସ ନିଜ ଇନଷ୍ଟା ଆକାଉଣ୍ଟରେ ଏକ ଫଟୋ ସେୟାର କରିଥିଲେ, ଯେଉଁଠାରେ ଜଣେ ବୃଦ୍ଧ ବ୍ୟକ୍ତି ଗୋଟିଏ ନୂଆ ସାର୍ଟ ଧରିଥିଲେ। ଫଟୋକୁ ଭଲ ଭାବେ ଦେଖିଲେ ଜଣା ପଡୁଛି ଯେ, ବ୍ୟକ୍ତି ଜଣକ ଯେଉଁ ସାର୍ଟ ଧରିଛନ୍ତି ଠିକ୍ ସେହି ଭଳି ସାର୍ଟ ସେ ପିନ୍ଧିଛନ୍ତି। ଆଉ ଏହି ଫଟୋର କ୍ୟାପସନରେ ଇଭ୍ ଲେଖିଛନ୍ତି, 'ମୁଁ iPhone 13ରୁ iPhone 14କୁ ଅପଗ୍ରେଡ୍ ହୋଇଛି।'

Also Read: Cyber Crime: ରମାଦେବୀ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ରୋଷେୟା ଗିରଫ

ଆପଲ iPhone 14ର ଫିଚର ପ୍ରକାଶ କରିବା ପରେ ଏହି ମେମ୍ ଆସିଥିଲା। ଏହି ଫୋନରେ ନୂଆ କ୍ୟାମେରା, ଲମ୍ବା ବ୍ୟାଟେରୀ ଏବଂ ଜରୁରୀକାଳୀନ କଲ୍ କ୍ଷମତା ଅନ୍ତର୍ଭୁକ୍ତ କରାଯାଇଛି। ଏପରି କି ଅତ୍ୟାଧୁନିକ ହାର୍ଡୱେୟାର ମଧ୍ୟ ବ୍ୟବହାର ହୋଇଛି। କିନ୍ତୁ ଉଭୟ ଫୋନର ଡିଜାଇନ ସାମାନ ରହିଛି। ଯଦି ଜଣେ ଦେଖିବ ତେବେ ଉଭୟ iPhone 13 ଓ iPhone 14 ମଧ୍ୟରେ କୌଣସି ଫରକ ନାହିଁ। ତେବେ କେବଳ ଫିଚରକୁ ଅପଗ୍ରେଡ କରାଯାଇଥିବା ଭଳି ମନେ ହେବ। ତେବେ ଇଭ୍ ଯେଉଁ ମିମ୍ ସେୟାର କରିଥିଲେ ତାହାକୁ ପ୍ରଥମେ ସୋସିଆଲ୍ ମିଡିଆରେ @wallstbets ପୋଷ୍ଟ କରିଥିଲା। 

 

ଇଭ୍ ଜବ୍ସ, ଜଣେ ମଡେଲ୍। ସେ ସୋସିଆଲ ମିଡିଆରେ ଖୁବ ସକ୍ରୀୟ। ପ୍ରାୟତଃ ସମୟରେ ଇଭ୍ ତାଙ୍କ ଇନଷ୍ଟା ଷ୍ଟୋରୀରେ କ୍ୟାରିୟର ସମ୍ପର୍କୀୟ କଣ୍ଟେଣ୍ଟ ସେୟାର କରନ୍ତି। ଏହା ବ୍ୟତୀତ ସେ ଭ୍ଲୋଗ ମଧ୍ୟ କରନ୍ତି। କିମ୍ବଦନ୍ତୀ ଉଦ୍ୟୋଗପତି ତଥା ଆପଲର ସହ ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସ, ଫୋନ୍ ଏବଂ ଫର୍ସନାଲ୍ କମ୍ପ୍ୟୁଟରରେ କ୍ରାନ୍ତି ଆଣିଥିଲେ। ୨୦୧୧ ମସିହାରେ ୫୬ବର୍ଷ ବୟସରେ କର୍କଟ ରୋଗରେ ତାଙ୍କର ମୃତ୍ୟୁ ହୋଇଥିଲା।