EPFO Interest Money: କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କର୍ମଚାରୀଙ୍କ ଆକାଉଣ୍ଟକୁ ସୁଧ ଟଙ୍କା ଟ୍ରାନ୍ସଫର କରିନାହାଁନ୍ତି, ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରାଯାଇଛି । ଯଦିଓ ଆର୍ଥିକ ବର୍ଷ ପାଇଁ ସୁଧ ଗତ ବର୍ଷ ଜୁନରେ ଅନୁମୋଦିତ ହୋଇସାରିଥିଲା ।
Trending Photos
EPFO Interest Money: ଚାକିରି କରୁଥିବା ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ଯଦି ଆପଣ ମଧ୍ୟ EPFO ର ସୁଧକୁ ଅପେକ୍ଷା କରୁଛନ୍ତି, ତେବେ ଶୀଘ୍ର ଆପଣଙ୍କ ଆକାଉଣ୍ଟରେ ମୋଟା ଅଙ୍କର ଟଙ୍କା ଆସିବାକୁ ଯାଉଛି । କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO) ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କର୍ମଚାରୀଙ୍କ ଆକାଉଣ୍ଟକୁ ସୁଧ ଟଙ୍କା (EPFO Interest 2021-22) ଟ୍ରାନ୍ସଫର କରିନାହାଁନ୍ତି, ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରାଯାଇଛି । ଯଦିଓ ଆର୍ଥିକ ବର୍ଷ ପାଇଁ ସୁଧ (EPFO Interest) ଗତ ବର୍ଷ ଜୁନରେ ଅନୁମୋଦିତ ହୋଇସାରିଥିଲା । ମାର୍ଚ୍ଚ ୨୦୨୨ରେ କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ (Bhupender Yadav) ଙ୍କ ନେତୃତ୍ୱରେ EPFO ର CBT ୨୦୨୧-୨୨ ପାଇଁ ୮.୧ ପ୍ରତିଶତ ସୁଧ ଅନୁମୋଦନ କରିଥିଲା । ଚଳିତ ବର୍ଷ ଶେଷ ସୁଦ୍ଧା EPFO ର ସୁଧ ଆପଣଙ୍କ PF ଆକାଉଣ୍ଟକୁ ଆସିପାରେ ବୋଲି ଆଶା କରାଯାଉଛି ।
ଆପଣଙ୍କୁ କହି ରଖୁଛୁ ଯେ, ଗତ ୪ ଦଶନ୍ଧି ମଧ୍ୟରେ ଏହା ସର୍ବନିମ୍ନ ସୁଧ ହାର (EPFO Interest Rate) ଅଟେ । ଡିସେମ୍ବର ୨୦୨୨ରେ EPFO ୧୪.୯୩ ଲକ୍ଷ ନୂତନ ସଦସ୍ୟଙ୍କୁ ଯୋଡିଛି । ଏକ ବର୍ଷ ପୂର୍ବେ ସମାନ ଅବଧି ତୁଳନାରେ ଏହା ଦୁଇ ପ୍ରତିଶତ ଅଧିକ । ଶ୍ରମ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି । EPFO ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଡିସେମ୍ବର ୨୦୨୨ରେ ସଦସ୍ୟଙ୍କ ସଂଖ୍ୟା ୧୪.୯୩ ଲକ୍ଷ ବୃଦ୍ଧି ପାଇଛି । ମନ୍ତ୍ରଣାଳୟ କହିଛି ଯେ, ଯଦି ଗତ ବର୍ଷ ସମାନ ମାସ ତୁଳନା କରାଯାଏ ତେବେ ଡିସେମ୍ବର ୨୦୨୨ରେ ଗତ ବର୍ଷ ସମାନ ମାସ ତୁଳନାରେ ସଦସ୍ୟଙ୍କ ସଂଖ୍ୟା ୩୨,୬୩୫ ଅଧିକ ବୃଦ୍ଧି ପାଇଛି । ଶ୍ରମ ମନ୍ତ୍ରଣାଳୟ କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ (ESIC) ର ବେତନ ତଥ୍ୟ ମଧ୍ୟ ପ୍ରକାଶ କରିଛି । ଏହା ଦର୍ଶାଏ ଯେ ଡିସେମ୍ବର ୨୦୨୨ରେ ୧୮.୦୩ ଲକ୍ଷ ନୂତନ କର୍ମଚାରୀ ESIC ସହିତ ଯୋଡ଼ିଛନ୍ତି ।
ଅଧିକ ପଢ଼ନ୍ତୁ:-ଜାଡେଜାଙ୍କ କାରଣରୁ ଶେଷ ହେଲା ଏହି ଓଡ଼ିଆ ଖେଳାଳିଙ୍କ କ୍ୟାରିୟର! ଅବସର ନେବାକୁ ହେଲେ ବାଧ୍ୟ
ଏହା ବି ପଢ଼ନ୍ତୁ:-ବିଜୁଳି ବିଲ୍ ହୋଇଯିବ ଅଧାରୁ କମ୍! କେବଳ ଆପଣାନ୍ତୁ ଏହି ୨ଟି ଉପାୟ
ଏହା ବି ପଢ଼ନ୍ତୁ:-ରୋହିତ ଶର୍ମାଙ୍କ ପରେ ଭାରତର ପରବର୍ତ୍ତୀ ଟେଷ୍ଟ ଅଧିନାୟକ ହେବେ ଏହି ଷ୍ଟାର ଖେଳାଳି!
ଯଦି ବାର୍ଷିକ ଭିତ୍ତିରେ ତୁଳନା କରାଯାଏ, ଡିସେମ୍ବର ୨୦୨୧ ତୁଳନାରେ ଡିସେମ୍ବର ୨୦୨୨ ରେ ESI ଯୋଜନାରେ ଯୋଗଦାନ କରୁଥିବା କର୍ମଚାରୀଙ୍କ ସଂଖ୍ୟା ୧୪.୫୨ ଲକ୍ଷ ଅଧିକ ହୋଇଥିବା ଜଣାପଡିଛି । ଡିସେମ୍ବର ୨୦୨୨ରେ EPFO ଦ୍ୱାରା ଯୋଡ଼ି ହୋଇଥିବା ୧୪.୯୩ ଲକ୍ଷ ନୂତନ ସଦସ୍ୟଙ୍କ ମଧ୍ୟରୁ ୮.୦୨ ଲକ୍ଷ ପ୍ରଥମ ଥର ପାଇଁ ଏହି ସାମାଜିକ ସୁରକ୍ଷା ଅଧୀନରେ ଆସିଛନ୍ତି । ସର୍ବାଧିକ ୨.୩୯ ଲକ୍ଷ ନୂତନ ଭାବେ ଯୋଡ଼ି ହୋଇଥିବା ସଦସ୍ୟ ୧୮ ରୁ ୨୧ ବର୍ଷ ବୟସ ବର୍ଗରେ ଅଛନ୍ତି । ୨୨ରୁ ୨୫ ବର୍ଷ ବୟସ ବର୍ଗରେ ୨.୦୮ ଲକ୍ଷ ନୂତନ ସଦସ୍ୟ ଯୋଡ଼ି ହୋଇଛନ୍ତି । ମୋଟ ନୂତନ ସଦସ୍ୟଙ୍କ ମଧ୍ୟରୁ ୫୫.୬୪ ପ୍ରତିଶତ ୧୮ରୁ ୨୫ ବର୍ଷ ବୟସ ବର୍ଗରେ ଅଛନ୍ତି ।