EPFO କଲା ବଡ ଘୋଷଣା, ବର୍ତ୍ତମାନ କର୍ମଚାରୀମାନେ ପାଇବେ ଏହି ବଡ଼ ସୁବିଧା
Advertisement

EPFO କଲା ବଡ ଘୋଷଣା, ବର୍ତ୍ତମାନ କର୍ମଚାରୀମାନେ ପାଇବେ ଏହି ବଡ଼ ସୁବିଧା

EPFO ଆକାଉଣ୍ଟଧାରୀମାନଙ୍କ ପାଇଁ ଏକ ବଡ଼ ଖବର ଅଛି । କର୍ମଚାରୀ ପେନସନ୍ ସ୍କିମ୍ (EPS) ଅଧୀନରେ ଇପିଏଫଓ ଅଧିକ ପେନସନ୍ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି ।

ସୌ: ସୋସିଆଲ ମିଡିଆ

EPFO: କର୍ମଚାରୀ ଭବିଷ୍ୟନିଧି ସଂଗଠନ (Employees Provident Fund) ଅର୍ଥାତ୍ ଇପିଏଫ୍ ହୋଲି (Holi 2023) ପୂର୍ବରୁ ପେନସନଭୋଗୀଙ୍କୁ (Pensioners) ଏକ ବଡ଼ ଉପହାର ଦେଇଛି । କର୍ମଚାରୀଙ୍କ ପେଭିଡେଣ୍ଟ ପାଣ୍ଠି ସଂଗଠନ (EPFO) ସୋମବାର ଦିନ କର୍ମଚାରୀଙ୍କ ପେନସନ୍ ସ୍କିମ୍ (EPS) ଅଧୀନରେ ଅଧିକ ପେନସନ୍ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ଅବସର ପାଣ୍ଠି ପରିଚାଳନା କରୁଥିବା ସଂସ୍ଥା କହିଛି ଯେ ସଦସ୍ୟ (Members) ଓ ସେମାନଙ୍କ ନିଯୁକ୍ତିଦାତା (Employers) ଏଥିପାଇଁ ମିଳିତ ଭାବେ ଆବେଦନ କରିପାରିବେ ।

ନଭେମ୍ବର ୨୦୨୨ ରେ, ସୁପ୍ରିମକୋର୍ଟ (Supreme Court) କର୍ମଚାରୀଙ୍କ ପେନସନ୍(ସଂଶୋଧନ) ଯୋଜନା, ୨୦୧୪ କୁ ସମର୍ଥନ କରିଥିଲେ । ଏହାପୂର୍ବରୁ, ୨୨ ଅଗଷ୍ଟ ୨୦୧୪ ର ଇପିଏସ୍ ସଂଶୋଧନ ପେନ୍‌ସନ୍‌ ଯୋଗ୍ୟ ବେତନ ସୀମାକୁ ମାସକୁ ୬,୫୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରିଥିଲା । ଆହୁରି ମଧ୍ୟ, ସଦସ୍ୟ ଓ ସେମାନଙ୍କର ନିଯୁକ୍ତିଦାତାମାନେ ସେମାନଙ୍କର ପ୍ରକୃତ ବେତନର ୮.୩୩ ପ୍ରତିଶତ ଇପିଏସରେ ଯୋଗଦାନ କରିବାକୁ ଅନୁମତି ପାଇଥିଲେ । 

ଇପିଏଫ୍ଓ କହିଛି ଯେ ଏକ ସୁବିଧା ଦିଆଯିବ, ଯେଉଁଥି ପାଇଁ ଶୀଘ୍ର URL (ୟୁନିକ୍ ରିସୋର୍ସ ଲୋକେସନ) କୁ କୁହାଯିବ । ଏହା ପାଇବା ପରେ ଆଞ୍ଚଳିକ ପିଏଫ୍ କମିଶନର ବ୍ୟାପକ ସୂଚନା ପାଇଁ ନୋଟିସ୍ ବୋର୍ଡ ଏବଂ ବ୍ୟାନର ମାଧ୍ୟମରେ ସୂଚନା ଦେବେ । ଆଦେଶ ଅନୁଯାୟୀ, ପ୍ରତ୍ୟେକ ଆବେଦନ ପଞ୍ଜୀକୃତ ହେବ, ଡିଜିଟାଲ୍ ଲଗ୍ ହେବ ଓ ଆବେଦନକାରୀଙ୍କୁ ଏକ ରସିଦ ନମ୍ବର ଦିଆଯିବ ।

ଏହାସହ ଏଥିରେ ଦର୍ଶାଯାଇଛି ଯେ ସମ୍ପୃକ୍ତ ଆଞ୍ଚଳିକ ପ୍ରୋଭିଡେଣ୍ଟ ଫଣ୍ଡ କାର୍ଯ୍ୟାଳୟର ଅଫିସର୍-ଇନ୍-ଚାର୍ଜ ଅଧିକ ବେତନ ଉପରେ ମିଳିତ ବିକଳ୍ପର ପ୍ରତ୍ୟେକ ମାମଲା ଯାଞ୍ଚ କରିବେ । ଏହା ପରେ ଆବେଦନକାରୀଙ୍କୁ ଇ-ମେଲ / ପୋଷ୍ଟ ଏବଂ ପରେ SMS ମାଧ୍ୟମରେ ନିଷ୍ପତ୍ତି ବିଷୟରେ ଅବଗତ କରାଯିବ । ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ସୁପ୍ରିମକୋର୍ଟଙ୍କ ୪ ନଭେମ୍ବର ୨୦୨୨ ତାରିଖର ନିର୍ଦ୍ଦେଶ ଅନୁଯାୟୀ ଏହି ନିର୍ଦ୍ଦେଶନାମା ଜାରି କରାଯାଉଛି ।

ଏହା ବି ପଢ଼ନ୍ତୁ: Roadways Bus: ରାସ୍ତା ମଝିରେ ବସ୍‌ ରଖି ଦୌଡ଼ି ପଳାଇଗଲେ ମଦୁଆ ଡ୍ରାଇଭର, ଯାତ୍ରୀ ଚଲାଇଲେ ବସ୍

ଏହା ବି ପଢ଼ନ୍ତୁ: Liver Donation: ବାପାକୁ ନିଜ ଲିଭର ଦାନ କରି ନୂଆ ଜୀବନ ଦେଲେ ୧୭ ବର୍ଷୀୟା ଝିଅ, ସମସ୍ତେ କରୁଛନ୍ତି ସଲାମ୍

ଏହା ବି ପଢ଼ନ୍ତୁ: Shakuntala Railways: ବ୍ରିଟିଶଙ୍କ ଅଧୀନରେ ଏବେ ବି ଅଛି ଦେଶର ଏହି ରେଳ ଲାଇନ... ପ୍ରତିବର୍ଷ ଦେବାକୁ ପଡେ କୋଟି କୋଟି ଟଙ୍କାର ରୟାଲଟି!