Maa Kalkaji Temple: ପ୍ରସିଦ୍ଧ କାଲକାଜୀ ମନ୍ଦିର ଯାଉଛନ୍ତି କି ? ଏପରି ପୋଷାକ ପିନ୍ଧିଲେ ପ୍ରବେଶ ମନା !
Advertisement

Maa Kalkaji Temple: ପ୍ରସିଦ୍ଧ କାଲକାଜୀ ମନ୍ଦିର ଯାଉଛନ୍ତି କି ? ଏପରି ପୋଷାକ ପିନ୍ଧିଲେ ପ୍ରବେଶ ମନା !

Maa Kalkaji Temple: ଛୋଟ ଡ୍ରେସ୍ କିମ୍ୱା ଚିରା ଜିନ୍ସ ପିନ୍ଧିଥିଲେ ମାଆ କାଲକାଜୀ ମନ୍ଦିରରେ ପ୍ରବେଶ ମନା । ପଢ଼ନ୍ତୁ ପୂରା ଖବର ।

Maa Kalkaji Temple: ପ୍ରସିଦ୍ଧ କାଲକାଜୀ ମନ୍ଦିର ଯାଉଛନ୍ତି କି ? ଏପରି ପୋଷାକ ପିନ୍ଧିଲେ ପ୍ରବେଶ ମନା !

Maa Kalkaji Temple: ରାଜଧାନୀ ଦିଲ୍ଲୀ ଆସୁଥିବା ଅନେକ ପର୍ଯ୍ୟଟକ ମାଆ କାଲକାଜୀ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥାନ୍ତି । ମାଆ କାଲକାଜୀଙ୍କୁ ଦର୍ଶନ କରିବାକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁ (Devotees)ମାନେ ଆସିଥାନ୍ତି । ଅନେକ ଲୋକଙ୍କର ମାଆଙ୍କ ପ୍ରତି ଦୃଢ ବିଶ୍ୱାସ ରହିଛି । କୁହାଯାଏ ମାଆ କାଲକାଜୀଙ୍କୁ ଦର୍ଶନ କରି ମନସ୍କାମନା ବିଷୟରେ ଜଣାଇଲେ ତାହା ପୁରଣ ହୋଇଥାଏ । ତେଣୁ ପ୍ରତ୍ୟକ ଦିନ ଅନେକ ଶ୍ରଦ୍ଧାଳୁ ମାଆଙ୍କ ମନ୍ଦିରରେ ଭିଡ ଜମାଇଥାନ୍ତି । ପ୍ରାୟ ବର୍ଷସାରା ମାଆଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଥାଏ । ବିଶେଷ କରି ନବରାତ୍ରୀ (Navratri) ସମୟରେ ମାଆଙ୍କ ମନ୍ଦିରରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥାଏ । ମାଆ କାଲକାଜୀଙ୍କ ମନ୍ଦିରଟି ଖୁବ ପ୍ରାଚୀନ ହୋଇଥିବାରୁ ଏହି ସ୍ଥାନକୁ ନେଇ ଅନେକ କିମ୍ୱଦନ୍ତୀ ମଧ୍ୟ ରହିଛି ।

ବର୍ତ୍ତମାନ ସମଗ୍ର ଦେଶରେ ଥିବା ଅନେକ ଗୁଡିଏ ମନ୍ଦିରରେ ଡ୍ରେସ କୋଡ୍ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ହେଉଥିବା ସମୟରେ ବର୍ତ୍ତମାନ କାଲକାଜୀ ମନ୍ଦିର ପରିଦର୍ଶନ କରିବା ପାଇଁ ମଧ୍ୟ ଡ୍ରେସ କୋଡ ପ୍ରସଙ୍ଗ ସାମ୍ନାକୁ ଆସିଛି । ମାଆ କାଲକାଜୀଙ୍କ ଦର୍ଶନ ପାଇଁ ମନ୍ଦିରକୁ ପ୍ରବେଶ କରିବା ସମୟରେ ଆପଣଙ୍କ ଚିନ୍ତାଧାରା ଶୁଦ୍ଧ ହେବା ସହିତ ଆପଣଙ୍କ ପୋଷାକ (Dress) ମଧ୍ୟ ଶୁଦ୍ଧ ହେବା ଆବଶ୍ୟକ । ଯଦି ଆପଣ ମାଆ କାଲକାଜୀଙ୍କ ଦର୍ଶନ ପାଇଁ ବିଶ୍ୱାସର ସହ ମନ୍ଦିରକୁ ଯାଇଛନ୍ତି ତେବେ ଏକ ବଡ଼ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣ ପାଶ୍ଚାତ୍ୟ ସଭ୍ୟତା ଦ୍ୱାରା ଅନୁପ୍ରାଣିତ ହୋଇ ଛୋଟ ପୋଷାକ ପିନ୍ଧିଥିଲେ ଆପଣଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି (Permission) ଦିଆଯିବ ନାହିଁ । ଏପରି କିଛି ସୂଚନା ମାଆ କାଲକାଜୀଙ୍କ ମନ୍ଦିର ବାହାରେ ଥିବା ସୂଚନା ବୋର୍ଡ (Information board) ମାଧ୍ୟମରେ ଶ୍ରଦ୍ଧାଳୁଙ୍କ ଜାଣିବା ପାଇଁ କୁହାଯାଇଛି । ଉକ୍ତ ବୋର୍ଡରେ ଲେଖାଯାଇଛି ଯେ, ଯେଉଁ ଭକ୍ତ ଛୋଟ ଏବଂ କଦର୍ଯ୍ୟ ଦେଖାଯାଉଥିବା ପୋଷାକ ପିନ୍ଧି ମାଆଙ୍କ ନିକଟକୁ ଆସିବେ ସେମାନଙ୍କୁ ଦର୍ଶନ ସୁବିଧାରୁ ବଞ୍ଚିତ କରାଯିବ । ସେମାନେ କେବଳ ମନ୍ଦିର ବାହାରେ ଦର୍ଶନ କରିପାରିବେ ଅର୍ଥାତ ଭିତରକୁ ପ୍ରବେଶ ମନା ।

କାଲକାଜୀ ମନ୍ଦିରର ପୂଜକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଏହି ମନ୍ଦିର ଏକ ପବିତ୍ର ସ୍ଥାନ । ଏଠାକୁ ଅନେକ ବର୍ଗର ଲୋକମାନେ ଦେଶର କୋଣ ଅନୁକୋଣରୁ ଆସିଥାନ୍ତି । ତେଣୁ ବିଶ୍ୱାସର ସହିତ ମାଆଙ୍କ ନିକଟକୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ନିଜକୁ ପରିସ୍କାର ପରିଚ୍ଛନ ରଖିବା ସହିତ ଉତ୍ତମ ପୋଷାକ ପିନ୍ଧି ମନ୍ଦିରକୁ ପ୍ରବେଶ କରିବା ଉଚିତ । ମାଆଙ୍କୁ ଦର୍ଶନ ସମୟରେ ଭକ୍ତି ବ୍ୟତୀତ ମନରେ ଅନ୍ୟ କିଛି ରହିବା ଉଚିତଚ ନୁହେଁ । ସେଥିପାଇଁ ମନ୍ଦିର ପରିସରକୁ ସୁନ୍ଦର ପୋଷାକ ପିନ୍ଧି ଆସିବା ଉଚିତ । ଉଭୟ ପୁରୁଷ ଓ ମହିଳାଙ୍କ ଏପରି ନିୟମ ମନ୍ଦିର ପ୍ରଶାସନ ପକ୍ଷରୁ ବାଧ୍ୟତାମୂଳକ କରାଯାଇଥିବା ଜଣାପଡିଛି । ସୂଚନା ମୁତାବକ, ହାଫ ପ୍ୟାଣ୍ଟ୍, ବରମୁଣ୍ଡା, ନାଇଟ୍ ସୁଟ୍, ମିନି ସ୍କଟ, ଚିରା ହୋଇଥିବା ଜିନ୍ସ ପିନ୍ଧିଥିବା ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । ଏପରି ସୂଚନା ବୋର୍ଡରେ ମରାଯାଇଛି ଯାହା ଫଳରେ ଶ୍ରଦ୍ଧାଳୁମାନେ ସୂଚନା ବିଷୟରେ ସଠିକ ଭାବରେ ଅବଗତ ହେବେ ।

ଅନ୍ୟପଟେ, ଏପରି ସୂଚନାକୁ ନେଇ ଭକ୍ତଙ୍କ ମନରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ କିଛି ବରିଷ୍ଠ ନାଗରିକ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ନିକଟସ୍ଥ ଜଣେ ବରିଷ୍ଠ ବ୍ୟକ୍ତି କହିଛନ୍ତି ଯେ, ଏହି ନିୟମ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ଏହି ନିଷ୍ପତ୍ତି ଅନେକ ଆଗରୁ ନେବାର ଥିଲା । 

 Also Read- Success Story: ୬୦ ବର୍ଷ ହେବ କାମ କରୁଛନ୍ତି, ୯୦ ବର୍ଷରେ ବି ଅଫିସ ଯାଆନ୍ତି