Delhi Liquor Scam: ମଦ ଦୁର୍ନୀତି ମାମଲାରେ ସଞ୍ଜୟ ସିଂହଙ୍କୁ ବାନ୍ଧିଲା ଇଡ଼ି
Advertisement
Article Detail0/zeeodisha/odisha1900324

Delhi Liquor Scam: ମଦ ଦୁର୍ନୀତି ମାମଲାରେ ସଞ୍ଜୟ ସିଂହଙ୍କୁ ବାନ୍ଧିଲା ଇଡ଼ି

ED Action in Delhi Liquor Scam: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଛି ଇଡ଼ି।  

Delhi Liquor Scam: ମଦ ଦୁର୍ନୀତି ମାମଲାରେ ସଞ୍ଜୟ ସିଂହଙ୍କୁ ବାନ୍ଧିଲା ଇଡ଼ି

ED Arrests AAP MP Sanjay Singh: ଦିଲ୍ଲୀରେ ହୋଇଥିବା ବହୁଚର୍ଚ୍ଚିତ ମଦ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅକ୍ଟୋବର ୪ ତାରିଖ ବୁଧବାର ବହୁଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପ୍ ସାଂସଦ ସାଂସଦ ସଞ୍ଜୟ ସିଂହ ଇଡ଼ି ଦ୍ୱାରା ଗିରଫ ହୋଇଛନ୍ତି। ଗିରଫଦାରୀ ପୂର୍ବରୁ ବୁଧବାର ସକାଳେ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ତଢାଇ କରିଥିଲା ଇଡ଼ି। 

ଦିଲ୍ଲୀ ମଦ ଦୁର୍ନୀତି (Delhi Liquor Scam) ମାମଲାରେ ବୁଧବାର ଆପ୍  ସାଂସଦ ସଞ୍ଜୟ ସିଂହଙ୍କ ବାସଭବନରେ ସର୍ଚ୍ଚ ଅପରେସନ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ। ଗିରଫ କରିବା ପୂର୍ବରୁ ଇଡ଼ି ସଞ୍ଜୟ ସିଂହଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ୧୦ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା। ଏହା ପୂର୍ବରୁ ଏହି ମାମଲାରେ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂହଙ୍କ ନିକଟତମ ସହଯୋଗୀଙ୍କ ଘରେ ଚଢାଉ କରାଯାଇଥିଲା।

ଇଡ଼ି ରାଡାର୍  ମଧ୍ୟରେ ରହିଥିଲା ସଞ୍ଜୟ ସିଂହ   
ବୁଧବାର ସକାଳ ୦୭:୦୦ ସମୟରେ ଆପ୍ ସାଂସଦ ସଞ୍ଜୟ ସିଂହଙ୍କ (AAP MP Sanjay Singh) ଦିଲ୍ଲୀ ସ୍ଥିତ ଘରେ ଚଢାଇ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED Raid on Sanjay Singh Delhi Residence)। ଚଢାଉ ସମୟରେ ଇଡ଼ି ତାଙ୍କ ଘରୁ ଅନେକ ଦସ୍ତାବିଜ ଜବତ କରିଥିଲା ଇଡ଼ି। ଆପଣଙ୍କୁ କହିରଖୁଛୁ ଯେ ଆମ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ (Aam Aadmi Party Rajya Sabha MP) ସଞ୍ଜୟ ସିଂହଙ୍କ ନାଁ  ମଦ ଦୁର୍ନୀତି ମାମଲାର ଚାର୍ଜସିଟ୍ (ED Chargesheet in Delhi Liquor Scam) ରେ ରହିଛି।

ଦିଲ୍ଲୀ ମଦ ଦୁନୀତି ମାମଲାରେ ଇଡି଼ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍ ର ତିନୋଟି ସ୍ଥାନରେ ଆପ୍ ସାଂସଦ ସଞ୍ଜୟ ସିଂହଙ୍କ (AAP Rajya Sabha MP Sanjay Singh) ନାଁ ରହିଛି। ଏହି ମାମଲାରେ ଇଡ଼ି ରାଡାର୍ ମଧ୍ୟରେ ଆମ ଆଦମୀ ପାର୍ଟି ରାଜ୍ୟସଭା ସଞ୍ଜୟ ସିଂହ। ମଦ ଦୁନୀତି ମାମଲାରେ (Delhi Liquor Scam Case) ଇଡ଼ି ପକ୍ଷରୁ ହୋଇଥିବା ଚଢାଉ କାରଣରୁ ସଂଜୟ ସିଂହଙ୍କ ତାଇୱାନ ଗସ୍ତ ବାତିଲ କରାଯାଇଛି।

ଇଡି ସୂତ୍ର ଅନୁଯାୟୀ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ସାକ୍ଷୀ କରାଯାଇଛି। ଏହାପରେ ହିଁ ଅନୁସନ୍ଧାନକାରୀ ସଂସ୍ଥା ଆପ୍ ସାଂସଦଙ୍କ ଘରେ ଚଢଉ କରିଥିଲା। ଅର୍ଥ ହେରଫେର ମାମଲାରେ ଅଭିଯୁକ୍ତ ରାଘବ ମାଗୁନ୍ତାଙ୍କୁ (Raghav Magunta) ସରକାରୀ ସାକ୍ଷୀ କରାଯାଇଛି। ରାଘବ ହେଉଛନ୍ତି YSR କଂଗ୍ରେସ ସାଂସଦ ମାଗୁନ୍ତା ଶ୍ରୀନିବାସୁଲୁ ରେଡ୍ଡୀଙ୍କ ପୁଅ। ଅନ୍ୟପଟେ କୋର୍ଟ ଦୀନେଶ ଆରୋରାଙ୍କୁ (Dinesh Arora) ମଧ୍ଯ ସରକାରୀ ସାକ୍ଷୀ ହେବାକୁ ଅନୁମତି ଦେଇଥିଲା। ଦିଲ୍ଲୀ ମଦ ଦୁର୍ନୀତିରେ ହୋଇଥିବା ମନି ଲଣ୍ଡରିଂ ମାମଲାରେ (Money Laundering in Delhi Liquor Scam) ରାଘବ ମାଗୁନ୍ତା ଏବଂ ଦୀନେଶ ଆରୋରା ଜାମିନରେ ଅଛନ୍ତି। ଏହାପୂର୍ବରୁ ଅରବିନ୍ଦୋ ଫାର୍ମା ନିର୍ଦ୍ଦେଶକ ଶରଦ ରେଡ୍ଡୀ ଏହି ମାମଲାରେ ସରକାରୀ ସାକ୍ଷୀ ଥିଲେ। ଦିଲ୍ଲୀ ମଦ ଦୁର୍ନୀତିରେ ମନି ଲଣ୍ଡରିଂ ମାମଲାରେ ଏ ପର୍ଯ୍ୟନ୍ତ ୩ ଜଣ ସରକାରୀ ସାକ୍ଷୀ ହୋଇଛନ୍ତି।

ଅଭିଯୁକ୍ତ ଦୀନେଶ ଆରୋରାଙ୍କ ବଡ଼ ଖୁଲାସା 
ଏହି ମାମଲାର ଅଭିଯୁକ୍ତ ଦୀନେଶ ଆରୋରା ବଡ଼ ଖୁଲାସା କରିଥିଲେ। ଏହି ମାମଲାରେ ସଞ୍ଜୟ ସିଂହଙ୍କ ଭୂମିକା ବିଷୟରେ କଥାବାର୍ତ୍ତା କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଳିତ ବର୍ଷ ଜାନୁଆରୀ ମାସରେ ଏହାର ଚାର୍ଜସିଟ୍ ରେ ସଞ୍ଜୟ ସିଂହଙ୍କ ନାମ ଯୋଡିଥିଲେ। ଏହି ମାମଲାରେ ଆମ୍ ଆଦମୀ ପାର୍ଟି ଜବରଦସ୍ତ ହଙ୍ଗମା କରିଥିଲା। ଏହା ପରେ ସଞ୍ଜୟ ସିଂହ ଦାବି କରିଛନ୍ତି ଯେ ଇଡି ଭୁଲରେ ତାଙ୍କ ନାମ ଯୋଡିଛି। ଯାହାର ଜବାବ ରଖି ଇଡି ପକ୍ଷରୁ କୁହାଯାଇଥିଲା ଯେ ସଞ୍ଜୟ ସିଂହଙ୍କ ନାମ ଦାଖଲ ହୋଇଥିବା ଚାର୍ଜସିଟ୍ ରେ ଚାରୋଟି ସ୍ଥାନରେ ଲେଖାଯାଇଛି। ଏହି ତିନୋଟି ସ୍ଥାନରେ ନାମ ସଠିକ୍ ଭାବରେ ବନାନ କରାଯାଇଛି। କେବଳ ଗୋଟିଏ ସ୍ଥାନରେ ମୁଦ୍ରଣ ଜନିତ ତ୍ରୁଟି ରହିଛି। ଏହା ପରେ ଇଡି ସଞ୍ଜୟ ସିଂହଙ୍କୁ ଗଣମାଧ୍ୟମରେ ବିବୃତ୍ତି ନଦେବାକୁ ପରାମର୍ଶ ଦେଇଥିଲେ। କାରଣ ଏହି ମାମଲା ଅଦାଲତରେ ବିଚାରାଧିନ ରହିଛି।

ସଞ୍ଜୟ ସିଂହଙ୍କ ବିରୋଧରେ ଆସିଥିଲା ଅଭିଯୋଗ 
ଇଡି ଚାର୍ଜସିଟ୍ ରେ ସଞ୍ଜୟ ସିଂହ ଲକ୍ଷ ଲକ୍ଷ ଟଙ୍କା ଦାନ ନେଇଥିବାର ଅଭିଯୋଗ ହୋଇଛି। ମନୀଷ ସିସୋଦିଆଙ୍କ ପରେ ଆଉ ଜଣେ ଆପ୍ ନେତାଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ କରାଯାଇଛି। ଏ ସମ୍ପର୍କରେ ବୁଧବାର ଇଡି ତାଙ୍କ ଘରେ ପହଞ୍ଚି ତାଙ୍କୁ ଜେରା କରୁଥିଲେ। ଏହି ଗିରଫଦାରୀ ପରେ ଆମ୍ ଆଦମୀ ପାର୍ଟି ସଞ୍ଜୟ ସିଂହଙ୍କ ଘର ବାହାରେ ପହଞ୍ଚି ସ୍ଲୋଗାନ ଦେଇଥିଲେ। ସଞ୍ଜୟ ସିଂହଙ୍କୁ ଇଡି କାର୍ଯ୍ୟାଳୟକୁ ନିଆଯିବ ବୋଲି କୁହାଯାଉଛି। ଆଜି ରାତିରେ ସେ ଇଡି ଲକ୍ ଅପ୍ ରେ ରହିବେ। ଚିକିତ୍ସା କରାଯିବା ପରେ ଗୁରୁବାର ସକାଳେ ତାଙ୍କୁ ଅଦାଲତରେ ହାଜର କରାଯିବ।