Business Tips: ଘରେ ବସିଥିବା ମହିଳାଙ୍କ ପାଇଁ ରୋଜଗାର ସୁଯୋଗ, କରନ୍ତୁ ଏହି କାମ
Advertisement
Article Detail0/zeeodisha/odisha1810467

Business Tips: ଘରେ ବସିଥିବା ମହିଳାଙ୍କ ପାଇଁ ରୋଜଗାର ସୁଯୋଗ, କରନ୍ତୁ ଏହି କାମ

Business Tips: ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ ବିଷୟରେ କହିବୁ ଯାହାଦ୍ୱାରା ଆପଣ ସହଜରେ ଟଙ୍କା ରୋଜଗାର କରିପାରିବେ ।

Business Tips: ଘରେ ବସିଥିବା ମହିଳାଙ୍କ ପାଇଁ ରୋଜଗାର ସୁଯୋଗ, କରନ୍ତୁ ଏହି କାମ

Business Tips: ଗୃହିଣୀମାନେ ସବୁବେଳେ ଘର କାମ କରିବା ପରେ ବଳକା ସମୟରେ ବୋର୍ ହୋଇଯାଆନ୍ତି । ଅଧିକାଂଶ ଗୃହିଣୀମାନେ ନିଜେ ଆର୍ଥିକ ସ୍ୱାବଲମ୍ୱୀ (Financial independence) ନୁହନ୍ତି । ଟଙ୍କା ପାଇଁ ଅନ୍ୟମାନଙ୍କ ଉପରେ ପ୍ରାୟତଃ ନିର୍ଭର କରିଥାନ୍ତି । କିନ୍ତୁ କିଛି ଗୃହିଣୀ ରୋଜଗାର କରିବାକୁ ଅଣ୍ଟା ଭିଡି ସଫଳ ହୋଇଥିବା ଖବର ମଧ୍ୟ ପୂର୍ବରୁ ଆମେ ଆପଣଙ୍କୁ ଜଣାଇଛୁ । ଯଦି ଆପଣ ରୋଜଗାର (income) କରିବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ କହିରଖୁଛୁ କୌଣସି କାମ ଛୋଟ କିମ୍ୱା ବଡ଼ ନୁହେଁ । ଏପରି ଅନେକ କାମ ରହିଛି ଯେଉଁଥିରେ ଆପଣ ଭଲ ରୋଜଗାର କରିପାରିବେ । ଯାହାଦ୍ୱାରା ଆପଣ ଆଉ କାହା ଉପରେ ନିର୍ଭର ନକରି ନିଜ ଖର୍ଚ୍ଚ ନିଜେ ଉଠାଇପାରିବେ । ଆଜି ଆମେ ଟିପସ୍ ବିଷୟରେ କହିବାକୁ ଯାଉଛୁ ।

ଆଚାର ପ୍ରସ୍ତୁତ କରିପାରିବେ
ସମଗ୍ର ଦେଶରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଆଚାର ଖାଇବାକୁ ଖୁବ୍ ପସନ୍ଦ କରିଥାନ୍ତି । ସବୁ ଋତୁରେ ଖାଦ୍ୟରେ ଆଚାର ବ୍ୟବହାର କରିବା ଅନେକ ବ୍ୟକ୍ତିଙ୍କର ନିତିଦିନର ଅଭ୍ୟାସ । ଆମ ଦେଶରେ ଆଚାର ବ୍ୟବସାୟୀମାନେ ମଧ୍ୟ ଭଲ ଟଙ୍କା ରୋଜଗାର କରିଥାନ୍ତି । ତେଣୁ ଏଭଳି ପରିସ୍ଥିତିରେ ଆଚାର  ତିଆରି କରିବା ମଧ୍ୟ ଏକ ଭଲ ବିକଳ୍ପ । ବର୍ତ୍ତମାନ ଯୁଗରେ ଆପଣ କେବଳ ବ୍ୟବସାୟୀଙ୍କୁ ଆଚାର ବିକିବେ ତାହା ନୁହେଁ ବରଂ ଅନଲାଇନରେ ମଧ୍ୟ ଆଚାର ବିକ୍ରି କରିପାରିବେ ।

ଜଳଖିଆ ବ୍ୟବସାୟ 
ଚାକିରୀ, ଶିକ୍ଷା, କିମ୍ୱା ବ୍ୟବସାୟ ପାଇଁ ଅନେକ ବ୍ୟକ୍ତି ଗାଁ ଛାଡି ସହରମୁହାଁ ହୋଇଥାନ୍ତି । ସେହି ଲୋକମାନେ ଅଧିକାଂଶ ସମୟରେ ବାହାର ଖାଦ୍ୟ ଖାଇବାକୁ ବାଧ୍ୟ ହୋଇଥାନ୍ତି । ହୋଟେଲ (Hotel) ତଥା ରେଷ୍ଟୁରାଣ୍ଟରେ ମିଳୁଥିବା ଖାଦ୍ୟକୁ କିଛି ବ୍ୟକ୍ତି ନାପସନ୍ଦ କରିଥାନ୍ତି । ସେମାନେ ସହରରେ ମଧ୍ୟ ଘରୋଇ ଖାଦ୍ୟ ଖୋଜିଥାନ୍ତି । ଏପରି ପରିସ୍ଥିତିରେ ଆପଣ ଏହି ଲୋକଙ୍କ ପାଇଁ ଖାଦ୍ୟ ରାନ୍ଧିବା ଦ୍ୱାରା ଭଲ ଟଙ୍କା ରୋଜଗାର କରିପାରିବେ । ଏଥିପାଇଁ, ଆପଣ ନିକଟରେ ଥିବା ପିଜିକୁ ଯାଇ କାର୍ଯ୍ୟ ବିଷୟରେ ସୂଚନା ଦେଇ ଅର୍ଡର (Order) ନେଇପାରିବେ । ଲୋକମାନେ ଆପଣଙ୍କର ସେବା ବିଷୟରେ ଜାଣିବା ପରେ ଆପଣଙ୍କ ବ୍ୟବସାୟ ମଧ୍ୟ ବଢିବ ।

କ୍ୟାଣ୍ଟିନ ତଥା ପାଣ୍ଟ୍ରି ପାଇଁ ଖାଦ୍ୟ ରାନ୍ଧି ପାରିବେ ।
ଆପଣଙ୍କ ନିକଟ ଅଞ୍ଚଳରେ ଥିବା ପାଣ୍ଟ୍ରି  ଏବଂ କ୍ୟାଣ୍ଟିନରେ ଖାଦ୍ୟ ରାନ୍ଧିବା ମଧ୍ୟ ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ହୋଇପାରେ । ଏହା ଏକ ଭଲ ଲାଭଜନକ କାର୍ଯ୍ୟ । ଯେଉଁଠାରେ ଆପଣ ଖାଦ୍ୟ ପ୍ରସ୍ତୁତ କରିବେ ସେଠାରେ କିଛି ଅଫିସ କିମ୍ୱା କଲେଜ ତଥା କୋଚିଂ ସେଣ୍ଟର ରହିଥିବା ଆବଶ୍ୟକ । ଅନେକ କୋଚିଂ ସେଣ୍ଟର ତଥା ଅଫିସ ବାହାରେ ଖାଦ୍ୟର ଆବଶ୍ୟକତା ରହିଛି । ତେଣୁ ଏପରି ସ୍ଥାନ ପସନ୍ଦ କରନ୍ତୁ ଯେଉଁଠି ଆପଣ କ୍ୟାଣ୍ଟିନ କିମ୍ୱା ପାଣ୍ଟ୍ରି ହିସାବରେ ବ୍ୟବସାୟ କରିପାରିବେ ।

ସୋସିଆଲ ମିଡିଆରେ ଫୁଡ୍ ବ୍ଲଗିଂ
ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ । ଅନେକ ମହିଳା ଏବଂ ପୁରୁଷ ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆ ଉପରେ ନିର୍ଭର କରନ୍ତି । ବିଶେଷ କରି ଖାଦ୍ୟ ପ୍ରସ୍ତୁତି ଶିଖିବା ପାଇଁ ମଧ୍ୟ ୟୁଟୁବ ଦେଖିଥାନ୍ତି । ତେଣୁ ଯଦି ଆପଣ ଭଲ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ତାହାକୁ ରେକର୍ଡ କରନ୍ତୁ । ରେକର୍ଡ କରିଥିବା ଭିଡିଓକୁ ଏଡିଟିଂ କରି ସୋସିଆଲ ମିଡିଆରେ ଅପଲୋଡ କରନ୍ତୁ । ଆପଣଙ୍କ ସୋସିଆଲ ମିଡିଆରେ ଲୋକମାନେ ଭିଡିଓ ଦେଖିବା ଦ୍ୱାରା ଆପଣଙ୍କୁ ଭିୟୁ ମିଳିବ । ଆପଣଙ୍କୁ ମିଳୁଥିବା ଭିୟୁ ହିସାବରେ ଆପଣ ସୋସିଆଲ ମିଡିଆ ମାଧ୍ୟମରେ ଟଙ୍କା ରୋଜଗାର କରିପାରିବେ ।

Also Read- Ollywood News: ପ୍ରଥମ ଦିନରେ ହାଉସଫୁଲ ନୂଆ ସିନେମା 'ମହର୍ଷି'