Hemant Soren: ହେମନ୍ତ ସୋରେନଙ୍କ କାର୍ ସିଜ୍ କରି ଫେରିଲା ଇଡି
Advertisement

Hemant Soren: ହେମନ୍ତ ସୋରେନଙ୍କ କାର୍ ସିଜ୍ କରି ଫେରିଲା ଇଡି

ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଲିଙ୍କ ଥିବା ଦିଲ୍ଲୀର ୩ଟି ସ୍ଥାନରେ ରେଡ୍ କରିଛି ଇଡି । ଦୀର୍ଘ ୧୫ ଘଣ୍ଟା ତନାଘନା କରିବା ପରେ ଫେରିଛି ଇଡି ।  ଜାନୁୟାରୀ ୩୧ ରେ ଇଡି ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଇଡି ଯିବା ନେଇ ସୂଚନା ମିଳିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ହେମନ୍ତ ସୋରେନଙ୍କ କେଉଁଠାରେ ଅଛି ତାହା ଜଣା ପଡି ନାହିଁ । 

Hemant Soren: ହେମନ୍ତ ସୋରେନଙ୍କ କାର୍ ସିଜ୍ କରି ଫେରିଲା ଇଡି

ନୂଆଦିଲ୍ଲୀ: ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଲିଙ୍କ ଥିବା ଦିଲ୍ଲୀର ୩ଟି ସ୍ଥାନରେ ରେଡ୍ କରିଛି ଇଡି । ଦୀର୍ଘ ୧୫ ଘଣ୍ଟା ତନାଘନା କରିବା ପରେ ଫେରିଛି ଇଡି ।  ଜାନୁୟାରୀ ୩୧ ରେ ଇଡି ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଇଡି ଯିବା ନେଇ ସୂଚନା ମିଳିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ହେମନ୍ତ ସୋରେନଙ୍କ କେଉଁଠାରେ ଅଛି ତାହା ଜଣା ପଡି ନାହିଁ । 

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଏକ ବିଏମଡବ୍ଲୁ କାର ଜବତ କରିବା ସହିତ ଇଡି ଅଧିକାରୀମାନେ ଦିଲ୍ଲୀ ବାସଭବନରେ ସର୍ଚ୍ଚ ଅପରେସନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ କାରବାର ଦିଗ ଉପରେ ଇଡି ଟିମ୍ ପକ୍ଷରୁ ଅନେକ ଅନୁସନ୍ଧାନ କରାଯାଇଛି । ଇଡି ଟିମ୍ ଅଧିକ ପଚରାଉଚରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଡ୍ରାଇଭରକୁ ଅଟକ ରଖିଛି । ହେମନ୍ତ ସୋରେନଙ୍କୁ ଇଡି ଟିମ୍ ଖୋଜୁଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ । ଇଡି ଭୟ କାରଣରୁ ମୁଖ୍ୟମନ୍ତ୍ରୀ କେଉଁଆଡେ ଲୁଚିଥିବା ଚର୍ଚ୍ଚା ହେଉଛି ।

Post- 

ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଛନ୍ଦି ହେବାପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପଚରାଉଚରା ପାଇଁ ଇଡି ପକ୍ଷରୁ ନୋଟିସ୍ ହୋଇଥିଲା । ଜାନୁଆରୀ ୩୧ ରେ ସେ ଇଡିକୁ ଜବାବ ଦେବେ ବୋଲି ତାରିଖ ଦେଇଥିଲେ । ଏହାପୂର୍ବରୁ ଇଡି ପକ୍ଷରୁ ଜାନୁଆରୀ ୨୯ କିମ୍ବା ୩୧ରେ ସିଏମ ସ୍ୱେଚ୍ଛାକୃତ ଭାବେ ହାଜର ହେବା ପାଇଁ ଏକ ସମୟସୀମା ଦିଆଯାଇଥିଲା । 

ଅନ୍ୟପଟେ ବରିଷ୍ଠ ଓକିଲ କପିଲ ସିବଲ ରବିବାର ଦିନ ହେମନ୍ତ ସୋରେନଙ୍କୁ ଭେଟିଥିବା ଜଣାପଡିଛି ।  ଇଡି ଚଢାଉ ବିରୋଧରେ ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟରେ ଅଭିଯୋଗ କରିପାରନ୍ତି ।

Also Read- Solar Eclipse 2024: ଜାଣନ୍ତୁ କେବେ ହେବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ