Commonwealth Games 2022: ପୁଣି ଥରେ ନିରାଶ କଲେ ଦୂତୀ
Advertisement
Article Detail0/zeeodisha/odisha1285368

Commonwealth Games 2022: ପୁଣି ଥରେ ନିରାଶ କଲେ ଦୂତୀ

୧୦୦ ମିଟର ଦୌଡ଼କୁ ଅତିକ୍ରମ କରିବା ପାଇଁ ସେ ୧୧.୫୫ ସେକେଣ୍ଡ ସମୟ ନେଇଥିଲେ।

Commonwealth Games 2022: ପୁଣି ଥରେ ନିରାଶ କଲେ ଦୂତୀ

Commonwealth Games 2022:  ବର୍ମିଂହାମ: ରାଜ୍ୟ ଗୋଷ୍ଠୀ (Commonwealth Game 2022) କ୍ରୀଡ଼ାରେ ନିରାଶ ହୋଇଛନ୍ତି ଦୂତି ଚାନ୍ଦ (Dutee Chand)। ଆଜି ଅନୁଷ୍ଠିତ ମହିଳା ୧୦୦ ମିଟର ଇଭେଣ୍ଟରେ (Women 100 meter race) ଭାଗ ନେଇଥିଲେ ଓଡ଼ିଶାର ଦୌଡ଼ରାଣୀ ଦୂତୀ ଚାନ୍ଦ (Dutee Chand)। ମାତ୍ର ସେ ନିରାଶ ହୋଇ ସେମିଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ସେ ୧୦୦ ମିଟର ଦୌଡ଼ ପାଇଁ ୫ ହିଟରେ ଭାଗ ନେଇଥିଲେ। ହେଲେ ଦୂତୀ ଏହି ରାଉଣ୍ଡରେ ୪ର୍ଥ ସ୍ଥାନରେ ରହି ତାଙ୍କର ଅଭିଯାନ ଶେଷ କରିଛନ୍ତି। 

ମିଳିଥିବା ସୂଚନା ମୁତାବକ ୧୦୦ ମିଟର ଦୌଡ଼କୁ ଅତିକ୍ରମ କରିବା ପାଇଁ ସେ ୧୧.୫୫ ସେକେଣ୍ଡ ସମୟ ନେଇଥିଲେ। ଏହି ଟାଇମିଂ ଦୂତୀଙ୍କ ପାଇଁ ବେଶ ନୈରାଶ୍ୟଜନକ। ପ୍ରତି ହିଟର ଶ୍ରେଷ୍ଠ ୩ ଜଣ ସେମିଫାଇନାଲ ଖେଳିବାର ନିୟମ ରହିଥିଲା। ମାତ୍ର ଦୂତୀ ୪ର୍ଥ ସ୍ଥାନରେ ରହି ସମସ୍ତଙ୍କୁ ନିରାଶ କରିଛନ୍ତି। ତେବେ ଏହି ଇଭେଣ୍ଟରେ ସେ ଏକ ମାତ୍ର ଭାରତୀୟ ରହିଥିଲେ।