Problem in Life: ଏହି ସବୁ ଜିନିଷ ଦେଉଛନ୍ତି କି ଉପହାର ସ୍ୱରୂପ, ଆଣିପାରେ ଭୟଙ୍କର ବିପତ୍ତି
Advertisement
Article Detail0/zeeodisha/odisha1430216

Problem in Life: ଏହି ସବୁ ଜିନିଷ ଦେଉଛନ୍ତି କି ଉପହାର ସ୍ୱରୂପ, ଆଣିପାରେ ଭୟଙ୍କର ବିପତ୍ତି

 ଶ୍ରୀ ଗଣେଶଙ୍କୁ ଆମେ ଅଗ୍ରପୂଜ୍ୟ ଏବଂ ଅଗ୍ରଦେବତା ଭାବେ ପୂଜା କରିଥାଉ। ସେହିଭଳି ବିଷ୍ଣୁ ପତ୍ନୀ ମହାଲକ୍ଷ୍ମୀଙ୍କୁ ମଧ୍ୟ ଧନଦେବୀ ଭାବେ ପୂଜା କରିଥାଉ। ବିଭିନ୍ନ ପୂଜା ଅନୁଷ୍ଠାନରେ ଗଣେଶ ଏବଂ ଲକ୍ଷ୍ମୀଙ୍କୁ ଏକତ୍ର ପୂଜା ମଧ୍ୟ କରାଯାଇଥାଏ। 

Problem in Life: ଏହି ସବୁ ଜିନିଷ ଦେଉଛନ୍ତି କି ଉପହାର ସ୍ୱରୂପ, ଆଣିପାରେ ଭୟଙ୍କର ବିପତ୍ତି

Lifestyle News: ପରମ୍ପରା ଅନୁସାରେ ବିଭିନ୍ନ ଉତ୍ସବ ଏବଂ ଅବସରରେ ଆମେ ଆମ ବନ୍ଧୁ ପରିଜନଙ୍କୁ ଉପହାର ଦେଇଥାଉ। ଉପହାର ପାରସ୍ପରିକ ସମ୍ପର୍କ, ସ୍ନେହ ଓ ସୌହାର୍ଦ୍ଧ୍ୟାକୁ ମଜବୁତ କରିଥାଏ। ପରସ୍ପର ପ୍ରତି ରହିଥିବା ମନୋଭାବକୁ ମଧ୍ୟ ପ୍ରକାଶ କରିଥାଏ। ତେବେ କେଉଁ ଅବସର ପାଇଁ କଣ ଉପହାର ଦେବା ଉଚିତ ସେ ନେଇ ବାସ୍ତୁ ଶାସ୍ତ୍ରରେ ବିସ୍ତୃତ ପରାମର୍ଶ ଦିଆଯାଇଛି। ଏଠି ସହିତ ଭୁଲରେ ବି କେଉଁ ଜିନିଷ ଉପହାରରେ କେବେ ବି ଦେବା ଉଚିତ ନୁହେଁ ତାହା ମଧ୍ୟ କୁହାଯାଇଛି। ଏଭଳି କିଛି ବସ୍ତୁ ରହିଛି ଯାହା ଉପହାର ଦେବା ଓ ନେବା ଉଭୟଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହୋଇଥାଏ।

ଶ୍ରୀ ଗଣେଶ ଏବଂ ଶ୍ରୀ ଲକ୍ଷ୍ମୀଙ୍କ ମୂର୍ତ୍ତି : ଶ୍ରୀ ଗଣେଶଙ୍କୁ ଆମେ ଅଗ୍ରପୂଜ୍ୟ ଏବଂ ଅଗ୍ରଦେବତା ଭାବେ ପୂଜା କରିଥାଉ। ସେହିଭଳି ବିଷ୍ଣୁ ପତ୍ନୀ ମହାଲକ୍ଷ୍ମୀଙ୍କୁ ମଧ୍ୟ ଧନଦେବୀ ଭାବେ ପୂଜା କରିଥାଉ। ବିଭିନ୍ନ ପୂଜା ଅନୁଷ୍ଠାନରେ ଗଣେଶ ଏବଂ ଲକ୍ଷ୍ମୀଙ୍କୁ ଏକତ୍ର ପୂଜା ମଧ୍ୟ କରାଯାଇଥାଏ। ଶ୍ରୀ ଗଣେଶଙ୍କ ମୂର୍ତ୍ତି ବା ଶ୍ରୀ ଲକ୍ଷ୍ମୀଙ୍କ ମୂର୍ତ୍ତି କାହାକୁ ଉପହାର ଦେବାରେ କିଛି ଅସୁବିଧା ନାହିଁ। ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଏ ଦୁହିଁଙ୍କୁ ମିଶାଇ ଉପହାର ଦେବା ଅଶୁଭ। ଯୁକ୍ତି ହେଉଛି ଶ୍ରୀ ଗଣେଶ ହେଉଛନ୍ତି ବିଦ୍ୟାଧିପତି ଏବଂ ଅଗ୍ରପୂଜ୍ୟ। ଶ୍ରୀ ଲକ୍ଷ୍ମୀ ହେଉଛନ୍ତି ବିଷ୍ଣୁ ପତ୍ନୀ। ଶ୍ରୀ ଗଣେଶଙ୍କ ମାତୃବତ୍ତ ତେଣୁ ଏ ଦୁହିଁଙ୍କୁ ଏକାଠି କରିବା ଅନୁଚିତ। ଦୁହିଁଙ୍କୁ ମିଶାଇ ଉପହାର ଦେଲେ ଧନ କଷ୍ଟ ପଡିବା ଆଶଙ୍କା ରହିଥାଏ।

ଧାରୁଆ ଅସ୍ତ୍ର : ଛୁରୀ, କାତି ଆଦି ଧାରୁଆ ଅସ୍ତ୍ର ଯେ କେବଳ ଅନିଷ୍ଟ କରିବା ପାଇଁ ହୋଇଥାଏ ତା’ ନୁହେଁ ଏସବୁ ଜିନିଷ ମଧ୍ୟ ଆମର କଲ୍ୟାଣ କାର୍ଯ୍ୟରେ ଲାଗିଥାଏ। କିନ୍ତୁ ଉପହାରରେ ଏହା ଦେବା ଅଶୁଭ ବୋଲ ବାସ୍ତୁଶାସ୍ତ୍ରରେ କୁହାଯାଇଛି। କାରଣ ହେଉଛି ଆମେ ସମ୍ପର୍କର ଅଭିବୃଦ୍ଧି ପାଇଁ ଉପହାର ପ୍ରଦାନ କରିଥାଉ। କିନ୍ତୁ ଧାରୁଆ ଅସ୍ତ୍ର ଯେକୌଣସି ଜିନିଷକୁ କାଟିବାର କ୍ଷମତା ରହିଥାଏ। ଯେଉଁଠି ଯୋଡିବା କଥା ଗୁରୁତ୍ୱପୂର୍ଣ ସେଠାରେ କାଟିବା ଜିନିଷ ନିଶ୍ଚୟ ହାନିକାରକ। ତେଣୁ ସମ୍ପର୍କ କ୍ଷେତ୍ରରେ ଧାରୁଆ ଅସ୍ତ୍ର ସର୍ବଦା ବର୍ଜନୀୟ। କେବଳ ସେତିକି ନୁହେଁ ଧାରୁଆ ଅସ୍ତ୍ର ସର୍ବଦା ତାମସିକ ଶକ୍ତି ଉତ୍ପନ୍ନକାରୀ। ତେଣୁ ଉପହାରରେ ତାମସିକ ଜିନିଷ ଦେଇ ସମ୍ପର୍କକୁ ତିକ୍ତ ହେବାର ଆଶଙ୍କା ରହିଥାଏ।

କଳା ବସ୍ତ୍ର ଓ କଳା ଜୋତା: ମାଙ୍ଗଳିକ କାର୍ଯ୍ୟରେ କଳାକୁ ସର୍ବଦା ଅଶୁଭ ବୋଲି ଗ୍ରହଣ କରାଯାଇଛି। କଳା ମଧ୍ୟ ନକାରାତ୍ମକ ଶକ୍ତିର ପ୍ରତୀକ। ତେଣୁ ଶୁଭ କାର୍ଯ୍ୟରେ ସାଧାରଣତଃ କଳା ରଙ୍ଗକୁ ବର୍ଜନ କରାଯାଇଛି। ତେଣୁ କଳା ରଙ୍ଗ ବସ୍ତ୍ର ଉପହାର ଆକାରରେ ପ୍ରଦାନ ମଧ୍ୟ କ୍ଷତିକାରକ। କଳା ରଙ୍ଗର ଜୋତାକୁ ମଧ୍ୟ ଅଶୁଭ ବୋଲି ବିବେଚନା କରାଯାଏ। ତେଣୁ ଏହାକୁ ମଧ୍ୟ ଉପହାର ନଦେବା ଭଲ।

ରୁମାଲ: ରୁମାଲ ଆମେ ସବୁବେଳେ ପାଖରେ ରଖିଥାଉ। ହାତ, ମୁହଁ ପୋଛିବାକୁ ଦରକାର ହୋଇଥାଏ ରୁମାଲ। କିନ୍ତୁ କେହି ଯଦି କାନ୍ଦିଥାଏ ତା’ହେଲେ ଆମେ ଲୁହ ପୋଛିବା ପାଇଁ ରୁମାଲ ଅନ୍ୟକୁ ବଢ଼େଇ ଦେଇଥାଉ। ରୁମାଲ ଦେବା ଅର୍ଥ ପ୍ରାୟ ଲୁହ ପୋଛିବା ପାଇଁ ବୋଲି ବିବେଚନା କରାଯାଇଥାଏ। ତେଣୁ ତତ୍କାଳୀନ ନ୍ୟାୟରେ ଖୁସି ଓ ଶୁଭ ଅବସରରେ ରୁମାଲ ଉପହାର ଦେବା ଠିକ ନୁହେଁ ବୋଲି ବିବେଚନା କରାଯାଏ। ଠିକ ସେହିଭଳି ବାସ୍ତୁ ଶାସ୍ତ୍ରରେ ମଧ୍ୟ ରୁମାଲ ଉପହାର ଦେବାକୁ ବାରଣ କରାଯାଇଛି।

ସିଂହର ଚିତ୍ର : ଉପହାର ଆକାରରେ ଆମେ ବିଭିନ୍ନ ୱାଲ ହ୍ୟାଙ୍ଗିଙ୍ଗ୍ ଜିନିଷ ଦେଇଥାଉ। ସେଥିରେ ପୋଷ୍ଟର, ଫଟୋଚିତ୍ର, ପ୍ଲାଷ୍ଟିକ ରୁବି ମଧ୍ୟ ରହିଥାଏ। ହେଲେ ମାନେ ରଖନ୍ତୁ ସିଂହ ଚିତ୍ର ଥିବା କୌଣସି ହ୍ୟାଙ୍ଗିଙ୍ଗ୍ ଜିନିଷ, ପୋଷ୍ଟର କାହାକୁ କେବେ ଉପହାର ଦେବେନାହିଁ। ଜ୍ୟୋତିଷ ଶାସ୍ତ୍ରରେ ସିଂହକୁ ସ୍ନେହୀ ଜନ୍ତୁର ଆଖ୍ୟା ଦିଆଯାଇଛି। ସିଂହ ଅତ୍ୟଧିକ ସ୍ନେହୀ ହୋଇଥାଏ। କିନ୍ତୁ ଏକଥା ମଧ୍ୟ ଭୁଲିଯିବା ଉଚିତ ନୁହେଁ ଯେ, ସିଂହ ଅତ୍ୟନ୍ତ ହିଂସ୍ର ଓ ଭୟଙ୍କର। ସିଂହ ଛବି ଉପହାର ଦେଲେ ସମ୍ପର୍କ ରକ୍ତାକ୍ତ ହୋଇଥାଏ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି