Morning Tips: ତ୍ୱଚାକୁ ସତେଜ ରଖିବା ପାଇଁ ସକାଳେ କରନ୍ତୁ ଏହି କାମ ୬୦ ବର୍ଷରେ ବି ଦେଖାଯିବେ ୩୦ ଭଳି
Advertisement

Morning Tips: ତ୍ୱଚାକୁ ସତେଜ ରଖିବା ପାଇଁ ସକାଳେ କରନ୍ତୁ ଏହି କାମ ୬୦ ବର୍ଷରେ ବି ଦେଖାଯିବେ ୩୦ ଭଳି

Morning Health Tips: ଯେତେବେଳେ ୬୦ ବର୍ଷ ବୟସର ହେବେ, ଆପଣ ୩୦ ବର୍ଷ ବୟସର ଦେଖାଯିବେ।  ଆସନ୍ତୁ ଜାଣିବା, ସକାଳର ନିତ୍ୟକର୍ମରେ ଆପଣ କିପରି ତ୍ଵଚାର ଯତ୍ନ ନେବେ । 

Morning Tips: ତ୍ୱଚାକୁ ସତେଜ ରଖିବା ପାଇଁ ସକାଳେ କରନ୍ତୁ ଏହି କାମ ୬୦ ବର୍ଷରେ ବି ଦେଖାଯିବେ ୩୦ ଭଳି

Morning Health Tips: ସୁନ୍ଦର ଦେଖାଯିବା ପାଇଁ କାହାର ବା ଇଚ୍ଛା ନଥାଏ ? ଅନେକ ବ୍ୟକ୍ତି ନିଜକୁ ସୁନ୍ଦର କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ଗୁଡିକୁ ଆପଣାଇଥାଆନ୍ତି । କାରଣ ସୁନ୍ଦର ଚେହାରା ପ୍ରତି ସମସ୍ତେ ଆକର୍ଷିତ ହୋଇଥାନ୍ତି । କେବଳ ମହିଳା ନୁହନ୍ତି ଆଜିକାଲି ପୁରୁଷମାନେ ମଧ୍ୟ ନିଜ ତ୍ୱଚାର ଯତ୍ନ ନେବା ପାଇଁ ବିଭିନ୍ନ ଉପାୟ ଅବଲମ୍ୱନ କରୁଥିବା ଦେଖିବାକୁ ମିଳିଛି । ତେବେ ଆପଣଙ୍କୁ ଆଜି କିଛି ଖାସ୍ ଟିପ୍ସ କହିବୁ ଯାହା ଆପଣଙ୍କ ପାଇଁ ବେଶ୍ ଲାଭ ଦାୟକ ହେବ । ସହଜରେ ଆପଣ ନିଜକୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରିପାରିବେ । 

ତ୍ଵଚାକୁ କୋମଳ ଓ ସତେଜ ରଖିବା ପାଇଁ ଯତ୍ନ ନେବା ଅତ୍ୟନ୍ତ ଜରୁରୀ, କିନ୍ତୁ ବ୍ୟସ୍ତବହୁଳ ଜୀବନ (Busy Life)ରେ ସମସ୍ତେ ଏହାର ଯତ୍ନ ନେବା ଏବଂ ତ୍ୱଚା ପାଇଁ ପାର୍ଲରରେ ଘଣ୍ଟା ଘଣ୍ଟା ବିତାଇବା ସମ୍ଭବ ହୋଇନଥାଏ । ଯଦି ଆପଣ ସକାଳେ ନିଜର ତ୍ଵଚ଼ା ପାଇଁ ମାତ୍ର ୧୫ ମିନିଟ୍ ଦେବେ, ତେବେ ଆପଣଙ୍କର ଏହି ଅଭ୍ୟାସ ତ୍ୱଚ଼ାର ବୟସ ଅଧାକୁ ହ୍ରାସ କରିପାରେ । ଆଜ୍ଞା ହଁ, ଯଦି ଆପଣ ନିଜର ସକାଳର ନିତ୍ୟକର୍ମରେ ଏହି ୫ ଅଭ୍ୟାସକୁ ଅନ୍ତର୍ଭୁକ୍ତ କରନ୍ତି, ତେବେ ଆମକୁ ବିଶ୍ୱାସ କରନ୍ତୁ, ଯେତେବେଳେ ୬୦ ବର୍ଷ ବୟସର ହେବେ, ଆପଣ ୩୦ ବର୍ଷ ବୟସର ଦେଖାଯିବେ।  ଆସନ୍ତୁ ଜାଣିବା, ସକାଳର ନିତ୍ୟକର୍ମରେ ଆପଣ କିପରି ତ୍ଵଚାର ଯତ୍ନ ନେବେ । 

ସକାଳେ ଏହିପରି ତ୍ୱଚ଼ାର ଯତ୍ନ ନିଅନ୍ତୁ

ଏହିପରି କରନ୍ତୁ ସଫା : ସକାଳେ ଉଠିବା ମାତ୍ରେ ତ୍ୱଚ଼ାକୁ କ୍ଲିଞ୍ଜର୍ ସାହାଯ୍ୟରେ ସଫା କରନ୍ତୁ । ସାବୁନ୍ କିମ୍ବା ଫେସ୍ ୱାସ ଠାରୁ ଦୂରେଇ ରୁହନ୍ତୁ ଓ ପ୍ରାକୃତିକ ଜିନିଷ (Natural things) ସାହାଯ୍ୟରେ ତ୍ୱଚ଼ାକୁ ସଫା କରିବା ଭଲ । ଯଦି ଆପଣଙ୍କର ତ୍ୱଚା ଡ୍ରାଏ ତେବେ କ୍ରିମ୍ କିମ୍ବା ତେଲ ଯୁକ୍ତ କ୍ଲିଞ୍ଜର୍ ବ୍ୟବହାର କରନ୍ତୁ ।

ପ୍ରାକୃତିକ ଫେସ୍ ପ୍ୟାକର ବ୍ୟବହାର
ସକାଳେ ତ୍ୱଚ଼ା ସଫା କରିବା ପରେ ହଳଦୀ, ବେସନ ଓ ଚନ୍ଦନ ମିଶ୍ରଣ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ମୁହଁ ଏବଂ ବେକରେ ଲଗାନ୍ତୁ । ୧୫ ମିନିଟ୍ ପରେ ମୁହଁକୁ ସଫା ପାଣିରେ ଧୋଇ ଦିଅନ୍ତୁ । ଏହିପରି, ଚେହେରା ଆର୍ଦ୍ର ଏବଂ ନମନୀୟ ରହିବ, ଯାହା କୁଞ୍ଚିବାର ସମ୍ଭାବନାକୁ ଦୂରେଇ ରଖିବ ।

ତ୍ଵଚାରେ ଟୋନର ବ୍ୟବହାର କରନ୍ତୁ 
ତ୍ଵଚାକୁ ଅତିରିକ୍ତ ହାଇଡ୍ରେସନ୍ ଦେବା ଜରୁରୀ । ଏଥିପାଇଁ ପ୍ରତିଦିନ ତ୍ଵଚାରେ ଟୋନର ବ୍ୟବହାର କରନ୍ତୁ । ଆପଣ ବଜାରରେ ଉପଲବ୍ଧ ଆଲକୋହଲ ଫ୍ରି ଟୋନର ବ୍ୟବହାର କରିପାରିବେ, ତେବେ ଆପଣ ଗୋଲାପ ଜଳକୁ ଟୋନର ଭାବରେ ମଧ୍ୟ ବ୍ୟବହାର କରିପାରିବେ ।

ସେରମ୍ ବ୍ୟବହାର
ତ୍ଵଚାକୁ ଅତିରିକ୍ତ ସୁରକ୍ଷା ଦେବା ପାଇଁ, ଆପଣଙ୍କୁ ଭିଟାମିନ୍ ସି, ଭିଟାମିନ୍ ଇ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଫେସ୍ ସେରମ୍ ବ୍ୟବହାର କରିବାକୁ ପଡିବ । ଏହା କରିବା ଦ୍ୱାରା ତ୍ଵଚା ଅନେକ ସମସ୍ୟାରୁ ରକ୍ଷା ପାଇଥାଏ ଏବଂ ତ୍ୱଚା ସହଜରେ ସୁସ୍ଥ ରହିଥାଏ । ଏହିପରି, ତ୍ଵଚାରେ ବାର୍ଦ୍ଧକ୍ୟର ଲକ୍ଷଣ ଦେଖାଯାଏ ନାହିଁ ଏବଂ ସବୁବେଳେ ଯୁବାବସ୍ଥା ପରି ଦେଖାଯାଏ ।

ସନସ୍କ୍ରିନର ବ୍ୟବହାର 
ଯଦି ଆପଣ ସୂର୍ଯ୍ୟକିରଣରେ ବାହାରକୁ ଯାଉଛନ୍ତି ତେବେ ନିଶ୍ଚିତ ଭାବରେ ଆପଣଙ୍କ ମୁହଁରେ SPF ଲଗାନ୍ତୁ । ଆପଣଙ୍କ ତ୍ଵଚା ଅନୁଯାୟୀ ଏହାକୁ ବାଛନ୍ତୁ । ତ୍ଵଚାକୁ ଯଥାସମ୍ଭବ ସୂର୍ଯ୍ୟଙ୍କ କ୍ରିରଣ mଠାରୁ ରକ୍ଷା କରିବା ଉଚିତ୍ ।

Also Read- Diabetes Control: ସୁଗାର ନିୟନ୍ତ୍ରଣ କରିବାରେ ସହାୟ ହୋଇଥାଏ ଏହି ପରିବା, ନିଶ୍ଚିତ ଖାଆନ୍ତୁ