Patato: ଅଧିକ ଆଳୁ ଖାଉଛନ୍ତି କି, ମାଡ଼ିଆସିବ ଏହି ସବୁ ରୋଗ
Advertisement
Article Detail0/zeeodisha/odisha1420759

Patato: ଅଧିକ ଆଳୁ ଖାଉଛନ୍ତି କି, ମାଡ଼ିଆସିବ ଏହି ସବୁ ରୋଗ

Disadvantages of Eating Potatoes: ଆଳୁରୁ ପ୍ରସ୍ତୁତ ରେସିପି (Patato Recipes) ପ୍ରାୟ ପ୍ରତ୍ୟେକ ଘରେ ପ୍ରତିଦିନ ବ୍ୟବହୃତ ହୁଏ । ଆଳୁ (Potato) ଏପରି ଏକ ମୂଳ ପନିପରିବା (Vegetable) ଯେ ସମସ୍ତ ବୟସର ଲୋକମାନେ ଖାଇବାକୁ ପସନ୍ଦ କରନ୍ତି । ଆଳୁ ବିନା ଅନେକ ଖାଦ୍ୟ ଅସମ୍ପୂର୍ଣ୍ଣ । ଆଳୁରୁ ଅନେକ ପ୍ରକାରର ରେସିପି ପ୍ରସ୍ତୁତ କରାଯାଇପାରେ । ଆ

Patato: ଅଧିକ ଆଳୁ ଖାଉଛନ୍ତି କି, ମାଡ଼ିଆସିବ ଏହି ସବୁ ରୋଗ

ନୂଆଦିଲ୍ଲୀ: Disadvantages of Eating Potatoes: ଆଳୁରୁ ପ୍ରସ୍ତୁତ ରେସିପି (Patato Recipes) ପ୍ରାୟ ପ୍ରତ୍ୟେକ ଘରେ ପ୍ରତିଦିନ ବ୍ୟବହୃତ ହୁଏ । ଆଳୁ (Potato) ଏପରି ଏକ ମୂଳ ପନିପରିବା (Vegetable) ଯେ ସମସ୍ତ ବୟସର ଲୋକମାନେ ଖାଇବାକୁ ପସନ୍ଦ କରନ୍ତି । ଆଳୁ ବିନା ଅନେକ ଖାଦ୍ୟ ଅସମ୍ପୂର୍ଣ୍ଣ । ଆଳୁରୁ ଅନେକ ପ୍ରକାରର ରେସିପି ପ୍ରସ୍ତୁତ କରାଯାଇପାରେ । ଆଳୁରେ ଫାଇବର, ଜିଙ୍କ, ଆଇରନ୍ ଏବଂ କ୍ୟାଲସିୟମ୍ ଭରପୂର ମାତ୍ରାରେ ମିଳିଥାଏ । ଏହା ବ୍ୟତୀତ ଆଳୁରେ କାରୋଟିନଏଡ୍, ଫ୍ଲାଭୋନାଏଡ୍ ଏବଂ ଫେନୋଲିକ୍ ଏସିଡ୍ ପରି ଆଣ୍ଟି-ଅକ୍ସିଡାଣ୍ଟ ଥାଏ । ଯାହା ଆପଣଙ୍କୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ପ୍ରତ୍ୟେକ ଜିନିଷର ଲାଭ ଓ କ୍ଷତି ରହିଥାଏ । ସେହିଭଳି ଆଳୁକୁ ଅତ୍ୟଧିକ ଖାଇବା ଦ୍ୱାରା ଶରୀରରେ ଅନେକ କ୍ଷତି ହୋଇପାରେ ।

ଅଧିକ ଆଳୁ ଖାଇବାରୁ ହୋଇଥାଏ ଏସବୁ ସମସ୍ୟା

୧. ରକ୍ତଚାପ (Blood Pressure)
ଆଳୁକୁ ଅଧିକ ଖାଇବା ଦ୍ୱାରା ରକ୍ତଚାପ ବଢ଼ିପାରେ । ଯଦି ଆପଣ ରକ୍ତଚାପର ରୋଗୀ ତେବେ ଭୁଲରେ ବି ଅଧିକ ଆଳୁ ଖାଆନ୍ତୁ ନାହିଁ । ଏହା ରକ୍ତଚାପର ସମସ୍ୟାକୁ ଆହୁରି ବଢ଼ାଇପାରେ ।

୨. ଆଲର୍ଜି (Allergies)
ଅନେକ ଲୋକଙ୍କୁ ଆଳୁ ଖାଇବା ଯୋଗୁଁ ଆଲର୍ଜି ହୋଇପାରେ । ବିଶେଷକରି ଯଦି ଆପଣ ନୀଳ ରଙ୍ଗର କିମ୍ବା ଗଜା ଆଳୁ ଖାଆନ୍ତି, ତେବେ ଏହା ଶରୀର ପାଇଁ ଅନେକ କ୍ଷତିକାରକ ମଧ୍ୟ ହୋଇପାରେ । ଏହିପରି ଆଳୁ ଖାଇବା ଦ୍ୱାରା ଆଲର୍ଜି ସମସ୍ୟା ସୃଷ୍ଟି ହୋଇପାରେ ।

୩. ଓଜନ ବୃଦ୍ଧି (Weight Gain)
ଆଳୁ କୁ ଅଧିକ ଖାଇବା ଦ୍ୱାରା ଓଜନ ବଢ଼ିପାରେ । ଆଳୁରେ କାର୍ବୋହାଇଡ୍ରେଟ୍ ଭରପୂର ମାତ୍ରାରେ ରହିଥାଏ ଓ କାର୍ବୋହାଇଡ୍ରେଟ୍ ଅଧିକ ମାତ୍ରାରେ କ୍ୟାଲୋରୀ ବଢ଼ାଇପାରେ, ଯାହା ମୋଟାପଣର କାରଣ ହୋଇପାରେ ।

୪. ଏସିଡିଟି (Acidity)
ଆଳୁର ଅତ୍ୟଧିକ ବ୍ୟବହାର ଯୋଗୁଁ ଅନେକ ଲୋକଙ୍କର ଅମ୍ଳତା ସମସ୍ୟା ହୋଇପାରେ । ଯଦି ଆପଣଙ୍କର ଗ୍ୟାସ୍, ହଜମ ସମସ୍ୟା ଅଛି, ତେବେ ଆପଣ ଆଳୁ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।

ଡିସକ୍ଲେମର: ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ଅନୁମାନ ଉପରେ ଆଧାରିତ । ଏଠାରେ ପ୍ରଦାନ କରାଯାଇଥିବା ସୂଚନା କୌଣସି ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ । ଏହାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରୀ ପରାମର୍ଶ ନିଅନ୍ତୁ  । ଏହା କେବଳ ଶିକ୍ଷା ଉଦ୍ଦେଶ୍ୟରେ ଦିଆଯାଉଛି । ଜୀ ଓଡ଼ିଶା ଏହାର ପୃଷ୍ଟି କରେ ନାହିଁ ।

ଅଧିକ ପଢନ୍ତୁ: ଭାରତର ଡିଜିଟାଲ ମୁଦ୍ରା ଓ କ୍ରିପ୍ଟୋ କରେନ୍ସି ମଧ୍ୟରେ ପାର୍ଥକ୍ୟ କଣ? ଜାଣନ୍ତୁ ଟଙ୍କାର ଭବିଷ୍ୟତ

ଅଧିକ ପଢନ୍ତୁ: Sukesh Chandrashekhar Chanda: ସୁକେଶର 'ଚିଠି' ପାଇବା ପରେ ଅଡ଼ୁଆରେ କେଜରିଓ୍ୱାଲ, ଜେଲରେ ସୁରକ୍ଷା ପାଇଁ ଦେଇଥିଲା ମୋଟା ଅଙ୍କର ଚାନ୍ଦା