DGCA Fines Air India: ଏୟାର ଇଣ୍ଡିଆ ବିରୋଧରେ ପୁଣି ଥରେ ଜରିମାନା ଲଗାଇଲା ଡିଜିସିଏ
Advertisement

DGCA Fines Air India: ଏୟାର ଇଣ୍ଡିଆ ବିରୋଧରେ ପୁଣି ଥରେ ଜରିମାନା ଲଗାଇଲା ଡିଜିସିଏ

DGCA imposed fine against Air India again: ପୁନର୍ବାର ଏୟାର ଇଣ୍ଡିଆ ବିରୋଧରେ ଜରିମାନା ଲଗାଇଛି ଡିଜିସିଏ।  ନିୟମ ଉଲ୍ଲଂଘନ ସହ ଜଡିତ ମାମଲାରେ ଗତ ଜାନୁଆରୀ ମାସରେ ଡିଜିସିଏ ଦ୍ୱାରା ଏୟାର ଇଣ୍ଡିଆ ବିରୋଧରେ ହୋଇଥିବା ଆଶ୍ଚର୍ଯ୍ୟଜନକ ଯାଞ୍ଚ ପରେ ଏହା ସାମ୍ନାକୁ ଆସିଛି।

 

DGCA Fines Air India: ଏୟାର ଇଣ୍ଡିଆ ବିରୋଧରେ ପୁଣି ଥରେ ଜରିମାନା ଲଗାଇଲା ଡିଜିସିଏ

DGCA imposed fine of 80 lakhs against Air India: ପୁଣି ଥରେ ଘରୋଇ ବିମାନ ସେବା ପ୍ରଦାନାକରୀ ସଂସ୍ଥା ଜରିମାନା ଲଗାଇଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)। ଏଥର ଡିଜିସିଏ ଏୟାର ଇଣ୍ଡିଆ ବିରୋଧରେ ୮୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ଫ୍ଲାଇଟ ଡ୍ୟୁଟି ସମୟ ସୀମା ଏବଂ ଫ୍ଲାଇଟ୍ କ୍ରୁ ସଦସ୍ୟଙ୍କ ଥକ୍କାପଣ ସହ ଜଡିତ ନିୟମ ଉଲ୍ଲଂଘନ ପାଇଁ ବିମାନ ସେବା ପ୍ରଦାନାକରୀ ସଂସ୍ଥା ବିରୋଧରେ ଏପରି ଦଣ୍ଡବିଧାନ କରାଯାଇଛି। ନିୟମ ଉଲ୍ଲଂଘନ ସହ ଜଡିତ ଏହି ସୂଚନା ଗତ ଜାନୁଆରୀ ମାସରେ ଡିଜିସିଏ ଦ୍ୱାରା ଏୟାର ଇଣ୍ଡିଆ ଠାରେ ଆଶ୍ଚର୍ଯ୍ୟଜନକ ଯାଞ୍ଚ ପରେ ସାମ୍ନାକୁ ଆସିଛି। ଏହି ମାମଲାରେ ଏୟାର ଇଣ୍ଡିଆ ଉଦ୍ଦେଶ୍ୟରେ ଡିଜିସିଏ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା।

ଏୟାର ଇଣ୍ଡିଆ ଜବାବରେ ସନ୍ତୁଷ୍ଟ ନାହିଁ ଡିଜିସିଏ
ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଦ୍ୱାରା ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ ଏହି ପ୍ରସଙ୍ଗରେ ବିମାନ ସେବା ପ୍ରଦାନାକରୀ ସଂସ୍ଥା ଦେଇଥିବା ଉତ୍ତର ସନ୍ତୋଷଜନକ ନହେବା ପରେ ୮୦ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି। ଡିଜିସିଏ ଦ୍ୱାରା ପ୍ରକାଶିତ କିଛି ରିପୋର୍ଟ ଦର୍ଶାଇଛି ଯେ ଏୟାର ଇଣ୍ଡିଆ ଲିମିଟେଡ୍ ୬୦ ବର୍ଷରୁ ଉର୍ଦ୍ଧ୍ୱ ଦୁଇଜଣ ଫ୍ଲାଇଟ୍ କ୍ରୁ ସଦସ୍ୟଙ୍କୁ ଏକାଠି ଉଡ଼ାଇ ଏୟରକ୍ରାଫ୍ଟ ରୁଲ ୧୯୩୭, ୨୮ଏ, ଉପନିୟମ (୨) ଉଲ୍ଲଂଘନ କରିଛି। 

କର୍ମଚାରୀଙ୍କୁ କମ୍ ସାପ୍ତାହିକ ବିଶ୍ରାମ ଦେଇଥିଲା ଏୟାର ଇଣ୍ଡିଆ
ଡିଜିସିଏ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଏୟାର ଇଣ୍ଡିଆ ଏହାର କର୍ମଚାରୀଙ୍କୁ କମ୍ ସାପ୍ତାହିକ ବିଶ୍ରାମ ଦେଇଛି। ଏହା ବ୍ୟତୀତ ଦୂର ସ୍ଥାନକୁ ଯାତ୍ରା କରିବା ପୂର୍ବରୁ ଏବଂ ଯାତ୍ରା ପରେ ବିମାନ କର୍ମଚାରୀଙ୍କୁ ଦିଆଯାଇଥିବା ବିଶ୍ରାମ ମଧ୍ୟ ହ୍ରାସ କରିଛି। ଯାହା ଫ୍ଲାଇଟ ଡ୍ୟୁଟି ସମୟ ସୀମାର ବେସାମରିକ ବିମାନ ଚଳାଚଳ ଆବଶ୍ୟକତା ସହିତ ଜଡିତ ବ୍ୟବସ୍ଥାର ଉଲ୍ଲଂଘନ। ଯାଞ୍ଚ ସମୟରେ ଡ୍ୟୁଟି ସମୟ ଠାରୁ ଅଧିକ ଉଡ଼ାଣ ଭରିବା, ତାଲିମ ରେକର୍ଡ ଭୁଲ ଉପାୟରେ ଉପସ୍ଥାପନ କରିବା, ଅତିରିକ୍ତ ଡ୍ୟୁଟି ସମୟ ସହ ଜଡ଼ିତ ମାମଲା ମଧ୍ୟ ସାମ୍ନାକୁ ଆସିଥିଲା। 

ଏହାପୂର୍ବରୁ ଡିଜିସିଏ ଦ୍ୱାରା ଏୟାର ଇଣ୍ଡିଆ ବିରୋଧରେ ୩୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଥିଲା। ମୁମ୍ବାଇ ବିମାନବନ୍ଦରରେ ଜଣେ ୮୦ବର୍ଷ ବୟସ୍କା ଯାତ୍ରୀଙ୍କୁ ହ୍ୱିଲ ଚେୟାର ଯୋଗାଇ ଦେଇ ନ ଥିବାରୁ ଏହି ଦଣ୍ଡବିଧାନ କରାଯାଇଥିଲା। ହ୍ୱିଲ୍ ଚେୟାର ଅଭାବରୁ ଯାତ୍ରୀଙ୍କୁ ରନୱେ ଠାରୁ ଟର୍ମିନାଲ୍ ପର୍ଯ୍ୟନ୍ତ ଚାଲିବାକୁ ପଡ଼ିଥିଲା। ଯେଉଁ କାରଣରୁ ତଳେ ପଡ଼ିଯିବାରୁ ତାଙ୍କ ମୃତ୍ୟୁ ହୋଇଥିଲା।