Delhi Elevated Taxiway: ଦିଲ୍ଲୀ ବିମାନ ବନ୍ଦରର ଟ୍ୟାକ୍ସିୱେ ଠାରେ ଗଡ଼ିଲା ବୋଇଂ ବିମାନ
Advertisement
Article Detail0/zeeodisha/odisha2084567

Delhi Elevated Taxiway: ଦିଲ୍ଲୀ ବିମାନ ବନ୍ଦରର ଟ୍ୟାକ୍ସିୱେ ଠାରେ ଗଡ଼ିଲା ବୋଇଂ ବିମାନ

Delhi Airport First Elevated Taxiway Inauguratation: ନିକଟରେ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦର ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଉଦଘାଟିତ ହୋଇସାରିଛି ଦେଶର ପ୍ରଥମ ଟ୍ୟାକ୍ସିୱେ। ଏପରି ଅତ୍ୟାଧୁନିକ କାର୍ଯ୍ୟକ୍ଷମ ହେବା ଦ୍ୱାରା ଦେଶରେ ବିମାନ ଚଳାଚଳ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇପାରିବ।

 

 Delhi Elevated Taxiway: ଦିଲ୍ଲୀ ବିମାନ ବନ୍ଦରର ଟ୍ୟାକ୍ସିୱେ ଠାରେ ଗଡ଼ିଲା ବୋଇଂ ବିମାନ

Delhi Airports First Ever Elevated Taxiway: ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦର ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଉଦଘାଟିତ ହୋଇଛି ଦେଶର ପ୍ରଥମ ଉଚ୍ଚତର ଟ୍ୟାକ୍ସିୱେ। ଏହି ଅବସରରେ ବି୭୪୭ ବୋଇଂ ବିମାନକୁ ଦେଖିବାକୁ ମିଳିଥିଲା। ଯାହାକୁ ଟ୍ୟାକ୍ସିୱେ ଠାରେ ଗଡୁଥିବାର ଦେଖିବାକୁ ମିଳିଥିଲା। ଦିଲ୍ଲୀ ବିମାନବନ୍ଦରରେ ଉଦଘାଟିତ ହୋଇଥିବା ପ୍ରଥମ ଟ୍ୟାକ୍ସିୱେ ଠାରେ ବୋଇଂ ବିମାନ ଗଡ଼ିବାର ବିମାନ ସାମ୍ନାକୁ ଆସିଛି।

ନିକଟରେ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦର ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଉଦଘାଟିତ ହୋଇଥିବା ପ୍ରଥମ ଉଚ୍ଚତର ଟ୍ୟାକ୍ସିୱେ ଦେଶର ବିମାନ ଶିଳ୍ପରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଦିଲ୍ଲୀ ବିମାନବନ୍ଦରରେ ଉଦଘାଟିତ ହୋଇଥିବା ପ୍ରଥମ ଟ୍ୟାକ୍ସିୱେ ଠାରେ ବୋଇଂ ବିମାନ ଗଡ଼ିବାର ଭିଡ଼ିଓ @MeghUpdates ନାମକ ଟ୍ୱିଟର ହ୍ୟାଣ୍ଡେଲ ପକ୍ଷରୁ ପୋଷ୍ଟ କରାଯାଇଛି। ଯାହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୯୦.୯ ହଡାର ମତାମତ ମିଳିସାରିଛି। ଯାହାକୁ ସୋସିଆଲ ମିଡ଼ିଆ ୟୁଜର ଖୁବ ପସନ୍ଦ କରିଛନ୍ତି।ବିମାନ ଚଳାଚଳ ବିଶେଷଜ୍ଞ ଦିଲ୍ଲୀ ବିମାନ ବନ୍ଦରରେ ପ୍ରଥମ ଟ୍ୟାକ୍ସିୱେ ଉଦଘାଟିତ ହେବା ପରେ ଏହା ଉପରେ ଅଧିକ ତର୍ଜମା କରୁଛନ୍ତି। ଯାହା ଦେଶର ଏହି ପ୍ରମୁଖ ଆନ୍ତର୍ଜାତୀୟ ବିମାନ ବନ୍ଦରର ସାମଗ୍ରିକ କ୍ଷମତା ଏବଂ ଦକ୍ଷତା ଉପରେ ପ୍ରଭାବ ପକାଇବ। ଏହିପରି ଅତ୍ୟାଧୁନିକ ଭିତ୍ତିଭୂମି ଅନ୍ତର୍ଭୁକ୍ତ ହେବା ଦ୍ୱାରା ଦେଶରେ ବିମାନ ଚଳାଚଳ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇପାରିବ।

କାହିଁକି ଦିଲ୍ଲୀ ବିମାନ ବନ୍ଦରରେ ନିର୍ମାଣ କରାଗଲା ଟ୍ୟାକ୍ସିୱେ?
ଟ୍ୟାକ୍ସି ୱେ ନିର୍ମାଣ ହେବା ଦ୍ୱାରା ବିମାନ ବନ୍ଦରର ପ୍ରଥମ ଟର୍ମିନାଲ୍ ଠାରୁ ତୃତୀୟ ଟର୍ମିନାଲ୍ ମଧ୍ୟରେ ରହିଥିବା ଦୂରତା ହ୍ରାସ ପାଇବ। ଏପରି ଉନ୍ନତ କ୍ରସ ଟ୍ୟାକ୍ସି ୱେ ନିର୍ମାଣ ପାଇଁ ପ୍ରାୟ ୨ ବର୍ଷର ସମୟ ଲାଗିଛି। ଏହା ହେଉଛି ଦେଶର ପ୍ରଥମ ଉଚ୍ଚତର କ୍ରସ-ୱେ ଯେଉଁଥିରେ ଦୁଇଟି ବଡ ବିମାନ ସମାନ ସମୟରେ ଯାତ୍ରା କରିପାରିବ। ଏହାପୂର୍ବରୁ ଯେତେବେଳେ ବିମାନ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରୁଥିଲା, ସେତେବେଳେ ଟର୍ମିନାଲ୍ ୩ ଠାରୁ ଟର୍ମିନାଲ୍ ୧ ପର୍ଯ୍ୟନ୍ତ ଟ୍ୟାକ୍ସି କରିବାକୁ ପ୍ରାୟ ୩୦-୪୦ ମିନିଟ୍ ସମୟ ଲାଗୁଥିଲା। 

ଯଦି ରନ୍ ୱେ ଠାରେ କୌଣସି ବିମାନ ଉଡ଼ାଣ କିମ୍ବା ଅବତରଣ କରିବାକୁ ଅପେକ୍ଷା କରିଥାଏ, ତାହେଲେ ଏଥିପାଇଁ ଅଧିକ ସମୟ ଲାଗୁଥଲା। ହେଲେ ଟ୍ୟାକ୍ସି ରାସ୍ତା ନିର୍ମାଣ ପରେ ଏହି ସମୟ ଯଥେଷ୍ଟ ହ୍ରାସ ପାଇବ। କାରଣ ପୂର୍ବରୁ କୌଣସି ବିମାନକୁ ପ୍ରାୟ ୯ କିଲୋମିଟର ରାଉଣ୍ଡ ନେବାକୁ ପଡୁଥିଲା। ହେଲେ ଏଥର ଟ୍ୟାକ୍ସି-ୱେ ନିର୍ମାଣ ପରେ ଦୂରତା ୭ କିଲୋମିଟର ହ୍ରାସ ପାଇବ। ଅର୍ଥାତ୍ ବର୍ତ୍ତମାନ କୌଣସି ବିମାନକୁ ଟ୍ୟାକ୍ସି ରାସ୍ତାରେ ମାତ୍ର ୨ କିଲୋମିଟର ଯାତ୍ରା କରିବାକୁ ହେବ। ଏହି କ୍ରସ-ୱେ ନିର୍ମାଣ ଆସନ୍ତା ୨୦୩୦ ପର୍ଯ୍ୟନ୍ତ ଦିଲ୍ଲୀ ବିମାନ ବନ୍ଦରକୁ ସମ୍ପୂର୍ଣ୍ଣ କାର୍ବନ ମୁକ୍ତ କରିବା ଦିଗରେ ଏକ ବଡ଼ ପଦକ୍ଷେପ। ଏହି କ୍ରସ୍-ୱେ, ଇଷ୍ଟର୍ଣ୍ଣ କ୍ରସ୍ ଟ୍ୟାକ୍ସି ୱେ ନାମରେ ନାମିତ କରାଯାଇଛି। କାରଣ ଏହା ବିମାନ ବନ୍ଦର ରନୱେ ପୂର୍ବ ପାର୍ଶ୍ୱକୁ ନିର୍ମିତ ହୋଇଛି। ଯାହା ଉଭୟ ଉତ୍ତର-ଦକ୍ଷିଣ ପରସ୍ପର ସହ ଯୋଡ଼ିଥାଏ।

ଏହି ଟ୍ୟାକ୍ସି ରାସ୍ତାରେ ଦୁଇଟି ଲେନ ରହିଛି। ଯାହାର ଚଉଡ଼ା ହେଉଛି ୪୪ ମିଟର ଚଉଡା। ଏହା ମଧ୍ୟରେ ୪୭ ମିଟର ବ୍ୟବଧାନ ରହିଛି। ଯାହା ଦ୍ୱାରା ଦୁଇଟି ବଡ଼ ବିମାନ ଏକତ୍ର ଉଡ଼ାଣ ଭରିପାରିବ। ଏହି ଟ୍ୟାକ୍ସି ରାସ୍ତାରେ ୫୯୦ ସ୍ତମ୍ଭ ବ୍ୟବହୃତ ହୋଇଛି। ଯାହାର ଗୋଟିଏ ସ୍ତମ୍ଭର ଓଜନ ହେଉଛି ୯୦ ମେଟ୍ରିକ୍ ଟନ୍। ଯାହା ଦ୍ୱାରା ଏହି ରାସ୍ତା ଏକ ବଡ଼ ବିମାନର ଓଜନ ଉଠାଇ ପାରିବ। ଏପରିକି RDX କିମ୍ବା TNT ପରି ବଡ଼ ବିସ୍ଫୋରଣ ହେଲେ ମଧ୍ୟ ଏହାର କୌଣସି କ୍ଷତି ହେବ ନାହିଁ। ଦିଲ୍ଲୀ ବିମାନବନ୍ଦରରେ ଚତୁର୍ଥ ରନୱେ ପ୍ରସ୍ତୁତ ହୋଇସାରିଛି।