Deputy CM Manish Sisodia: ଗିରଫ ହେବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆ ! ୧୫୦ କୋଟି ମଦ ସ୍କାମ ହେରଫେରର ତଦନ୍ତ କରୁଛି ସିବିଆଇ
Advertisement
Article Detail0/zeeodisha/odisha1269322

Deputy CM Manish Sisodia: ଗିରଫ ହେବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆ ! ୧୫୦ କୋଟି ମଦ ସ୍କାମ ହେରଫେରର ତଦନ୍ତ କରୁଛି ସିବିଆଇ

ନୂତନ ଏକ୍ସାଇଜ୍ ଡ୍ୟୁଟିରେ ଅନିୟମିତତା ଅଭିଯୋଗ ରହିଛି। ଅଭିଯୋଗ ହୋଇଛି ଯେ ନୂତନ ଏକ୍ସାଇଜ୍ ପଲିସି ମାଧ୍ୟମରେ ମଦ ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତିଙ୍କୁ ଅଯଥା ଲାଭ ପ୍ରଦାନ କରାଯାଇଛି। ଲାଇସେନ୍ସ ପ୍ରଦାନ ସମୟରେ ନିୟମର ଉଲଙ୍ଘନ କରାଯାଇଛି। ଟେଣ୍ଡର ପରେ ଠିକାଦାରମାନଙ୍କୁ ୧୪୪କୋଟି ଟଙ୍କା ଛାଡ କରାଯାଇଥିବା ଅଭିଯୋଗ ହୋଇଛି।  

 Deputy CM Manish Sisodia: ଗିରଫ ହେବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆ ! ୧୫୦ କୋଟି ମଦ ସ୍କାମ ହେରଫେରର ତଦନ୍ତ କରୁଛି ସିବିଆଇ

Delhi Deputy CM manish sisodia: ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କର (Delhi Government) ବଢୁଛି ଅଡୁଆ।  ନୂଆ ମାମଲାରେ ଫସିଛନ୍ତି  ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ (Manish Sisodia)।  କିଛିଦିନ ତଳେ ଦିଲ୍ଲୀ ସରକାର (Delhi Government) ଆଣିଥିବା 'ସରାବ ନୀତି'ର (Sarab Law) ଯାଞ୍ଚ କରୁଛି ସିବିଆଇ। ଏବାବଦରେ ଦିଲ୍ଲୀ ଉପରାଜ୍ୟପାଳ ବିନୟ ସକ୍ସେନା ସିବିଆଇ (CBI) ଯାଞ୍ଚ ପାଇଁ ଅପିଲ କରିଛନ୍ତି। ଖାସ କଥା ହେଉଛି ଦିଲ୍ଲୀର ଅବକାରୀ ବିଭାଗ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ (Deputy Chief Minister) ମନୀଷ ସିସୋଦିଆଙ୍କ ଅଧିନରେ ରହିଥିବାରୁ ସେ ମଧ୍ୟ ତଦନ୍ତ ପରିସରକୁ ଆସିବେ। ସେପଟେ ଯଦି ଆପ୍ କଥା ଦେଖିବା ଅରବିନ୍ଦ କେଜ୍ରିୱାଲଙ୍କ ପରେ ସବୁଠାରୁ ଚର୍ଚ୍ଚିତ ଚେହେରା ହେଉଛନ୍ତି ମନୀଷ ସିସୋଦିଆ। ସତୈନ୍ଦ୍ର ଜୈନଙ୍କ ଗିରଫଦାରୀ ପରେ ସିସୋଦିଆଙ୍କ ଅଧିନରେ ୧୯ଟି ବିଭାଗ ରହିଛି।  ଏଭଳି କ୍ଷେତ୍ରରେ ମନୀଷ ସିସୋଦିଆଙ୍କ ନାଁ ସିଧାସଳଖ ଏଲଜି ମୁଖ୍ୟ ସଚିବଙ୍କ ରିପୋର୍ଟରେ ଆସିବା ମାମଲାକୁ ଅଧିକ ଗମ୍ଭୀର କରୁଛି। ତେବେ ଏହି ରିପୋର୍ଟକୁ ହିଁ ନେଇ ସିବିଆଇ ଯାଞ୍ଚ କରିବ।

ରିପୋର୍ଟରେ ଅଛି କଣ?
ନୂତନ ଏକ୍ସାଇଜ୍ ଡ୍ୟୁଟିରେ ଅନିୟମିତତା ଅଭିଯୋଗ ରହିଛି। ଅଭିଯୋଗ ହୋଇଛି ଯେ ନୂତନ ଏକ୍ସାଇଜ୍ ପଲିସି ମାଧ୍ୟମରେ ମଦ ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତିଙ୍କୁ ଅଯଥା ଲାଭ ପ୍ରଦାନ କରାଯାଇଛି। ଲାଇସେନ୍ସ ପ୍ରଦାନ ସମୟରେ ନିୟମର ଉଲଙ୍ଘନ କରାଯାଇଛି। ଟେଣ୍ଡର ପରେ ଠିକାଦାରମାନଙ୍କୁ ୧୪୪କୋଟି ଟଙ୍କା ଛାଡ କରାଯାଇଥିବା ଅଭିଯୋଗ ହୋଇଛି।  ରିପୋର୍ଟରେ କୁହାଯାଇଛି ଯେ ଏହି ନୀତି ମାଧ୍ୟମରେ କରୋନା ବାହାନା କରି ଲାଇସେନ୍ସ ଫି ଛାଡ କରାଯାଇଥିଲା। ବ୍ୟବସାୟୀଙ୍କୁ ଲାଭ ପ୍ରଦାନ କରାଯାଇଥିଲା। ଅଭିଯୋଗ ହୋଇଛି ଯେ  ନୂତନ ଏକ୍ସାଇଜ୍ ପଲିସି ଅଧୀନରେ ନିଆଯାଇଥିବା ପଦକ୍ଷେପ ଯୋଗୁଁ ରାଜସ୍ୱ ବ୍ୟାପକ କ୍ଷତି ହୋଇଛି। ମଦ ବ୍ୟବସାୟୀମାନଙ୍କୁ ଲାଭ ଦେବା ଲକ୍ଷ୍ୟରେ ଏହି ନୂତନ ନୀତି ଅଣାଯାଇଛି।  

ତେବେ ଏହି ଘଟଣାକୁ ନେଇ ରାଜନୀତି ବି ଆରମ୍ଭ ହୋଇଯାଇଛି। ବିଜେପିର ବୟାନ ସାମ୍ନାକୁ ଆସିଛି। ଉପରାଜ୍ୟପାଳଙ୍କୁ ଧନ୍ଯବାଦ ଦେବା ସହ ରାଜ୍ଯ ସରକାର ଗଳିଗଳିରେ ମଦ ଦୋକାନ ଖୋଲି ଭ୍ରଷ୍ଟ୍ରାଚାର କରୁଥିବା କହିଛି ଦଳ। ବିଜେପି ନେତା ହରିଶ ଖୁରାନା କହିଛନ୍ତି ଯେ, ଏସବୁ ଅରବିନ୍ଦ କେଜ୍ରିୱାଲଙ୍କ ଜାଣତରେ ହୋଇଛି। ଯାହାର ପ୍ରମାଣ ରହିଥିବା ମଧ୍ଯ ସେ କହିଛନ୍ତି। କେବଳ ଏତିକି ନୁହେଁ ଏହି ଭ୍ରଷ୍ଟ୍ରାଚାର ହୋଇଥିବା ପଇସାକୁ ପଞ୍ଜାବ ନିର୍ବାଚନରେ ଖର୍ଚ୍ଚ କରାଯାଇଥିବା କହିଛନ୍ତି ଖୁରାନା।  ସେପଟେ ବିଜେପି ସାଂସଦ ଗୌତମ ଗମ୍ଭୀର ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀରେ ମଦ ବ୍ୟବସାୟ କରୁଥିବା ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଶୁଣିଛନ୍ତି।  ଜଣେ ଜେଲରେ ଅଛନ୍ତି, ଆଉଜଣେ ଯିବାକୁ ପ୍ରସ୍ତୁତ ହେଉଛନ୍ତି।

ସେପେଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଡେପୁଟି ସିଏମ ମନୀଷ ସିସୋଦିଆଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। କେଜ୍ରିୱାଲ କହିଛନ୍ତି, ଆମେ ଜେଲ କି ଫାଶୀକୁ ଡରିନୁ। କେଜ୍ରିୱାଲ କହିଛନ୍ତି ସିସୋଦିଆ କଟ୍ଟର ଦେଶଭକ୍ତ। ଏହାଛଡା ଆମେ ତିନି ଚାରି ମାସ, ଆଗରୁ କହିଥିଲୁ କି ମନୀଷ ସିସୋଦିଆଙ୍କୁ ମଧ୍ଯ ଗିରଫ କରାଯିବ। ଆମକୁ ସୋମାନଙ୍କ ଲୋକ ହିଁ କହିଥିଲେ ଯେ ମନୀଷ ସିସୋଡିଆଙ୍କୁ ଗିରଫ କରାଯିବ।  କେଜ୍ରିୱାଲ କହିଛନ୍ତି, ଯେତେବେଳେ ଆମେ ସେମାନଙ୍କ ଲୋକଙ୍କୁ ପଚାରିଥିଲୁ କେଉଁ ମାମଲାରେ ସେମାନଙ୍କୁ ଗିରଫ କରାଯିବ। ସେମାନୋ କହିଥିଲେ ଯେ କୌଣସି ମାମଲା ନାହିଁ ।