Delhi CM Arvind Kejriwal: ୨୩ ଅପ୍ରେଲ ପର୍ଯ୍ୟନ୍ତ ବଢିଲା ଅରବିନ୍ଦ କେଜ୍ରିୱାଲକଙ୍କ ନ୍ୟାୟିକ ହେପାଜତ ଅବଧି
Advertisement
Article Detail0/zeeodisha/odisha2205296

Delhi CM Arvind Kejriwal: ୨୩ ଅପ୍ରେଲ ପର୍ଯ୍ୟନ୍ତ ବଢିଲା ଅରବିନ୍ଦ କେଜ୍ରିୱାଲକଙ୍କ ନ୍ୟାୟିକ ହେପାଜତ ଅବଧି

Delhi Excise Policy Scam: ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲକଙ୍କ ନ୍ୟାୟିକ ହେପାଜତ ଅବଧି ବଢାଇଛନ୍ତି ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟ।

Delhi CM Arvind Kejriwal: ୨୩ ଅପ୍ରେଲ ପର୍ଯ୍ୟନ୍ତ ବଢିଲା ଅରବିନ୍ଦ କେଜ୍ରିୱାଲକଙ୍କ ନ୍ୟାୟିକ ହେପାଜତ ଅବଧି

Delhi CM Judicial Custody Extended till April 23: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଆସିଛି ବଡ଼ ଖବର। ଅପ୍ରେଲ ୧୫ ତାରିଖ ସୋମବାର ଅପ୍ରେଲ ଦିଲ୍ଲୀ ସ୍ଥିତ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧିକୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟ ସ୍ୱତନ୍ତ୍ର ଜଜ୍ (ପିସି ଆକ୍ଟ) କାଭେରୀ ବାୱେଜା ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୩ ତାରିଖରେ ଭିଡିଓ କନଫରେନ୍ସ ଯୋଗେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଅଦାଲତରେ ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ଆଜି ତାଙ୍କର ନ୍ୟାୟିକ ହେପାଜତ ଅବଧି ପୂରଣ ହୋଇଛି।

"Bar and Bench" ପକ୍ଷରୁ ପ୍ରକାଶିତ ଖବର ଅନୁସାରେ ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗତ ମାର୍ଚ୍ଚ ୨୧ ତାରିଖରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)। ଏନେଇ  ହୋଇଥିବା ଅଭିଯୋଗ ଅନୁସାରେ ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ମୁଖ୍ୟ ଷଡଯନ୍ତ୍ରକାରୀ। ଗିରଫଦାରୀରୁ ବର୍ତ୍ତିବା ପାଇଁ ଦିଲ୍ଲୀ ହାଇକୋର୍ଟ ଠାରେ ଏକ ଆବେଦନ କରିଥିଲେ ଅରବିନ୍ଦ କେଜ୍ରିୱାଲ। ଯେଉଁଥିରେ ସେ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପାଇଁ ନିବେଦନ କରିଥିଲେ। ମାତ୍ର ଦିଲ୍ଲୀ ହାଇକୋର୍ଟ ତାଙ୍କ ଆବେଦନ ପ୍ରତ୍ୟାଖ୍ୟାନ କରିବାର କିଛି ଘଣ୍ଟା ପରେ  ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡ଼ି।

ଗିରଫ କରିବା ପରେ ମାର୍ଚ୍ଚ ୨୨ ତାରିଖରେ ସ୍ୱତନ୍ତ୍ର ଜଜ୍ (ପିସି ଆକ୍ଟ) କାଭେରୀ ବାୱେଜାଙ୍କ ଅଦାଲତରେ ଅରବିନ୍ଦ କେଜ୍ରିୱାଲଙ୍କୁ ହାଜର କରିଥିଲା ଇଡ଼ି। ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇଇଥିଲେ କୋର୍ଟ। ହାଜତ ମିଆଦୀ ଅବଧି ପୂରଣ ହେବା ପରେ ପୁନଃର୍ବାର ତାଙ୍କ ଇଡି଼ ହେପାଜତ ଅବଧିକୁ ଆଗକୁ ଆହୁରି ବୃଦ୍ଧି କରାଯାଇଥିଲା। ଶେଷରେ ଅପ୍ରେଲ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା।  

୨୦୨୧-୨୨ ବର୍ଷ ପାଇଁ  ଅବକାରୀ ନୀତିରେ ହୋଇଥିବା ଅନିୟମିତତା ସମ୍ପର୍କରେ ୨୦୨୨ ଅଗଷ୍ଟ ୧୭ ତାରିଖରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା। ଯାହା ପରେ ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି଼ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଥିଲା। ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ପକ୍ଷରୁ ୨୦୨୨ ଜୁଲାଇ ୨୦ ତାରିଖରେ କରାଯାଇଥିବା ଅଭିଯୋଗ ଉପରେ ସିବିଆଇ ଏହି ମାମଲା ରୁଜୁ କରିଥିଲା।

କ୍ଷମତାରେ ଥାଇ ମଧ୍ୟ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ଗିରଫ ହୋଇଥିଲେ ଅରବିନ୍ଦ କେଜ୍ରିୱାଲ। ନିକଟରେ ଦିଲ୍ଲୀ ହାଇକୋର୍ଟ ତାଙ୍କର ଏକ ଆବେଦନକୁ ଖାରଜ କରି ଦେଇଥିଲେ। ଯେଉଁଥିରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଇଡ଼ି ଦ୍ୱାରା ତାଙ୍କର ଗିରଫଦାରୀକୁ ବେଆଇନ ବୋଲି ଦର୍ଶାଇ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିବା ପରେ ନ୍ୟାୟିକ ହେପାଜତକୁ ଚାଲି ଯାଇଥିଲେ ଅରବିନ୍ଦ କେଜ୍ରିୱାଲ।